LIVE TV

ଅମିତାଭ ବଚ୍ଚନ ପୋଷ୍ଟ କରିଥିଲେ AI ତିଆରି ଭୁଲ୍ ଫଟୋ, କହିଲେ – ମୁଁ ହାତ ଯୋଡ଼ି କ୍ଷମା ମାଗି ନେଉଛି

NEWS7
5-things-do-in-winter-to-remain-fit-in-winter

ମୁମ୍ୱାଇ : ଅମିତାଭ ବଚ୍ଚନ ସୋସିଆଲ ମିଡ଼ିଆରେ ଖୁବ୍ ଉତ୍ସାହକର ପୋଷ୍ଟ କରିଥାନ୍ତି। ଏବେ ସେ AIରେ ତିଆରି ଏକ ଇମେଜ୍‌ ପୋଷ୍ଟ କରିଛନ୍ତି , କିନ୍ତୁ ଏଥିରେ ଭୁଲ୍‌ ହୋଇ ଯିବାରୁ ଡିଲିଟ୍‌ କରି ଦେଇଛନ୍ତି। ସେ ଏହି ବିଷୟରେ ନିଜ ବ୍ଲଗ୍‌ରେ ଲେଖିଛନ୍ତି। ତାଙ୍କର କହିବା ହେଲା ଯେ, କିଛି ଜିନିଷ ଭୁଲ ହୋଇଯାଏ। ସେ ଗାଁର ମଣିଷ। ଭୁଲ୍ ହେଲେ କ୍ଷମା ମାଗି ଦିଅନ୍ତୁ। ବିଗ୍‌ ବି ହାତ ଯୋଡି ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।

ଅମିତାଭ ବଚ୍ଚନ ଫଟୋ ଡିଲିଟ୍‌ କରିବା ପରେ ନିଜର ବ୍ଲଗ୍‌ରେ ଲେଖିଛନ୍ତି , ପ୍ରଥମେ ଏଆଇରେ ନିର୍ମିତ ଇମେଜ୍‌ରେ ଭୁଲ୍‌ ହୋଇ ଯାଇଥିଲା ,ତ ମୁଁ ଏହାକୁ ଡିଲିଟ୍‌ କରି ଦେଲି। ଧନ୍ୟବାଦ EfmL  କହିବା ପାଇଁ। ଏହାସହ ସେ ଲେଖିଛନ୍ତି , କିଛି ଜିନିଷ ଭୁଲ ହୋଇଯାଏ ଏବଂ କିଛି ଠିକ୍‌। ଠିକ୍‌ ଠିକ୍‌ ତ ଭୁଲ୍ ଭୁଲ୍‌। ତ କଣ କରିବା ଭାଇ। ଆମେ ଗାଁର ଲୋକ। ଯାହା ହୋଇ ପାରୁଛି କରି ଦେଉଛୁ, ହୋଇ ନପାରିଲେ ତ ହାତଗୋଡ଼ ଯୋଡ଼ି ଦେଉ। କିଏ ଛୋଟ ବଡ଼ ନୁହେଁ... ଆମେ ସବୁ ବଡ଼ ଭାବେ ଜନ୍ମ ହୋଇଛେ...ଜଣେ ମଣିଷ ଭାବେ , ମଣିଷ ହେବା ବଡ଼ ... ଏହାର ଅନୁଭବ କରନ୍ତୁ , ଏହାକୁ ଜିଇଁ ନିଅନ୍ତୁ। ଅମିତାଭ ବଚ୍ଚନ ଗୁରୁପର୍ବରେ ଧନ୍ୟବାଦ ବାର୍ତ୍ତା ପୋଷ୍ଟ କରିଥିଲେ। ଏଥିରେ ଭୁଲ ହେଲେ ଡିଲିଟ୍‌ କରି ପୁନଃ ଫଟୋ ସେୟାର କରିଛନ୍ତି।

ଉଲ୍ଲେଖନୀୟ ଯେ, ଅମିତାଭ ବଚ୍ଚନ ଏହି ସମୟରେ କେବିସି -୧୭କୁ ହୋଷ୍ଟ କରୁଛନ୍ତି। ଏହା ସୋମବାରରୁ ଶୁକ୍ରବାର ରାତି ୯ଟା ସମୟରେ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ଆସିଥାଏ। ଏହାକୁ SonyLIVରେ ମଧ୍ୟ ଦେଖାଯାଇ ପାରେ। ନିଜର ବ୍ଲଗ୍‌ରେ ସେ ଜୀବନ ସହ ଜଡ଼ିତ କଥା ସେୟାର କରନ୍ତି ଏବଂ ପ୍ରଶଂସକଙ୍କ ସହ ଫଟୋ ମଧ୍ୟ ସେୟାର କରିଥାନ୍ତି। ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ଫିଲ୍ମ ଇକ୍କିସ୍‌ ୨୫ ଡିସେମ୍ୱରରେ ଫିଲ୍ମ ହଲ୍‌ରେ ରିଲିଜ୍‌ ହେଉଛି। ଟ୍ରେଲର ଆସିବା ପରେ ସେ ଟ୍ୱିଟରରେ ଶୁଭକାମନା ବାର୍ତ୍ତା ପୋଷ୍ଟ କରିଥିଲେ।