ପ୍ରେମିକର ଘର ଆଗରେ ବିବାହିତ ମହିଳାଙ୍କ ଧାରଣା, ସ୍ତ୍ରୀର ମାନ୍ୟତା ଦିଅ ନହେଲେ କରିବି ଆତ୍ମହତ୍ୟା

NEWS7
5-death-by-accident-at-uttara-chhaka

ଆସ୍କା: ବିବାହିତ ମହିଳାକୁ ପ୍ରେମ କରି ଦୁଇ ବର୍ଷ ଧରି ଗୋଟିଏ ଘରରେ ଏକାଠି ରହି ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କଲା ପ୍ରେମିକ l ଏବେ ପ୍ରେମିକର ଘର ଆଗରେ ଧାରଣା ବସିଛି ବିବାହିତ ମହିଳା l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ସୁନାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଠୁପଡ଼ା ଗ୍ରାମର ଜଣେ ପ୍ରେମିକର ଘର ଆଗରେ ଧାରଣାରେ ବସିଛି ଜଣେ ବିବାହିତା ମହିଳା l ମହିଳା ଜଣଙ୍କ ସ୍ତ୍ରୀ ମାନ୍ୟତା ଦାବି କରୁଥିବା ବେଳେ ତାଙ୍କ ସହ ପ୍ରତାରଣା କରି କୁଆଡ଼େ ଚାଲି ଯାଇଛି ପ୍ରେମିକ l

ସୂଚନା ଅନୁସାରେ କବିସୂର୍ଯ୍ୟ ନଗର ଥାନା ଗୁଣ୍ଠୁପଡ଼ା ଗ୍ରାମର ଟୁଲୁ ମହାରଣା ନାମକ ଜଣେ ଯୁବକ ସୁନା ପଲ୍ଲୀ ଗ୍ରାମର ସୁନୀତା ବେହେରା ନାମକ ଜଣେ ବିବାହିତ ମହିଳାଙ୍କୁ ଦୁଇ ବର୍ଷ ତଳେ ଭଲପାଇ ତାଙ୍କ ସହ ଫେରାର ହୋଇ ଯାଇଥିଲେ l ଆଗରୁ ମହିଳା ଜଣଙ୍କ ଦୁଇଟି ସନ୍ତାନ ଓ ସ୍ବାମୀ ଥାଇ ମଧ୍ୟ ପ୍ରେମୀକ ସହ ଫେରାର ହେବା ପରେ ସୁରତର ଆମ୍ବାଜି ମନ୍ଦିରରେ ପ୍ରେମିକକୁ ବିବାହ କରିବା ପରେ ହାଉସିଙ୍ଗ ବୋର୍ଡରେ ଏକ ଭଡ଼ା ଘରେ ଦୁଇ ବର୍ଷ ଧରି ରହିଥିଲେ l ଏତିକି ଭିତରେ ତାଙ୍କର ଅନ୍ୟ ଏକ ପୁତ୍ର ସନ୍ତାନଟିଏ ଜନ୍ମ ହୋଇ ମୃତ୍ୟ ବରଣ କରିଥିଲା l

ଗତ ମାସ ୨୦ ତାରିଖରେ କୋର୍ଟ ମ୍ୟାରେଜ କରିବାକୁ କହି ଟୁଲୁ ସୁନିତାକୁ ନିଜ ଗାଁକୁ ଧରି ଆସିଥିବା ବେଳେ କବିସୂର୍ଯ୍ୟ ନଗର ବୁଢାମ୍ୱ ନିକଟରେ ଛାଡ଼ି ଦେଇ କୁଆଡ଼େ ଫେରାର ହୋଇ ଯାଇଥିଲା l ପରେ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିବା ବେଳେ ଆଜି ସ୍ତ୍ରୀ ର ମାନ୍ୟତା ଦାବି କରି ପ୍ରେମିକର ଘର ବାରଣ୍ଡା ଆଗରେ ବସିଛନ୍ତି l ସ୍ତ୍ରୀ ମାନ୍ୟତା ନମିଳିବା ଯାଏଁ ସେଠାରେ ଧାରଣାରେ ବସିବେ ବୋଲି କହିଥିବା ବେଳେ ଦରକାର ପଡିଲେ ନ୍ୟାୟ ନମିଳିଲେ ସେଠାରେ ଆତ୍ମହତ୍ୟା କରିବାର ଚେତାବନୀ ଦେଇଛନ୍ତି l ଅପର ପକ୍ଷରେ ପ୍ରେମିକ ଓ ପ୍ରେମିକାର ପରିବାର ଲୋକେ ଘରେ ତାଲା ପକେଇ କୁଆଡ଼େ ଚାଲି ଯାଇଛନ୍ତି l