LIVE TV

ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିବ ପ୍ରଚାର, ନଭେମ୍ବର ୬ରେ ୧୨୧ଟି ଆସନରେ ଭୋଟିଂ

NEWS7
5-more-odisha-beach-to-be-declared-blue-flag-excluding-puri

ନୂଆଦିଲ୍ଲୀ ୦୪/୧୧: ହାତରେ ରହିଲା ଆଉ ଦିନେ । ବିହାର ନିର୍ବାଚନ ପାଇଁ କମ୍ପୁଛି ମୈଦାନ । ତେବେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର। ଶେଷ ଦିନରେ ଜୋରଦାର ପ୍ରଚାର କରିବେ ବିଭିନ୍ନ ଦଳର ହେଭିୱେଟ୍ । ସନ୍ଧ୍ୟା ୫ଟା ପରେ ନିର୍ବାଚନ କମିଶନ ଲାଗୁ କରିବେ ନିର୍ବାଚନ ଆଚରଣ ବିଧି ।

ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବ ମତଦାନ । ୧୩୧୪ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି । ମତଦାନର ଠିକ୍ ୪୮ ଘଣ୍ଟା ପୂର୍ବରୁ, ଆଜି ସନ୍ଧ୍ୟା ୫ଟାରୁ, ନିର୍ବାଚନ କମିଶନ ଧାରା ୧୨୬ ଲାଗୁ କରିବେ । ଏହି ବ୍ୟବସ୍ଥାର ମୂଳ ଅର୍ଥ ହେଉଛି ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ଆଉ କୌଣସି ପ୍ରକାରର ତୀବ୍ର ପ୍ରଚାରରେ ନିୟୋଜିତ ହୋଇପାରିବେ ନାହିଁ ।

ଏହାର ଉଦ୍ଦେଶ୍ୟ ହେଉଛି ଏକ 'ନୀରବତା ଅବଧି' ସୁନିଶ୍ଚିତ କରିବା ଯେଉଁଠାରେ ଭୋଟରମାନେ କୌଣସି ବାହ୍ୟ ଚାପ କିମ୍ବା ଶବ୍ଦ ବିନା ସେମାନଙ୍କର ନିଷ୍ପତ୍ତି ବିଚାର କରିପାରିବେ । ଏହି ସମୟ ମଧ୍ୟରେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ପାଇଁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା କରାଯାଇଛି ।