ପୋଷା କୁକୁର ହେଲା କି ଘାତକ! ଭୟଙ୍କର ‘ସେପସିସ୍’ ରେ ଆକ୍ରାନ୍ତ ଭାରତୀୟ ମହିଳାଙ୍କ ହାତ-ଗୋଡ କଟା ହେଲା

NEWS7
4-injured-in-attack-by-liquor-mafia-in-jharsuguda

ବର୍ମିଂଘମ ୨୮।୨: ଇଂଲଣ୍ଡ ବର୍ମିଂଘମରେ ରହୁଥିବା ଭାରତୀୟ ବଶୋଦଭବ ମହିଳା ମରଣାନ୍ତକ ‘ସେପସିସ୍’ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୋଷା କୁକୁର ପ୍ରତି ସ୍ନେହ ଯୋଗୁ ତାଙ୍କୁ ଏପରି ଦଶା ଭୋଗିବାକୁ ପଡିଛି। କୁକୁର ତାଙ୍କ ଶରୀରରେ ଥିବା କ୍ଷତକୁ ଚାଟି ଦେଇଥିଲା। ଫଳରେ ସାରା ଶରୀରରେ ଜୀବାଣୁ ବ୍ୟାପି ଯାଇଥିବା ବେଳେ ଅଳ୍ପ କିଛି ଘଣ୍ଟା ଅନ୍ତରାଳରେ ତାଙ୍କୁ ବାରମ୍ବର ହୃଦଘାତ ହୋଇଥିଲା। ଏଣୁ ଡାକ୍ତର ତାଙ୍କର ୨ ଗୋଡ଼ ଓ ୨ ହାତକୁ କାଟି ଦେବାକୁ ବାଧ୍ୟ ହୋଇଛନ୍ତି। ଫଳରେ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ହାତଗୋଡ ହରାଇ ମହିଳା ପଙ୍ଗୁ ହୋଇଯାଇଛନ୍ତି।

ଜୁଲାଇ ୨୦୨୫ରେ ୫୬ ବର୍ଷ ବୟଷ୍କା ମଞ୍ଜିତ ସଂଘା କାର୍ଯ୍ୟାଳୟରୁ ଘରକୁ ଫେରିବା ବେଳେ ଅସୁସ୍ଥ ଅନୁଭବ କରୁଥିଲେ। ତା ପରଦିନ ତାଙ୍କ ସ୍ୱାମୀ କାମ ସଂଘା ତାଙ୍କୁ ଘରର ସୋଫା ଉପରେ ଚେତାଶୂନ୍ୟ ଅବସ୍ଥାରେ ଦେଖିଥିଲେ। ଏଣୁ ତୁରନ୍ତ ଆମ୍ବୁଲାନ୍ସ ଡକାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ୨୪ ଘଣ୍ଟାରୁ ବି କମ ସମୟରେ ମଞ୍ଜିତ ଏତେ ଗୁରୁତର ହେଲେ କିପରି ତାଙ୍କ ସ୍ୱାମୀ ଭାବି ମଧ୍ୟ ପାରୁନଥିଲେ। ଶନିବାର ସେ କୁକୁର ସହ ଖେଳୁଥିଲେ, ରବିବାର ସେ କାମ କରିବାକୁ ଅଫିସ ଯାଇଥିଲେ ହେଲେ ସୋମବାର ସନ୍ଧ୍ୟାରେ ସେ କୋମାରେ ଥିଲେ।

ମଞ୍ଜିତ ନ୍ୟୁ କ୍ରସ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ଥିଲେ। ହସ୍ପିଟାଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ଗୁରୁତର ହୋଇପଡିଲା ଯେ ତାଙ୍କୁ କିଛିକିଛି ସମୟ ଅନ୍ତରାଳରେ ୬ ଥର ହୃଦଘାତ ହୋଇଥିଲା ଏଣୁ ଡାକ୍ତ ସେ ବଞ୍ଚିବେ କି ନା ସେ ନେଇ ସନ୍ଦେହରେ ପଡିଯାଇଥିଲେ। ପରେ ଡାକ୍ତର ତାଙ୍କ ଠାରେ ସେପସିସ୍ ପୁଷ୍ଟି କରିଥିଲେ। ଏହା ଏକ ଗୁରୁତର ସଂକ୍ରମଣ ଓ ଶରୀରରେ ଅଙ୍ଗକୁ କ୍ଷତିଗ୍ରସ୍ତ କରିଥାଏ। ଡାକ୍ତରମାନେ ସନ୍ଦେହ କରିଥିଲେ ଏହି ସଂକ୍ରମଣ ସେତେବେଳେ ଆରମ୍ଭ ହୋଇଥିବ ଯେତେବେଳେ ବ୍ୟାକ୍ଟେରିଆ ଏକ ସାମାନ୍ୟ କଟା ଅଥବା ଆଞ୍ଚୁଡାରେ ଶରୀରକୁ ପ୍ରବେଶ କରିଥିବ। ସମ୍ଭବତଃ ତାଙ୍କୁ କୁକୁର ଚାଟିବା ପରେ ସେ ସେପସିସରେ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ଡାକ୍ତର ସନ୍ଦେହ କରିଥିଲେ।

