ପାନେ ପାଇଲା ରୋଡ୍ ରୋମିଓ, ଛାତ୍ରୀ ମାନଙ୍କୁ କମେଣ୍ଟ କରି ଗଛରେ ବନ୍ଧାହେଲା

NEWS7
443-new-corona-case-in-odisha

ବାଲିପାଟଣା ୧୩।୨: ଅଶ୍ଳୀଳ ଇଙ୍ଗିତ କରି ପାନେ ପାଇଲା ରୋଡ୍ ରୋମିଓ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ କଲେଜ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ସହ ଆଶାଳୀନ ବ୍ୟବହାର କରି ଗଛରେ ବନ୍ଧା ହେଲା ରୋଡ୍ ରୋମିଓ ।

ସୂଚନାଯୋଗ୍ୟ ଯେ, ବାଲିପାଟଣା ଥାନା ମାଣିକ ସାହିର କିଛି କଲେଜ ଛାତ୍ରୀ କେନାଲ ବନ୍ଧ ରାସ୍ତାରେ ନିମାପଡ଼ା ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟରକୁ ପଢିବାକୁ ଯାଉଥିଲେ । ପୂର୍ବରୁ ଜଣେ ଯୁବକ ପଦ୍ମପୁର ନିକଟରେ ଲୁଚି ରହିଥିଲା । ଛାତ୍ରୀ ମାନଙ୍କୁ ଦେଖି ଯୁବକ ଜଣକ ଅଶ୍ଳୀଳ ଇଙ୍ଗିତ କରିବା ସହ ଦୁର୍ବ୍ୟବହାର କରିଥିଲା । ଛାତ୍ରୀ ମାନେ ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲେ । ଅଭିଯୁକ୍ତ ଜଣକ ନିମାପଡ଼ା ଥାନା ହଂସପଡା ନାୟକ ସାହିର ହେମନ୍ତ ନାୟକ ବୋଲି ନିଜ ପରିଚୟ ଦେଇଛି । ରୋଡ୍ ରୋମିଓ ହେମନ୍ତକୁ ସ୍ଥାନୀୟ ଲୋକ ଏକ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ବାଲିପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୋଡ୍ ରୋମିଓକୁ ଥାନାରେ ଅଟକ ରଖିଛି ।

ତେବେ ଏହି ରୋଡ୍ ରୋମିଓ ବାରମ୍ବାର ଛାତ୍ରୀ ମାନଙ୍କୁ ଏକୁଟିଆ ଦେଖି ଆଶାଳୀନ ବ୍ୟବହାର କରୁଥିବା ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ।