LIVE TV

ନୂଆ ପଞ୍ଚବାର୍ଷିକ ଯୋଜନାକୁ ଚୀନର ଅନୁମୋଦନ , ଟ୍ରମ୍ପଙ୍କ ଟ୍ରେଡ୍‌ ୱାରର ମୁକାବିଲା ପାଇଁ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପ  

NEWS7
3490-new-corona-cases-in-odisha

ନୂଆଦିଲ୍ଲୀ –ଚୀନର କ୍ଷମତାଧାରୀ କମ୍ୟୁନିଷ୍ଟ ପାର୍ଟିର ଏକ ପ୍ରମୁଖ ବୈଠକ ଚାରି ଦିନ ଧରି ଚାଲି ଥିବା , ଯାହାକି ଗୁରୁବାର ଦିନ ଶେଷ ହୋଇଛି। ଏହି ବୈଠକରେ ପାର୍ଟି ରାଷ୍ଟ୍ରପତି ଶି ଜିନପିଙ୍ଗକୁ ପାର୍ଟି ପକ୍ଷରୁ ସେନାର ସବୁଠୁ ଦୃଢ ଓ ମୁଖ୍ୟ ନେତା ଭାବେ ଉଲ୍ଲେଖ କରିଥିଲା। ୭୨ ବର୍ଷିୟ ଶି ଜିନପିଙ୍ଗ୍‌ ଲଗାତାର ତୃତୀୟ ଥର ଚୀନର ରାଷ୍ଟ୍ରପତି ଭାବେ କାମ କରୁଛନ୍ତି, ଯିଏ ମାଓ ଜେଦୋଙ୍ଗଙ୍କ ପରେ ଏମିତି କରିବାରେ ଏକମାତ୍ର ନେତା।

ବୈଠକରେ ଚୀନର ଆଗାମୀ ପଞ୍ଚବାର୍ଷିକ ଯୋଜନା ( ୨୦୨୬-୨୦୩୦)କୁ ମଧ୍ୟ  ଅନୁମୋଦନ ଦିଆଯାଇଛି। ଏହି ଯୋଜନା ଚୀନକୁ ଆର୍ଥିକ ଓ ପ୍ରଯୁକ୍ତିବିଦ୍ୟା ସ୍ତରରେ ଆତ୍ମନିର୍ଭର କରିବାରେ ଜୋର ଦେଇଥାଏ। ଏହାର ଉଦ୍ଦେଶ୍ୟ ଦେଶର ଘରୋଇ ବଜାରକୁ ମଜବୁତ୍‌ କରିବା ଏବଂ ଅଧିକ ଆତ୍ମନିର୍ଭରଶୀଳ ହେବା। ଏହି ଯୋଜନା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ରେଡ୍‌ ଓ ବୈଶ୍ୱିକ ବ୍ୟାପାର ଉତ୍ତେଜନାକୁ ମୁକାବିଲା କରିବା ପାଇଁ ଉଦ୍ଦିଷ୍ଟ।

ପଞ୍ଚବାର୍ଷିକ ଯୋଜନା (୨୦୨୬-୨୦୩୦) ଅନୁସାରେ ନିଜର ଘରୋଇ ବଜାରକୁ ଦୃଢ କରିବ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ସୁଧାର ଆଣିବ ଏବଂ ନୂଆ , ଭଲ ଉତ୍ପାଦନ ଶକ୍ତି ବିକସିତ କରିବ। ଏହାର ଲକ୍ଷ୍ୟ ୨୦୩୫ ଯାଏ ଚୀନକୁ ସମାଜବାଦୀ ଆଧୁନିକ ଦେଶ ଭାବେ ଗଢିବା। ବୈଠକରେ କୁହାଯାଇଛି ଯେ , ବିକାଶର ଏମିତି ସମୟରେ , ଯେଉଁଠି ସୁଯୋଗ ତ ଅଛି , କିନ୍ତୁ ବିପଦ ଓ ଚ୍ୟାଲେଞ୍ଜ ମଧ୍ୟ ବଢୁଛି। ଏଥିପାଇଁ ଦେଶକୁ ଆତ୍ମନିର୍ଭରଶୀଳ କରିବା ଏବଂ ନୂଆ ବିକାଶର ଉପାୟ ଆପଣାଇବାକୁ ହେବ।

ବୈଠକରେ ଚୀନ ସେନାର ଅନେକ ବରିଷ୍ଠ ଅଧିକାରୀମାନଙ୍କୁ ଦୁର୍ନୀତି ଓ ନିୟମର ଉଲ୍ଲଂଘନ କରିବା କାରଣରୁ ବହିଷ୍କୃତ ମଧ୍ୟ କରାଯାଇଛି। ସେନାର ଦୁଇ ନମ୍ୱର ଜେନେରାଲ ହେ ୱେଇଡୋଙ୍ଗଙ୍କୁ ହଟାଇ ତାଙ୍କ ସ୍ଥାନରେ ଝାଙ୍ଗ ସେଙ୍ଗମିନଙ୍କୁ ନିଯୁକ୍ତ କରାଯାଇଛି। ଯିଏ ସେନାର ଦୁର୍ନୀତି ବିରୋଧୀ ଅଭିଯାନର ମୁଖ୍ୟ। ଏହା ବ୍ୟତୀତ ଆଉ ୮ ଜଣ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ପାର୍ଟି ଓ ସେନାରୁ ବାହାର କରାଯାଇଛି। ଏହି ଅଧିକାରୀଙ୍କ ଉପରେ ଗୁରୁତର ଅଭିଯୋଗ ଥିଲା।