ସାଉଦିରୁ ତଡ଼ା ଖାଇଲେ ୨୪୦୦୦ ପାକିସ୍ତାନୀ ଭିକାରି : ଦିନରେ ମାଗୁଥିଲେ ଭିକ, ରାତିରେ ଘଟାଉଥିଲେ ଅପରାଧ

NEWS7
4-states-decide-to-tight-luckdown-as-corona-cases-hike

ନୂଆଦିଲ୍ଲୀ, ୧୯/୧୨: ପାକିସ୍ତାନ ଏମିତି ଏକ ଦେଶ ଯାହାର ଖାଲି ପ୍ରଧାନମନ୍ତ୍ରୀ ଭିକ ମାଗନ୍ତିନି । ବରଂ ଦେଶର ଲୋକେ ବି ଭିକମାଗି ଚଳନ୍ତି । କେବଳ ପାକିସ୍ତାନରେ ନୁହେଁ ସାରା ଦୁନିଆରେ ବୁଲି ବୁଲି ଭିକ୍ଷା ମାଗନ୍ତି । କିନ୍ତୁ ଏବେ ଏହି ଗୁଣ ସେମାନଙ୍କୁ ମହଙ୍ଗା ପଡିଛି । ସାଉଦି ଆରବ ସରକାର ଦରିଦ୍ର ପାକିସ୍ତାନୀଙ୍କ ବିରୋଧରେ ନେଇଛନ୍ତି କଡା ଆକ୍ସନ୍ । ସାଉଦିରେ ବଢୁଥିବା ଅପରାଧ ଏବଂ ଭିକ୍ଷାବୃତ୍ତିକୁ ରୋକିବାକୁ ସେଠାକାର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ରିପୋର୍ଟ ଅନୁସାରେ, ବର୍ଷ ବର୍ଷ ଧରି ପାକିସ୍ତାନରୁ ଅନେକ ବ୍ୟକ୍ତି ସାଉଦି ଆସି ଯାଉଛନ୍ତି । କୌଣସି କାମ ଧନ୍ଦା ନପାଇ ଭିକ୍ଷାବୃତ୍ତିକୁ ଆପଣାଉଛନ୍ତି । କିନ୍ତୁ ଗତ କିଛି ଦିନ ହେଲା ଦେଶରେ ଅପରାଧ ବଢିଚାଲିଛି । ଏହା ପଛରେ ପାକିସ୍ତାନୀ ଭିକାରିଙ୍କ ହାତ ଥିବା ଜାଣିବାକୁକୁ ପାଇଥିଲା ସାଉଦି ପ୍ରଶାସନ । ଯାହାପରେ ଆରମ୍ଭ ହୋଇଛି ତଡିପାର ପ୍ରକ୍ରିୟା ।

ଦେଖିବାକୁ ଗଲେ ସାଉଦିରେ ପ୍ରାୟ ୨୪ ହଜାର ପାକିସ୍ତାନୀ ଭିକାରୀ ଥିଲେ । ଏମାନଙ୍କ ଭିସାକୁ ସରକାର ରବ୍ଦ କରିଛନ୍ତି । ପାକିସ୍ତାନୀ ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି କହିଛି ଯେ, ୨୦୨୫ରେ ପ୍ରାୟ ୬୬ ହଜାର ପାକ୍ ନାଗରିକଙ୍କୁ ବିମାନନ୍ଦରରୁ ଉଦ୍ଧାର କରାଯାଇଥିଲା । ସେମାନେ ଅନ୍ୟ ଦେଶକୁ ବେଆଇନ ଭାବେ ଯିବା ପାଇଁ ପ୍ରୟାସ କରୁଥିଲେ । ପୂର୍ବରୁ ଏପରି ଅନେକ ବ୍ୟକ୍ତି ବିଭିନ୍ନ ଗଲ୍ଫ ଦେଶକୁ ଯାଇ ଭିକ ମାଗି ଚଳୁଛନ୍ତି । ସେଠାକାର ପରିବେଶକୁ ଦୂଷିତ କରୁଛନ୍ତି ।

ଏଫଆଇଏ ନିର୍ଦ୍ଦେଶକ ଜେନେରାଲ ରିଫତ୍ ମୁଖତାର କହିଛନ୍ତି ଯେ, ଏପରି ବେଆଇନ ଭାବେ ଅନ୍ୟ ଦେଶକୁ ଯିବା ଦ୍ୱାରା ପାକିସ୍ତାନର ସମ୍ମାନ ହାନୀ ହେଉଛି । ଖାଲି ଗଲ୍ଫ ଦେଶ ନୁହେଁ ଆଫ୍ରିକା ଏବଂ ୟୁରୋପ ଭଳି ଦେଶକୁ ପାକିସ୍ତାନୀ ନାଗରିକ ବେଆଇନ ଭାବେ ଯାଇ ସେଠାରେ ରହୁଛନ୍ତି । ସେଠାରେ ଭିକମାଗି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଏହାଦ୍ୱାରା ପର୍ଯ୍ୟଟକ ଭିସାର ଦୁରୁପଯୋଗ ହେଉଛି । କମ୍ବୋଡିଆ ଏବଂ ଥାଇଲାଣ୍ଡରେ କିଛି ପାକିସ୍ତାନୀ ପର୍ଯ୍ୟଟକ ଭିସାର ଅପବ୍ୟବହାର କରିଥିବା ନେଇ ପୂର୍ବରୁ ଖବର ଆସିଛି ।

ସେ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ସାଉଦି ଆରବ ୨୪ ହଜାର ପାକିସ୍ତାନ ଭିକାରିଙ୍କୁ ଇସଲାମାବାଦ ପଠାଇ ଦେଇଛି । ସେହପିର ଦୁବାଇରୁ ୬ ହଜାର ଏବଂ ଆଜାରବୈଜାନରୁ ୨୫୦୦ ଭିକାରି ପାକିସ୍ତାନ ଫେରି ଆସିଛନ୍ତି ।

ସୂଚନାଯୋଗ୍ୟ, ମକ୍କା-ମଦିନା ଯିବା ବାହାନାରେ ପାକିସ୍ତାନୀ ନାଗରିକ ସାଉଦି ଚାଲିଯାଉଛନ୍ତି । ସେଠାରୁ ଆଉ ନିଜ ଦେଶକୁ ଫେରୁ ନାହାଁନ୍ତି । କାମ ଧନ୍ଧା ଆଶାରେ ସାଉଦିରେ ରହିଯାଉଛନ୍ତି । ଯଦି କାମ ନମିଳେ ସେମାନେ ଭିକ୍ଷାବୃତ୍ତି କିମ୍ବା ଅପରାଧ ଭିଆଇ ଚଳୁଛନ୍ତି ।

ତେବେ ପାକିସ୍ତାନୀଙ୍କ ଏପରି ଲଜ୍ଜାଜନକ କାରଣ ପାଇଁ ସାଉଦି ଆରବ ଧମକ ଦେଇଛି । ଆଗାମୀ ଦିନରେ ମକ୍କା ମଦିନା ପାଇଁ ଭିସା ପ୍ରଦାନ କରିବ ନାହିଁ ବୋଲି ରୋକଠୋକ ଶୁଣାଇଦେଇଛି ।