୨୦୨୪ ମହାସଂଗ୍ରାମ; ଗଣତନ୍ତ୍ରର ମହାପର୍ବରେ ୩୫.୬୭ ଲକ୍ଷ ନୂଆ ଭୋଟର ସାମିଲ୍

Published By : Prameya-News7 Bureau | April 19, 2024 IST

ନୂଆଦିଲ୍ଲୀ: ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ।। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା ୫ଟା ଯାଏ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ଟି ଲୋକସଭା ଆସନରେ ମତଦାନ ଚାଲିଛି । ତେବେ ପ୍ରଥମ ଚରଣରେ ପ୍ରାୟ ୧୬ କୋଟି ୬୩ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିରେ ୧,୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୬ କୋଟି ୬୩ ଲକ୍ଷ ଭୋଟରଙ୍କ ମଧ୍ୟରୁ ୮.୪ କୋଟି ପୁରୁଷ ଓ ୮.୨୩ କୋଟି ମହିଳା  ଅଛନ୍ତି । ସେହିପରି ୩୫.୬୭ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । ଏଥିରୁ ୧୮ ଲକ୍ଷ ଭୋଟର ପୋଲିଂ କର୍ମଚାରୀ ଭାବେ ନିଯୁକ୍ତ ହୋଇଛନ୍ତି । ୨୦ରୁ ୨୯ ବର୍ଷ ବୟସ୍କ ମତଦାତା ୩.୫୧ କୋଟି ଭୋଟର ରହିଛନ୍ତି । ସେମାନଙ୍କ ପାଇଁ ୧.୮୭ ଲକ୍ଷ ପୋଲିଂ ଷ୍ଟେସନ ତିଆରି ହୋଇଛି । ୧୦୨ ଲୋକସଭା ଆସନରେ ହେବାକୁ ଥିବା ମତଦାନରେ ତାମିଲନାଡୁର ସର୍ବାଧିକ ୩୯ ଆସନ ରହିଛି । ରାଜସ୍ଥାନର ୧୨, ୟୁପିର ୮, ଉତ୍ତରାଖଣ୍ଡର ୫, ବିହାରର ୪, ଆସାମର ୪, ମଧ୍ୟପ୍ରଦେଶର ୬, ଅରୁଣାଚଳ ପ୍ରଦେଶର ୨ ଆସନରେ ଭୋଟ୍ ଗ୍ରହଣ ହେଉଛି । 


  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.