ଛତିଶଗଡ଼ ସୁକମାରେ ଆତ୍ମସମର୍ପଣ କଲେ ୨୬ ମାଓବାଦୀ, ୧୩ ଜଣଙ୍କ ମୁଣ୍ଡ ଉପରେ ଥିଲା ୬୫ ଲକ୍ଷ ଟଙ୍କାର ପୁରସ୍କାର

NEWS7
5-arrested-as-battery-theft-from-atm-in-berhampur

ରାୟପୁର ୭।୧: ପୋଲିସ ସୂଚନା ଅନୁସାରେ ଛତିଶଗଡ଼ ସୁକମାରେ ବୁଧବାର ୨୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଉପରେ ମୋଟ ୬୫ଲକ୍ଷ ଟଙ୍କାର ପୁରସ୍କାର ଥିଲା। ସୁକମା ପୋଲିସ ଅଧିକ୍ଷକ କିରଣ ଚୌହାନ କହିଛନ୍ତି ଯେ ରାଜ୍ୟର ‘ପୁନା ମାର୍ଗମ’ ପଦକ୍ଷେପରେ ୭ ଜଣ ମହିଳାଙ୍କ ସମେତ ମାଓବାଦୀ କାର୍ଯ୍ୟକର୍ତ୍ତାମାନେ ସିଆରପିଏଫ ଅଧିକାରୀଙ୍କ ନିକଟରେ ଅସ୍ତ୍ରତ୍ୟାଗ କରିଛନ୍ତି।

ଏହି ମାଓବାଦୀମାନେ ପ୍ୟୁପିଲସ ଲିବରେସନ ଗୁରିଲା ଆର୍ମି (ପିଏଲଜିଏ)ର ଦକ୍ଷିଣ ବସ୍ତର, ମାଡ ଓ ଆନ୍ଧ୍ର ଓଡିଶା ବର୍ଡର (ଏଓବି) ଡିଭିଜନରେ ସକ୍ରିୟ ଥିଲେ। ଏମାନେ ଓଡିଶାର ଅବୁଝମାଡ, ସୁକମା ଓ ଆଖପାଖ କ୍ଷେତ୍ରରେ ସଂଘଟିତ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିଲେ। ଏମାନଙ୍କ ମଧ୍ୟରେ କମ୍ପାନୀ ପାର୍ଟି କମିଟି ସଦସ୍ୟ ଲାଲି ଓରଫ ମୁଚାକୀ ଆୟତେ ଲଖମୁ (୩୫)ଙ୍କ ମୁଣ୍ଡ ଉପରେ ୧୦ଲକ୍ଷ ଟଙ୍କାର ପୁରସ୍କାର ଥିଲା। ସେ କଥିତ ରୂପେ ଅନେକ ବଡ଼ ଘଟଣାରେ ସାମିଲ ଥିଲେ। ଏଥିରେ ୨୦୧୭ ମସିହାରେ ଓଡିଶାର କୋରାପୁଟ ସଡକରେ ଆଇଇଡି ବିସ୍ଫୋରଣ ମଧ୍ୟ ରହିଛି। ଏହି ବିସ୍ଫୋରଣରେ ୧୪ ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିଲେ।

ପୋଲିସ ଅନୁସାରେ ମାଓବାଦୀ କାର୍ଯ୍ୟକର୍ତ୍ତା ନିରନ୍ତର ସୁରକ୍ଷା ଅଭିଯାନ ସହିତ ରାଜ୍ୟ ସରକାରଙ୍କ ଆତ୍ମ ସମର୍ପଣ ଓ ପୁନର୍ବାସ ନୀତିରେ ପ୍ରଭାବିତ ହୋଇଛନ୍ତି। ଏମାନଙ୍କ ସହ ୪ ଅନ୍ୟ ମାଓବାଦୀ ହେମଲା ଲଖମା (୪୧), ଅସ୍ମିତା ଓରଫ କମଲୁ ସତ୍ରୀ (୨୦), ରାମବତୀ ଓରଫ ପଦମ ଯୋଗୀ (୨୧) ଓ ସୁନ୍ଦମ ପାଲେ (୨୦) ପ୍ରତ୍ୟେକଙ୍କ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଲଖମା କଥିତ ରୂପେ ୨୦୨୦ ମସିହାରେ ସୁକମାରେ ହୋଇଥିବା ମିନପା ଆମ୍ବୁସରେ ସାମିଲ ଥିଲା। ଏଥିରେ ୧୭ ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିଲେ।

ପୋଲିସ ସୂଚନା ଅନୁସାରେ ଆତ୍ମସମର୍ପଣ କରିଥିବା ଅନ୍ୟ ମାଓବାଦୀଙ୍କ ମଧ୍ୟରେ ୩ ଜଣଙ୍କ ଉପରେ ୫ଲକ୍ଷ ଟଙ୍କା, ଜଣକ ଉପରେ ୩ଲକ୍ଷ ଟଙ୍କା, ଜଣକ ଉପରେ ୨ ଲକ୍ଷ ଟଙ୍କା ଓ ୩ ଜଣଙ୍କ ଉପରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ରାଶି ଥିଲା। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ ତୁରନ୍ତ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସରକାରଙ୍କ ନୀତି ଅନୁସାରେ ସେମାନେ ଆଗକୁ ପୁନର୍ବାସ ଯୋଜନାରେ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହେବେ।