LIVE TV

ଛତିଶଗଡରେ ଏନ୍‌କାଉଣ୍ଟର ; ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମାଓବାଦୀ ନିହତ

NEWS7

ସୁକମା ୨୬|୩ : ଛତିଶଗଡ ସୁକମା ଓ ବିଜାପୁର ସୀମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନକାଉଣ୍ଟରରେ ୪ ମାଓବାଦୀ ନିହତ ହୋଇଛନ୍ତି । ୨୦୧ କୋବ୍ରା ବାଟାଲିୟନ ସହ ମାଓବାଦୀଙ୍କ ଗୁଳି ବିନିମୟ ଜାରି ରହିଥିବା ବେଳେ ସୁରକ୍ଷାକର୍ମୀ ୪ ମାଓବାଦୀଙ୍କ ମୃତଦେହକୁ ଜବତ କରିଛନ୍ତି । ଘଟଣାସ୍ଥଳରୁ ୩୦୩ ବନ୍ଧୁକ ଓ ଇନସାସ୍ ରାଇଫଲ୍ ମଧ୍ୟ ଜବତ କରାଯାଇଛି । ମଙ୍ଗଳବାର ସକାଳ ୬ ଟା ସମୟରେ ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ଭିତରେ ଏହି ଗୁଳିବିନିମୟ ଆରମ୍ଭ ହୋଇଥିଲା ।