Naman Awards 2026: ବିସିସିଆଇ କ୍ରିକେଟର ଅଫ୍‌ ଦ ଇଅର ହେଲେ ଶୁଭମନ ଗିଲ ଓ ସ୍ମୃତି ମନ୍ଧାନା

NEWS7
3490-new-corona-cases-in-odisha

ନୂଆଦିଲ୍ଲୀବିସିସିଆଇ ଏହାର ନମନ ପୁରସ୍କାର ୨୦୨୬ ଘୋଷଣା କରିଛି। ଚଳିତ ଥର ଶୁଭମନ ଗିଲ୍ ଓ ସ୍ମୃତି ମନ୍ଧାନଙ୍କୁ ବ୍ୟକ୍ତିଗତ ସ୍ତରରେ ପୁରସ୍କୃତ କରାଯାଇଛି। କ୍ରିକେଟରେ ତାଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁ ଏହି ଦୁଇ ଖେଳାଳି ପୁରସ୍କୃତ ହୋଇଛନ୍ତି। ରବିବାର, ମାର୍ଚ୍ଚ ୧୫ ତାରିଖରେ ନୂଆ ଦିଲ୍ଲୀରେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିଲା। ଚଳିତ ଥର ପୁରୁଷ କ୍ରିକେଟରେ ଗିଲଙ୍କୁ ସର୍ବଶ୍ରେଷ୍ଠ ଆନ୍ତର୍ଜାତୀୟ କ୍ରିକେଟର ଭାବେ ବଛା ଯାଇଥିଲା। ଏଥିପାଇଁ ତାଙ୍କୁ ପ୍ରତିଷ୍ଠିତ ପଲି ଉମରିଗର ପୁରସ୍କାରରେ ସମ୍ମାନିତ କରାଯାଇଛି। ସେହିପରି ମହିଳା କ୍ରିକେଟ୍ରେ ସ୍ମୃତି ମନ୍ଧାନାଙ୍କୁ ବିସିସିଆଇର ସର୍ବଶ୍ରେଷ୍ଠ ଆନ୍ତର୍ଜାତୀୟ କ୍ରିକେଟର ଭାବରେ ସମ୍ମାନିତ କରାଯାଇଛି।

ଏହାକୁ ମିଶାଇ ଗିଲଙ୍କୁ ଦ୍ୱିତୀୟ ଥର ପାଇଁ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ମିଳିଛି। ଏହା ପୂର୍ବରୁ ୨୦୨୩ରେ ଭାରତ ପାଇଁ ଜବରଦସ୍ତ ବ୍ୟାଟିଂ କରି ଗିଲ୍ ଏହି ପୁରସ୍କାର ପାଇଥିଲେ। ସେତେବେଳେ ସେ ଓପନିଂ ବ୍ୟାଟର ଭାବେ ୨୯ଟି ଦିନିକିଆ ମ୍ୟାଚ୍ରେ ୬୩.୩୬ ହାରାହାରି ଏବଂ ୧୦୫.୪୫ ଷ୍ଟ୍ରାଇକ୍ ରେଟ୍ରେ ୧,୫୮୪ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ପାଞ୍ଚଟି ଶତକ ସାମିଲ ଥିଲା।

ତେବେ ମନ୍ଧାନା ପଞ୍ଚମ ଥର ପାଇଁ ଏହି ପୁରସ୍କାର ବିଜୟୀନ ହୋଇଛନ୍ତି। ଏହା ପୂର୍ବରୁ ସେ ୨୦୧୮, ୨୦୨୦-୨୧, ୨୦୨୧-୨୨, ୨୦୨୩-୨୪ ଏବଂ ୨୦୨୪-୨୫ ଏହି ପୁରସ୍କାର ଜିତିଥିଲେ। ସୂଚନା ଥାଉକି, ବିସିସିଆଇ ନମନ ପୁରସ୍କାର ଏକ ବାର୍ଷିକ ସମ୍ମାନିତ ଉତ୍ସବ, ଯେଉଁଠାରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI), ପୂର୍ବ ବର୍ଷଗୁଡ଼ିକର ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ସମ୍ମାନିତ କରିଥାଏ।