ମଞ୍ଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ବେଳକୁ ବେଳ ଅଧିକ ବିଗିଡିବାରେ ଲାଗିଲା ଓ ସେପସିସ୍ ର ଏକ ବିରଳ ଜଟିଳତା ‘ଡିସସେମିନେଣ୍ଟେଡ ଇଣ୍ଟ୍ରାଭାସ୍କୁଲାର କୋଏଗୁଲେସନ’ ଆଡକୁ ସେ ଗତିକଲେ। ଏହା ଦ୍ୱାରା ସାରା ଶରୀରରେ ଅସ୍ୱଭାବିକ ଭାବେ ରକ୍ଟ ଜମାଟ ବାନ୍ଧିବାକୁ ଲାଗିଲା। ଏଣୁ ତାଙ୍କ ଜୀବନ ବଞ୍ଚାଇବା ପାଇଁ ସର୍ଜନ ତାଙ୍କ ଆଣ୍ଠୁ ତଳକୁ ଦୁଇ ଗୋଡ ଓ ଦୁଇ ହାତ କାଟିବାକୁ ପଡିଥିଲାଷ କେବଳ ଏତିକି ନୁହେଁ ପରେ ନିମୋନିଆ ଓ ପିତକୋଷରେ ଷ୍ଟୋନ ହେବା ଯୋଗୁ ତାଙ୍କ ସ୍ପ୍ଲିନ ମଧ୍ୟ କାଢିଦେବାକୁ ପଡିଲା।

ମଞ୍ଜିତ ହସ୍ପିଟାଲରେ ୭ ମାସରୁ ଅଧିକ ସମୟ କଟାଇ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କ ପରିବାର ଏବେ ତାଙ୍ଗ ଲାଗି ଉନ୍ନତ କୁତ୍ରିମ ଅଙ୍ଗ, ଫିଜିଓ ଥେରାପି, ମାନସିକ ସ୍ୱାସ୍ଥ୍ୟ ସହାୟତା ଓ ଘରେ ସେ ରହୁଥିବା ଜାଗାକୁ ଅଧିକ ସୁଲଭ କରିବା ପାଇଁ ଆବଶ୍ୟକ ପରିବର୍ତ୍ତନ ବାବଦ ଖର୍ଚ୍ଚ ନିମନ୍ତେ ସହାୟତା ଯୋଗାଡ ଲାଗି ‘ଗୋ ଫଣ୍ଡ ମି’ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ଅଚାନକ ନିଜ ଘଟିଯାଇଥିବା ଘଟଣା ଲାଗି ମଞ୍ଜିତ ଏବେ ଖୁବ୍ ଦୁଃଖି ସେ ତାଙ୍କ ପୁରୁଣା ଜୀବନକୁ ଝୁରୁଛନ୍ତି। ତେବେ ପରିବାର ଲୋକେ ମଞ୍ଜିତଙ୍କୁ ପୁଣି ସ୍ୱଭାବିକ ଜୀବନକୁ ଫେରାଇ ଆଣିବାକୁ ସଂକଳ୍ପ ବଦ୍ଧ। ହେଲେ ସେ ଆଉ ପୂର୍ବ ଭଳି ସ୍ୱଚ୍ଛନ୍ଦରେ ପାଣି ଗ୍ଲାସଟେ ଉଠାଇ ପିଇ ପାରିବେନି। କିନ୍ତୁ କ୍ରୁତ୍ରିମ ଅଙ୍ଗ ସହାୟତାରେ ସେ ପୁଣି ତାଙ୍କ କାମ ଫେରିପାରିବେ ବୋଲି ମଞ୍ଜିତ ବେଶ ଆଶାୟୀ ଅଛନ୍ତି।