ବ୍ଲକ୍‌ରୁ ଜିଲ୍ଲା ମୁଖ୍ୟାଳୟକୁ ଚାଲିବନି ମୁଖ୍ୟମନ୍ତ୍ରୀ ବସ୍ ସେବା, ଧର୍ମଘଟ ଡାକରା ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ

NEWS7
5-worker-has-dead-on-car-accident

କଟକ ୨୩।୧: ଘରୋଇ ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ । ଶନିବାର ଠାରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ ଡାକରା ଦିଆଯାଇଥିଲା । ଏ ନେଇ ସୂଚନା ଦେଲେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ । ରାଜ୍ୟ ସରକାର ଦାବି ମାନିବା ପରେ ଧର୍ମଘଟ ଡାକରା ପ୍ରତ୍ୟାହାର କଲା ବସ୍ ମାଲିକ ସଂଘ । ବ୍ଲକ୍ରୁ ଜିଲ୍ଲା ମୁଖ୍ୟାଳୟକୁ ଚାଲିବ ନାହିଁ ମୁଖ୍ୟମନ୍ତ୍ରୀ ବସ୍ ସେବା । ଯେଉଁ ରୁଟ୍ରେ ଘରୋଇ ବସ୍ ନାହିଁ ସେହି ରୁଟ୍ରେ ଚାଲୁ ରହିବ ମୁଖ୍ୟମନ୍ତ୍ରୀ ବସ୍ ସେବା । ଏନେଇ ସବୁ ଜିଲ୍ଲାପାଳ ରାଜି ହୋଇଥିବା ସୂଚନା ଦେଲା ଘରୋଇ ବସ୍ ମାଲିକ ସଂଘ । ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ ଓ ପରିବହନ ସଚିବଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର ନିଷ୍ପତ୍ତି ହୋଇଛି ।