ପଲ୍ୟୁସନ ସେଣ୍ଟର ପାଲଟିଛି ଟୁରିଜିମ୍ ସ୍ପଟ୍, ସରକାରଙ୍କ ପାଇଁ ଲୋକେ ହନ୍ତସନ୍ତ

NEWS7
40-thousand-cyber-attacks-from-china-to-india-in-5-days-amidst-escalation-of-lac-in-ladakh

ଭୁବନେଶ୍ୱର ୧୦/୦୧: ନୂଆବର୍ଷରେ ପିକ୍ନିକ୍ ସ୍ପଟରେ ଲୋକଙ୍କ ଭିଡ ଜମେ । ଏବର୍ଷ କିନ୍ତୁ ପଲ୍ୟୁସନ ସେଣ୍ଟର ପାଲଟିଛି ଟୁରିଜିମ୍ ସ୍ପଟ । ପିକ୍‌ନିକ୍ ସ୍ପଟରେ ଭିଡ ଲାଗିବା ବଦଳରେ ପଲ୍ୟୁସନ ସେଣ୍ଟରରେ ଭିଡ ଲାଗୁଛି। ଏମିତି କହି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଏ ଆଡ଼ବାୟା ସରକାର ପାଇଁ ଲୋକେ ଭିଡ ଲଗାଉଛନ୍ତି । କାରଣ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାରଙ୍କ ତାଳମେଳ ରହୁନି ।

​​​​​​​​​​​​​​​​​​​

ରାତିରେ ଶୋଇ ଯାହା ସ୍ଵପ୍ନ ଦେଖୁଛନ୍ତି ତାକୁ କରୁଛନ୍ତି । ଲୋକେ ଯେତେବେଳେ ଅସନ୍ତୋଷ ପ୍ରକାଶ କରୁଛନ୍ତି, ଉତ୍ତେଜନା ବଢୁଛି ସେତେବେଳେ ସରକାର ତାରିଖ ଘୁଞ୍ଚାଇ ଦେଉଛନ୍ତି । ଗୃହ ଯୁଦ୍ଧର ସମ୍ଭାବନା ସୃଷ୍ଟି ହେଲାଣି । ଆଜି ଦ୍ୱିତୀୟ ଶନିବାର, ସରକାରୀ କାର୍ଯ୍ୟାଳୟ ଛୁଟି । ସରକାର ଘୋଷଣା କଲେ ୧୦ ତାରିଖରୁ ଗ୍ରୀନ୍ କାର୍ଡ ମିଳିବ । ହେଲେ ଲୋକେ ଆରଟିଓ ଅଫିସ ଗଲାବେଳକୁ ଅଫିସ ବନ୍ଦ । ଏ ସରକାର କ୍ୟାଲେଣ୍ଡର ଦେଖିବା ବି ଜାଣିନାହାଁନ୍ତି । ସେଥିପାଇଁ ଏତେ ସବୁ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ।