LIVE TV
LIVE TV

ପ୍ରେସର କୁକର ଫାଟି ଛାତ୍ର ଗୁରୁତର, ୯ ଦିନ ହଷ୍ଟେଲରେ ବନ୍ଦୀ; କାନ୍ଥ ଡେଇଁ ଆଶ୍ରମରୁ ଉଦ୍ଧାର କଲେ ପ୍ରଦୀପ ମାଝୀ

NEWS7
4-arrested-in-fraudulent-trust-fraud-attempt-by-name-of-prime-minister-in-vanaras

ନବରଙ୍ଗପୁର: ଦିନେ କି ଦୁଇ ଦିନ ନୁହେଁ, ୯ ଦିନ ଧରି ପ୍ରେସର କୁକର ଫାଟି ଗୁରୁତର ଅବସ୍ଥାରେ ହଷ୍ଟେଲରେ ବନ୍ଦୀ ଥିଲା ଛାତ୍ର । ଆହତ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି ପ୍ରଦୀପ ମାଝୀ । ସପ୍ତମ ଶ୍ରେଣୀର ଛାତ୍ରଙ୍କୁ ଶୁକ୍ରବାର ରାତି ୯ଟାରେ ହଷ୍ଟେଲ କାନ୍ଥ ଡେଇଁ ବିଜେଡି ପ୍ରଦୀପ ମାଝୀ ଉଦ୍ଧାର କରିଛନ୍ତି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କୋଷାଗୁମଡା ବ୍ଳକ୍ କେ.ସେମଳା ଗାଁର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରେ । ଆହତ ଛାତ୍ରଙ୍କୁ ଉଦ୍ଧାର କରି ଜିଲ୍ଲାପାଳଙ୍କୁ ଛାତ୍ରର ଚିକିତ୍ସା କରିବାକୁ ହସ୍ତାନ୍ତର କରିଛନ୍ତି ।

ଆଶ୍ରମ ସ୍କୁଲ କର୍ତ୍ତୃପକ୍ଷଙ୍କ ଛାତ୍ରଙ୍କ ପ୍ରତି ଅମାନୁଷିକ ଯନ୍ତ୍ରଣା ଦେଇଥିବା ନେଇ ପ୍ରଦୀପ ଦୃଢ ନିନ୍ଦା କରିଛନ୍ତି । ପ୍ରେସର କୁକର ଫାଟି ଛାତ୍ରଙ୍କ ଆହତ ଘଟଣା ବାହାରେ ପ୍ରଘଟ ହେବା ଭୟରେ ଛାତ୍ରଙ୍କୁ ଚିକିତ୍ସା ନକରି ହଷ୍ଟେଲରେ ବନ୍ଦୀ ଭାବେ ରଖିଥିଲେ । ପ୍ରେସର କୁକର ବିସ୍ଫୋରଣରେ ଛାତ୍ରର ମୁହଁ ନାକ, ଆଖି,ଗାଲ ଚମଡାଗୁଡିକ ପୋଡି ଯାଇଛି ।

ସୂଚନାଯୋଗ୍ୟ ଯେ, ନଭେମ୍ୱର ୨୦ରେ ରୋଷେୟା ମଦ ପିଇ ରୋଷେଇ ନକରି କରି ଶୋଇଥିଲେ । ହଷ୍ଟେଲ ରହୁଥିବା ଛାତ୍ରମାନେ ନିଜେ ନିଜେ ରୋଷେଇ କରୁଥିଲେ । ଡାଲି କରୁଥିବା ବେଳେ ପ୍ରେସର କୁକର ଫାଟି ଛାତ୍ର ଆହତ ହୋଇଥିଲେ । ଆଜି ପ୍ରଦୀପ ମାଝୀ ଖବର ପାଇ ରାତି ଅଧରେ ହଷ୍ଟେଲ ପହଞ୍ଚିଥିଲେ । ହଷ୍ଟେଲରେ ପହଞ୍ଚି ହଷ୍ଟେଲ ଫାଟକ ନିକଟରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଡାକ ପକାଇଥିଲେ । କିନ୍ତୁ ରାତି ଅଧରେ ହଷ୍ଟେଲରେ କେହି ନଥିବା ବେଳେ ହଷ୍ଟେଲ କାନ୍ଥ ଡେଇଁ ଗୁରୁତର ଛାତ୍ରଙ୍କୁ ପ୍ରଦୀପ ଉଦ୍ଧାର କରିଥିଲେ । ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି ଯେ, ଖୋଦ ଗଣଶିକ୍ଷା ଓ ଆଦିବାସୀ ମନ୍ତ୍ରୀଙ୍କ ଜିଲ୍ଲାରେ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବା ନାଁର ପିଲାଙ୍କ ଜୀବନ ସହିତ ଖେଳୁଛନ୍ତି ଶିକ୍ଷକ ଓ କର୍ମଚାରୀ ।