ନୂଆବର୍ଷରେ ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି, ରାତି ୧୧ ଯାଏଁ ଖୋଲା ରହିବ ମନ୍ଦିର

NEWS7
33-bonded-labour-reached-nuapada-after-rescued-from-telangana

ପୁରୀ ୦୧।୧୨ : ରାତି ୧୧ ଯାଏଁ ଚାଲିବ ମହାପ୍ରଭୁଙ୍କ ଦର୍ଶନ । ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିସାରିଛନ୍ତି । ଆଗକୁ ଆହୁରି ଭକ୍ତଙ୍କ ସମାଗମ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାତି ୨ଟାରୁ ସିଂହଦ୍ୱାର ଫିଟିଥିଲା । ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରି ସାରିଛନ୍ତି। ରାତ୍ର ୧୧ ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ଜାରି ରହିବ। ଶ୍ରଦ୍ଧାଳୁମାନେ ସିଂହଦ୍ଵାରରେ ପ୍ରବେଶ କରୁଛନ୍ତି। ବାହାର କାଠ ନିକଟରୁ ଶୃଙ୍ଖଳିତ ଭାବେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରୁଛନ୍ତି। ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ କରୁଛନ୍ତି। ସେବାୟତଙ୍କ ସହିତ ଉତ୍ତମ ସମନ୍ୱୟ ଯୋଗୁଁ ନୀତି କାନ୍ତି ସୂଚାରୁରୂପେ ଜାରି ରହିଛି। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା।