ବର୍ଷ ଆରମ୍ଭରୁ ଭୟଙ୍କର କ୍ଷତି : ୨୨ହଜାର କୋଟି ଟଙ୍କା କମିଲା ଅମ୍ବାନୀଙ୍କ ସମ୍ପତ୍ତି, ଟପ୍ ୨୦ରୁ ଅଦାନୀ ଆଉଟ୍

NEWS7
4-children-drown-in-pond-after-playing-with-colours

ନୂଆଦିଲ୍ଲୀ, ୧୧/୦୧: ୨୦୨୬ ଅମ୍ବାନୀ ଏବଂ ଅଦାନୀଙ୍କ ପାଇଁ ଆରମ୍ଭରୁ ଆଣିଛି କ୍ଷତି । ବର୍ଷ ଆରମ୍ଭରୁ ଭାରତର ସବୁଠୁ ଦୁଇ ଧନୀଙ୍କ ସମ୍ପତ୍ତିରେ ହ୍ରାସ ଦେଖିବାକୁ ମିଳିଛି । ରିଲାଏନ୍ସ ଗ୍ରୁପ୍ ମୁଖ୍ୟ ମୁକେଶ ଅମ୍ବାନୀ ଏବଂ ଅଦାନୀ ଗ୍ରୁପର ମାଲିକ ଅନିଲ ଅମ୍ବାନୀ ବିଶ୍ୱର ଟପ୍ ୧୦ ଧନି ତାଲିକାରୁ ବାଦ୍ ପଡିଛନ୍ତି । ମୁକେଶ ୧୭ ନମ୍ବର ସ୍ଥାନକୁ ଖସିଥିବା ଜଣାପଡିଛି । ଏବେ ତାଙ୍କର ମୋଟ୍ ସମ୍ପତ୍ତି ୧୦୬ ବିଲିୟନ ଡଲାରରେ ପହଁଚିଛି ।

ଜାନୁଆରୀ୯ ସୁଦ୍ଧା ମୁକେଶଙ୍କ ସମ୍ପତ୍ତି ଭାରତୀୟ ମୁଦ୍ରାରେ ୯୫୫୯୦୪୨୯୦୦୦୦୦ ଟଙ୍କା ଥିବା ଜଣାପଡିଛି । କାରଣ ସେ ପ୍ରାୟ ୨.୫ ବିଲିୟନ ଡଲାରର କ୍ଷତି ସହିଛନ୍ତି । ଯାହାର ଭାରତୀୟ ମୁଲ୍ୟ ୨୨୪୭୭୫୦୯୭୫୦୦ ଟଙ୍କା ହେବ ।

ଅମ୍ବାନୀଙ୍କ ବଡ କ୍ଷତି

ଫୋର୍ବସ୍ ରିପୋର୍ଟ ଅନୁସାରେ, ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ସେୟାର ମୂଲ୍ୟରେ ଅହେତୁକ ହ୍ରାସ ଦେଖିବାକୁ ମିଳିଛି । ଅନ୍ତ୍ରଜାତୀୟ ବଜାରରେ ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ଲାଗି ରହିଥିବା ବିବାଦ କାରଣରୁ ସେୟାର ବଜାର ଅସ୍ଥିର ହୋଇ ପଡିଛି । ଯାହାର ପ୍ରଭାବ ମୁକେଶଙ୍କ ସମ୍ପତ୍ତି ଉପରେ ପଡିଛି । ଫଳରେ ରିଲାଏନ୍ସର ମାର୍କେଟ୍ କ୍ୟାପ୍୧ ଲକ୍ଷ କୋଟି ଟଙ୍କା କମିଯାଇ ୧୯.୮୯ ଲକ୍ଷ କୋଟିରେ ପହଁଚିଛି । ଋଷିଆର ତୈଳ ଜାହାଜକୁ ଜବତ କରିବା ଖବର ଆସିବା ପରେ ସେୟାର ଦାମ୍ ଅସ୍ୱାଭାବିକ ଭାବେ ହ୍ରାସ ପାଇଥିଲା । ଗୋଟିଏ ଦିନରେ ୫ ପ୍ରତିଶତ ଦାମ୍ କମିଯାଇଥିଲା । ତେବେ ଏହି ରିପୋର୍ଟକୁ କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଛି ।

ଅଦାନୀଙ୍କ ଭୟଙ୍କର କ୍ଷତି

ଅନ୍ୟ ଦିଗରେ ଅଦାନୀ ଗ୍ରୁପର ମୁଖ୍ୟ ଗୌତମ ଅଦାନୀ ମଧ୍ୟ ଭୟଙ୍କର କ୍ଷତି ସହିଛନ୍ତି । ଫୋର୍ବସ ରିପୋର୍ଟ ଅନୁସାରେ, ତାଙ୍କର୨୪୭୭୫୫୧୧୨୦୦ କୋଟି ଟଙ୍କା କ୍ଷତି ହୋଇଛି । କ୍ଷତି ସହିବା ପରେ ତାଙ୍କ ସମ୍ପତ୍ତି ୬୪ ବିଲିୟନ ଡଲାରରେ ପହଁଚିଛି । ତେଣୁ ସେ ବିଶ୍ୱର ଧନି ତାଲିକାରେ ୨୮ ନମ୍ବର ସ୍ଥାନକୁ ଖସି ଆସିଛନ୍ତି ।

କୁହାଯାଉଛି ଯେ, ଅଦାନୀ ଗ୍ରୁପ୍ ବ୍ରାଜିଲର ଏରୋସ୍ପେସ୍ କମ୍ପାନୀ ଏମ୍ବ୍ରାଏର୍ ସହ ଡିଲ୍ କରିଥିଲା । ଡିଲ୍ ଅନୁସାରେ ଅଦାନୀ ଗ୍ରୁପ୍ ଭାରତରେ ବିମାନ ତିଆରି କରିବ । ଏନେଇ ଖୁବ୍ ଶୀଘ୍ର ଆନୁଷ୍ଠାନିକ ଘୋଷଣା କରାଯିବ । ଏହାପରେ କମ୍ପାନୀର ସେୟାର ଦାମ୍ ହ୍ରାସ ହୋଇଥିଲା । ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା କାରଣରୁ ତାଙ୍କର ସେୟାର ଦାମ୍ ଖସିଥିବା ବିଶେଷଜ୍ଞ କହୁଛନ୍ତି ।