LIVE TV

ରାଜ୍ୟରେ ଚିହ୍ନଟ ହେଲେ ୪୨୦୮ କରୋନା ସଂକ୍ରମିତ, ୨୦୧୦୯୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

NEWS7

ଭୁବନେଶ୍ବର ୨୫।୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୨୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୧୦୯୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୬୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୪୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୯୪ଜଣ, ବାଲେଶ୍ବର ଜିଲ୍ଲାରୁ ୧୧୮ଜଣ, ବରଗଡ଼ ଜିଲ୍ଲାରୁ ୧୧୮ଜଣ, ଭଦ୍ରକ ଜିଲ୍ଲାରୁ ୪୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୬ଜଣ, ବୌଦ୍ଧ ଜିଲ୍ଲାରୁ ୨୯ଜଣ, କଟକ ଜିଲ୍ଲାରୁ ୪୬୫ଜଣ, ଦେଓଗଡ଼ ଜିଲ୍ଲାରୁ ୨୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୮ଜଣ, ଗଜପତି ଜିଲ୍ଲାରୁ ୧୩ଜଣ, ଗଞ୍ଜାମ ଜିଲ୍ଲାରୁ ୬୩ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮୧ଜଣ, ଯାଜପୁର ଜିଲ୍ଲାରୁ ୨୩୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୧ଜଣ, କଳାହାଣ୍ଡି ଜିଲ୍ଲାରୁ ୧୧୬ଜଣ, କନ୍ଧମାଳ ଜିଲ୍ଲାରୁ ୧୦୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୦ଜଣ, କେନ୍ଦୁଝର ଜିଲ୍ଲାରୁ ୮୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭୨୫ଜଣ, କୋରାପୁଟ ଜିଲ୍ଲାରୁ ୭୨ଜଣ, ମାଲକାନଗିରି ଜିଲ୍ଲାରୁ ୬୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୩୧ଜଣ, ନୟାଗଡ଼ ଜିଲ୍ଲାରୁ ୫୨ଜଣ, ନୂଆପଡ଼ା ଜିଲ୍ଲାରୁ ୧୭୫ଜଣ, ପୁରୀ ଜିଲ୍ଲାରୁ ୧୯୯ଜଣ, ରାୟଗଡ଼ା ଜିଲ୍ଲାରୁ ୬୧ଜଣ, ସମ୍ବଲପୁର ଜିଲ୍ଲାରୁ ୧୩୧ଜଣ, ସୋନପୁର ଜିଲ୍ଲାରୁ ୨୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୦ଜଣ, ଷ୍ଟେଟ ପୁଲ୍‌ରୁ ୨୨୪ଜଣ ରହିଛନ୍ତି ।

wp:html /wp:html wp:html /wp:html wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୦୧୦୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୯୨୩୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୬୧୦୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୦୦୯୧୮୩ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।