ମ୍ୟାଚ୍ ପୂର୍ବରୁ ଗଣପତିଙ୍କ ଦରବାରରେ କ୍ରିକେଟର, ପ୍ରେମିକାଙ୍କ ସହ ମିଶି ମାଗିଲେ ଆଶିଷ

NEWS7
4-jawan-martyr-in-encounter-with-terrorists-in-kashmir-kupwara-dist

ମୁ୍ମ୍ୱାଇ ୦୫/୦୩: ୫ ମାର୍ଚ୍ଚ, ଆଜି ଖେଳାଯିବ ଦ୍ୱିତୀୟ ସେମି ମୁକାବିଲା । ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଆଜିର ଦିନଟି ବେଶ୍ ଖାସ୍ । ICC ପୁରୁଷ ବିଶ୍ୱକପ୍ T୨୦ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟର ଭଗବାନଙ୍କ ଆର୍ଶୀବାଦ ନେଇଥିଲେ । ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରରେ ଭଗବାନ ଗଣେଶଙ୍କ ଆଶୀର୍ବାଦ ନେଇ ଏହି ମ୍ୟାଚ୍ ପାଇଁ ପ୍ରସ୍ତୁତି କରିଛନ୍ତି । କ୍ରିକେଟର ଇଶାନ କିଶନ, ଅଭିଷେକ ଶର୍ମା ଓ ଅକ୍ଷର ପଟେଲ ମନ୍ଦିରରେ ଗଣୁବାବାଙ୍କ ଆଶୀର୍ବାଦ ନେଉଥିବାର ଦେଖାଯାଇଥିଲା । ତେବେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମିକା ମାହିକା ଶର୍ମାଙ୍କ ସହିତ ପହଞ୍ଚିଥିଲେ ।

ସୋସିଆଲ୍ ମିଡିଆରେ ଭାଇରାଲ ହେଉଚି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭିଡିଓ । ଭିଡିଓରେ ହାର୍ଦ୍ଦିକ ଓ ମାହିକା ଏକାଠି ଛିଡା ହୋଇ ଭଗବାନ ଗଣେଶଙ୍କ ଆଶୀର୍ବାଦ ନେଉଥିବାର ଦେଖାଯାଉଛି। ଉଭୟ ହାତ ଯୋଡି ମୁଣ୍ଡ ପୋତି ଆଶିଷ ନେଇଛନ୍ତି । ତେବେ ଏସବୁ ଭିତରେ ଦୃଷ୍ଟି ଆକର୍ଷଣ କରିଥିଲା ଗୋଟିଏ କଥା । ତାହା ହେଉଛି ଗୋଟିଏ ସାଲ୍ରେ ନଜର ଆସିଥିଲେ ଲଭବାର୍ଡ । ମାହିକା ଓ ହାର୍ଦ୍ଦିକଙ୍କ ବେକରେ ଥିଲା ଗୋଲଡେନ୍ ରଙ୍ଗର ଶାଲ୍ । ଉଭୟ ସମାନ ମେରୁନ୍ ରଙ୍ଗର ପୋଷାକ ପିନ୍ଧିଥିଲେ । ତେବେ କପଲ୍‌ଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଲୋକେ କହୁଛନ୍ତି ଓ୍ୱାହ କେମିତି କେମେଷ୍ଟ୍ରି ।କହିବାକୁ ଗଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିୟୁ ଗାର୍ଲଫ୍ରେଣ୍ଡ ମାହିକା ଶର୍ମା । ଗତ କିଛି ଦିନ ଧରି ICC ପୁରୁଷ ବିଶ୍ୱକପ୍ T୨୦ରେ ତାଙ୍କ ପ୍ରେମିକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସମର୍ଥନ କରୁଥିବାର ଦେଖାଯାଇଛି । ଫେବୃଆରୀ ୨୬ ତାରିଖରେ ଜିମ୍ବାୱେ ବିପକ୍ଷ ମ୍ୟାଚ୍ ସମୟରେ ଦୁହେଁ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଥିଲେ । ହାର୍ଦ୍ଦିକ କ୍ରିକେଟ୍ ପଡ଼ିଆରୁ ମାହିକାଙ୍କୁ ଫ୍ଲାଇଂ କିସ୍ ଦେବା ସହ କିଛି କହୁଥିବାର ନଜର ଆସିଥିଲେ । ଏହି ମୁହୂର୍ତ୍ତଗୁଡ଼ିକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରେ ପ୍ରଶଂସକମାନେ ସେମାନଙ୍କର ପ୍ରେମର ବର୍ଷା କରିଥିଲେ ।

 

ହାର୍ଦ୍ଦିକ ଓ ମାହିକା ପରସ୍ପର ପ୍ରତି ସେମାନଙ୍କର ପ୍ରେମ ପରିପ୍ରକାଶ କରିବାକୁ କେବେ ପଛାନ୍ତିନି । ସେମାନେ ପୁଲରେ, ଭାଲେଣ୍ଟାଇନ୍ସ ଡେ ଓ ଅନ୍ୟାନ୍ୟ ରୋମାଣ୍ଟିକ ମୁହୂର୍ତ୍ତରେ ନିଜର ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଚିଡ଼ାଇଛନ୍ତି । ଅନେକ ସମୟରେ ସେମାନଙ୍କର ସମ୍ପର୍କ ମଧ୍ୟ ଟ୍ରୋଲିଂର କେନ୍ଦ୍ରବିନ୍ଦୁ ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟା ସାରା ଦେଶରେ ଏକ କାସାନୋଭା ଇମେଜ୍ ବିକଶିତ କରିଛନ୍ତି । ସେ ୨୦୨୦ ମସିହାରେ ସ୍ୱିଡିସ୍ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍‌ଙ୍କୁ ବିବାହ କରିଥିଲେ ।

୨୦୦୪ ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା । ଏହି ବିବାହରୁ ହାର୍ଦ୍ଦିକଙ୍କର ଏକ ପୁଅ ଅଛି। ଛାଡପତ୍ର ପରେ, ହାର୍ଦ୍ଦିକ ଅନେକ ମହିଳାଙ୍କ ସହ ଯୋଡି ହୋଇଥିଲେ । ତା’ପରେ ସେ ମାହିକା ଶର୍ମାଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ । ଦୁହେଁ ସେମାନଙ୍କର ସମ୍ପର୍କ ଇନଷ୍ଟାଗ୍ରାମକୁ ଅଫିସିଆଲ୍ କରିଛନ୍ତି। ସେମାନେ ସୋସିଆଲ ମିଡିଆରେ ପରସ୍ପରକୁ ପ୍ରଶଂସିତ କରନ୍ତି । ୨୫ ବର୍ଷୀୟ ମାହିକା ଶର୍ମା ଜଣେ ମଡେଲ୍ ଓ ଅଭିନେତ୍ରୀ। ଉଭୟଙ୍କ ମଧ୍ୟରେ ସାତ ବର୍ଷର ବୟସ ପାର୍ଥକ୍ୟ ତଥାପି ତାଙ୍କର ପ୍ରେମ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।