ଯୋଗାଣ ନିଗମ ସହ ଆଲୋଚନା ବିଫଳ, ମଣ୍ଡିରୁ ଧାନ ଉଠାଇବେନି ମିଲର୍

NEWS7
4-dakayat-giraf

ଭୁବନେଶ୍ୱର ୦୬।୦୧: ଯୋଗାଣ ନିଗମ ସହ ଆଲୋଚନା ବିଫଳ । ଆଜିଠୁ ମଣ୍ଡିରୁ ଧାନ ଉଠାଇବେନି ମିଲର୍ । ରାଇସ୍ ମିଲର୍ ମହାସଂଘ ସହ ଯୋଗାଣ ନିଗମର ଆଲୋଚନା ବିଫଳ ହୋଇଛି। ଏବେ ମିଲର୍ ମହାସଂଘ ନିଷ୍ପତ୍ତି ନେଇଛି, ଆଜିଠାରୁ ରାଜ୍ୟର ସବୁ ଜିଲ୍ଲାରେ ମଣ୍ଡିରୁ ଧାନ ଉଠାଇବେନି। ଏହାକୁ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ବର୍ଷକ ଯାକ ପରିଶ୍ରମ କରି ଉତ୍ପାଦନ କରିଥିବା ଧାନକୁ ମଣ୍ଡିରେ ବିକ୍ରି କରି ଦୁଇ ପଇସା ରୋଜଗାର କରିବାକୁ ଚିନ୍ତା କରିଥିବା ବେଳେ ନୂଆ ସମସ୍ୟା ପହଞ୍ଚିଛି।

ମିଲରମାନେ ମଣ୍ଡିରୁ ଧାନ ଉଠାଇବା ନେଇ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଆଲୋଚନା ହୋଇଥିଲା। ମନ୍ତ୍ରୀ ମହାସଂଘ ସଦସ୍ୟମାନଙ୍କୁ ଆପଣଙ୍କ ଦାବି ଯଥାର୍ଥ ବୋଲି କହିଥିଲେ। ମୁଁ ନିଗମ ଏମଡିଙ୍କ ସହ କଥା ହୋଇଛି, ଆପଣମାନେ ଆଲୋଚନା କରି ସମାଧାନ ବାହାର କରିବାକୁ ମନ୍ତ୍ରୀ ପରମର୍ଶ ଦେଇଥିଲେ। ହେଲେ ଆଲୋଚନା ବେଳେ କୌଣସି ନିଷ୍କର୍ସ ବାହାରି ନଥିଲା ବୋଲି ଅଲ୍ ଓଡ଼ିଶା ରାଇସ ମିଲର ଆସୋସିଏସନ୍ କହିଛି। ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନଦେବା ଯାଏ ଆନ୍ଦୋଳନ ଚାଲିବ ବୋଲି ମହାସଂଘ। କଷ୍ଟମ୍ ମିଲିଂ ଦର ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନଏବଂ ଧାନ ପରିବହନ ଖର୍ଚ୍ଚ ପୂର୍ବ ଭଳି ଦେବାକୁ ଦାବି କରିଛି ମହାସଂଘ।