ଭାରତୀୟ କ୍ରିକେଟ୍‌ରେ ଗିଲ୍‌ଙ୍କୁ ଉଦୟ

ଗିଲ୍ ଟିମ୍ ଇଣ୍ଡିଆ ୨୦୨୫ରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ବିଶେଷକରି ଟେଷ୍ଟ ଫର୍ମାଟରେ ତାଙ୍କର ପ୍ରଦର୍ଶନ ଭଲ ରହିଥିଲା। ଏବଂ ସେ ନିଜକୁ ଦଳର ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟର ଭାବେ ପ୍ରତିଷ୍ଠିତ କରି ପାରିଥିଲେ। ଇଂଲଣ୍ଡ ଗସ୍ତ ସମୟରେ ଗିଲ ପାଞ୍ଚଟିକିଆ ଟେଷ୍ଟ ସିରିଜରେ ନେତୃତ୍ୱ ନେଇଥିଲେ। ୧୦ଟି ଇନିଂସରେ ସେ ୭୫.୪୦ ହାରରେ ୭୫୪ ରନ କରି ଭାରତର ସର୍ବାଧିକ ରନ କରିଥିବା ବ୍ୟାଟର ହୋଇଥିଲେ। ଯେଉଁଥିରେ ୪ ଟି ଶତକ ଏବଂ ୨୬୯ର ସର୍ବାଧିକ ସ୍କୋର ଥିଲା। ଗୋଟିଏ ପର୍ଯ୍ୟାୟରେ, ସେ କେବଳ ପ୍ରଥମ ଦୁଇଟି ଟେଷ୍ଟରେ ୫୮୫ ରନ ସଂଗ୍ରହ କରିସାରିଥିଲେ, ରୋହିତ ଶର୍ମାଙ୍କ ସ୍ଥାନ ନେବା ପରେ ଅଧିନାୟକ ଭାବରେ ଏହା ତାଙ୍କର ପ୍ରଥମ ଟେଷ୍ଟ ସିରିଜ ଥିଲା।

ଭାରତର ଚାମ୍ପିଅନ୍ସ ଟ୍ରଫି ୨୦୨୫ ବିଜୟ ଅଭିଯାନରେ ମଧ୍ୟ ଗିଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ ବିଶ୍ୱର ନମ୍ବର ୧ ଦିନିକିଆ ବ୍ୟାଟର ଭାବରେ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିଲେ ଏବଂ ଭାରତର ଉଦଘାଟନୀ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଅପରାଜିତ ୧୦୧ ରନ କରି ନିଜ ପ୍ରଭାବ ବିସ୍ତାର କରିଥିଲେ। ଟୁର୍ଣ୍ଣାମେଣ୍ଟରେ ସେ ୧୮୮ ରନ କରି ଭାରତର ତୃତୀୟ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ହୋଇଥିଲେ।

ଏଭରଗ୍ରୀନ ମନ୍ଧାନା

୨୦୨୫ ମସିହା ଆରମ୍ଭରୁ ମନ୍ଧାନା ଭାରତୀୟ ମହିଳା ଦଳ ପାଇଁ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଆସୁଛନ୍ତି। ବିଭିନ୍ନ ଫର୍ମାଟରେ ରେକର୍ଡ ବ୍ରେକର ରନ ସଂଗ୍ରହ କରି ସେ ଭାରତୀୟ ମହିଳା ବ୍ୟାଟିଂର ଚେହେରା ଭାବରେ ନିଜର ସ୍ଥିତିକୁ ଆହୁରି ମଜଭୁତ କରିଛନ୍ତି। ସେ ୨୦୨୫ ମସିହାରେ ଆଶ୍ଚର୍ଯ୍ୟଜନକ ଭାବରେ ୧୭୦୩ ଆନ୍ତର୍ଜାତୀୟ ରନ ସଂଗ୍ରହ କରିଥିଲେ, ଯେଉଁଥିରେ ଦିନିକିଆ ଫର୍ମାଟରେ ତାଙ୍କର ୧,୩୬୨ ରନ ଥିଲା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ କୌଣସି ମହିଳା କ୍ରିକେଟରଙ୍କ ଦ୍ୱାରା ଏହା ସର୍ବାଧିକ ସ୍କୋର ଥିଲା। ଏପରି କରି ମନ୍ଧାନା ମହିଳା ଦିନିକିଆ ଇତିହାସରେ ପ୍ରଥମ ବ୍ୟାଟର ହୋଇଛନ୍ତି ଯିଏ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ ସ୍କୋର କରିଥିଲେ। ମହିଳା ବିଶ୍ୱକପ ସମୟରେ ମନ୍ଧାନ ଏହି ସଫଳତା ହାସଲ କରିଥିଲେ।