ମନିଷ ତିୱାରୀଙ୍କ ବଡ଼ ବୟାନ, କହିଲେ-ପ୍ରଦେଶ ସ୍ତରରେ SIR କରାଇବାକୁ ନିର୍ବାଚନ ଆୟୋଗଙ୍କ ଅଧିକାର ନାହିଁ

NEWS7
37th-anniversary-of-operation-blue-star-celibrated-at-swarnamandir-amritsar

ଚଣ୍ଡିଗଡ଼ ୨୨।୨: କଂଗ୍ରେସ ସାଂସଦ ମନିଷ ତିୱାରୀ ରବିବାର ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର), ଆମେରିକା ଟାରିଫ ଓ ଭାରତ-ଆମେରିକା ବାଣିଜ୍ୟ ବୁଝାମଣାକୁ ନେଇ ଗଣମାଧ୍ୟମ ସହ ଆଲୋଚନାରେ ନିଜ ରାୟ ରଖିଛନ୍ତି ଓ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ମନିଷ ତିୱାରୀ କହିଛନ୍ତିଯେ ‘ପ୍ରଦେଶ ସ୍ତରରେ ଏସଆଇଆର କରାଇବାକୁ ଆଇନରେ କୌଣସି ପ୍ରାବଧାନ ନାହିଁ। ମୁଁ ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲି ଓ ଦାବି କରିଥିଲି ଏହାକୁ ନେଇ ଆଇନଗତ ନିଷ୍ପତ୍ତି ହେବା ଦରକାର।

ସମ୍ବିଧାନ ଓ ଆଇନରେ ଯେଉଁ ପ୍ରାବଧାନ ରହିଛି ସେହି ଅନୁସାରେ ନିର୍ବାଚନ ଆୟୋଗଙ୍କ ନିକଟରେ ସାରା ଦେଶରେ ଏସଆଇଆର କରାଇବାର ଅଧିକାର ଅଛି କି ନା ଏହା ସ୍ପଷ୍ଟ ହେବା ଆବଶ୍ୟକ’। ମନିଷ ତିୱାରୀ କହିଛନ୍ତି ଯେ ଯେଉଁଠି ବି ଏସଆଇଆର ହୋଇଛି ସେଠାରୁ ଏହା ସ୍ପଷ୍ଟ ରିପୋର୍ଟ ଆସିଛି ଯେ ପ୍ରକ୍ରିୟା ପାରଦର୍ଶି ନୁହେଁ ଓ ଟାର୍ଗେଟ କରି ଭୋଟର ଲିଷ୍ଟରୁ ଲୋକଙ୍କ ନାମ କଟା ଯାଉଛି।

ଏଥିରେ ପଶ୍ଚିମବଙ୍ଗର ଅଭିଜ୍ଞତା ଏବେ ସମସ୍ତଙ୍କ ସାମ୍ନାରେ,ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟ ନିମନ୍ତେ ଉଚିତ ଆଇନ ଉପାୟ ମାଗିବା ପାଇଁ ନିଜେ ଦେଶର ସର୍ବୋଚ୍ଚନ୍ୟାୟାଳୟରେ ଛିଡା ହୋଇଥିଲେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା, ଏହି କାରଣରୁ ବିରୋଧୀ ନିର୍ବାଚନ ଆୟୋଗଙ୍କୁ ବିଶ୍ୱାସ କରିପାରୁ ନାହାନ୍ତି।

ସେହିପରି ଆମେରିକା ଟାରିଫକୁ ନେଇ ମନିଷ ତିୱାରୀ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ସାରା ଦୁନିଆରେ ୧୫ ପ୍ରତିଶତ ଟାରିଫ ଲଗାଇଥିବା କଥା କହିଛନ୍ତି। ଏଥିରେ ଭାରତରେ ବିଜେପି ସରକାର ୭୦ଟି ଜିନିଷକୁ ଶୂନ୍ୟ ଟାରିଫ ଘୋଷଣା କରିଛନ୍ତି। ଏହାର ଅର୍ଥ ହେଉଛି ଆମେରିକାରେ ବେପାର କରିବାକୁ ଭାରତକୁ ୧୫ ପ୍ରତିଶତ ଟାରିଫ ଦେବାକୁ ପଡିବ ଓ ଆମେରିକାର ୭୦ଟି ସାମଗ୍ରୀ ଭାରତରେ ବିନା ଶୁଳ୍କରେ ବିକ୍ରିହେବ। ଏହା କେଉଁ ପ୍ରକାରର ବାଣିଜ୍ୟ ବୁଝାମଣା? ଏଥି ପାଇଁ ଭାରତ ସରକାରଙ୍କୁ ଜବାବ ଦେବାକୁ ପଡିବ ବୋଲି ତିୱାରୀ କହିଛନ୍ତି।