LIVE TV
LIVE TV

'ସେପଟକୁ ଦେଖିଲେ ବିପଦ'...ସଂସଦରେ ସର୍ବ ସମ୍ମୁଖରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ କାହିଁକି କହିଲେ ଏମିତି ?

NEWS7
5-women-raped-during-awareness-campaigning-in-jharkhand

ନୂଆଦିଲ୍ଲୀ ୦୧/୧୨: ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ସୋମବାରରୁ ଆରମ୍ଭ ହୋଇଥିବା ଅଧିବେଶନ ଡିସେମ୍ବର ୧୯ ତାରିଖ ଯାଏଁ ଚାଲିବ। ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନଙ୍କୁ ଏକ ସ୍ୱାଗତ କରିଥିଲେ । ସ୍ୱତନ୍ତ୍ର ଢଙ୍ଗରେ ସ୍ୱାଗତ କରିବା ସହ ବୁରି ଭୁରି ପ୍ରଶଂସା ବି କରିଥିଲେ । ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବି ତାଙ୍କୁ ସମ୍ବୋଧିତ କରିଥିଲେ ।

ଅଧିବେଶନରେ ଖଡଗେ ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ । ଟାର୍ଗେଟ କରିବା ପରେ ସେ ରାଜ୍ୟସଭା ଅଧ୍ୟକ୍ଷ ରାଧାକ୍ରିଷ୍ଣନଙ୍କୁ ବିଶେଷ ପରାମର୍ଶ ମଧ୍ୟ ଦେଇଥିଲେ । ଶାସକ ଦଳକୁ ଉଲ୍ଲେଖ କରି ଖଡଗେ ଅଧ୍ୟକ୍ଷ ରାଧାକ୍ରିଷ୍ଣନଙ୍କୁ କହିଥିଲେ, ମୁଁ ଆଶା କରୁଛି ଆପଣ ଉଭୟ ପକ୍ଷର କଥା ଶୁଣିବେ । ସମାନ ଭାବେ ସମସ୍ତଙ୍କୁ ଧ୍ୟାନ ଦେବେ। ଆପଣ ଆପଣଙ୍କ ଆସନରୁ ସେପଟକୁ ଦେଖିଲେ ବିପଦ ଅଛି । 

ଖାଲି ସେତିକି ନୁହେଁ ଏପଟକୁ ନ ଦେଖି ଅଣଦେଖା କଲେ ବି ବିପଦ ଅଛି । ତେଣୁ, ଉଭୟ ପକ୍ଷରେ ସନ୍ତୁଳନ ବଜାୟ ରଖିବା ମୋ ମତରେ ଭଲ । ମୁଁ ଆପଣଙ୍କର ସଫଳ କାର୍ଯ୍ୟକାଳ କାମନା କରୁଛି ବୋଲି ଖଡଗେ ସ୍ପଷ୍ଟ ଭାବେ କହିଥିଲେ ।ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖର୍ ବିଷୟରେ ଉଲ୍ଲେଖ କରି ଖଡଗେ କହିଥିଲେ । ତାଙ୍କୁ ବିଦାୟ ଦେବାର ସୁଯୋଗ ମିଳିନଥିବାରୁ ମୁଁ ଗଭୀର ଦୁଃଖିତ । ମୋର ପୂର୍ବତନ ଅଧ୍ୟକ୍ଷ ସୁସ୍ଥରେ ରୁହନ୍ତୁ ।

 

 

ସେ ଆହୁରି କହିଛନ୍ତି ଯେ ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ସଂସଦ ସମ୍ମୁଖରେ ମୁଖ୍ୟ ପ୍ରସଙ୍ଗରେ ଆଲୋଚନା କରିବା ପରିବର୍ତ୍ତେ "ଡ୍ରାମାବାଜୀ" ଚଳାଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ଏବେ ତାର ବିବର୍ତ୍ତନକାରୀ ରଣନୀତି ବନ୍ଦ କରିବା ଉଚିତ । ସଂସଦରେ ଲୋକଙ୍କ ପ୍ରକୃତ ପ୍ରସଙ୍ଗ ଉପରେ ଆଲୋଚନା କରିବା ଉଚିତ। ​​​​​​​ସେପଟେ ଖଡଗେଙ୍କ ଏପରି ପ୍ରତିକ୍ରିୟାର ପ୍ରତିବାଦ କରିଥିଲା ବିଜେପି । କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କହିଥିଲେ, ଖଡଗେ ଜୀ କିଛି ଟାର୍ଗେଟ କରି କହିଥିଲେ କିନ୍ତୁ ସେପରି କହିବା ତାଙ୍କର ଠିକ୍ ନଥିଲା ।