LIVE TV

ମୋଗଲ କାଳର ପେଣ୍ଟିଂର ନିଲାମୀ, ଲଣ୍ଡନରେ ୧୧୯ କୋଟି ଟଙ୍କାରେ ବିକ୍ରି ହେଲା ‘ଚିତା ପରିବାର’ର ଚିତ୍ର

NEWS7
32-village-people-striked-against-not-arrested-tini-mistris-murder-culprit-in-raighar

ନୂଆଦିଲ୍ଲୀ: ଇତିହାସ ରଚିଲା ମୋଗଲ ସମ୍ରାଟ ଅକବରଙ୍କ ପ୍ରିୟ କାଳକାର ବସାବନଙ୍କ ଦ୍ବାରା ତିଆରି ଏକ ଅନନ୍ୟ ଲଘୁ ଚିତ୍ର। ‘ଏ ଫ୍ୟାମିଲି ଅଫ୍‌ ଚିତା ଇନ୍ ଏ ରକି ଲ୍ୟାଣ୍ଡସ୍କେପ୍’ ନାମକ ଏହି ପେଣ୍ଟିଂ, ଲଣ୍ଡନର କ୍ରିଷ୍ଟ୍ରିଜ୍ ନିଲାମୀରେ ୧୦, ୨୪୫, ୦୦୦ ପାଉଣ୍ଡ ବା ୧୧୯.୪୯ କୋଟି ଟଙ୍କାରେ ବିକ୍ରି​‌ ହୋଇଛି। ବଡ଼ କଥା ହେଲା ଏପର୍ଯ୍ୟନ୍ତ ବିକ୍ରି ହୋଇଥିବା ପୁରାତନ ଭାରତୀୟ କଳାକୃତି ମଧ୍ୟରେ ସବୁଠୁ ଦାମୀ।

ଏହି କଳାକୃତି ୧୫୭୫-୮୦ ଖୀଷ୍ଟପୂର୍ବର। ଏହାକୁ ମୋଗଲ କାଳର ପ୍ରାରମ୍ଭିକ ଏବଂ ଉତ୍କୃଷ୍ଟ କଳାଚିତ୍ରରେ ଗଣନା କରାଯାଏ। ଚିତ୍ରରେ ଗୋଟିଏ ଚିତା ପରିବାର ଏକ ସବୁଜ ପଡ଼ିଆରେ ଆରାମ କରୁଛି। ପାଖରେ ଏକ ଅଙ୍କାବଙ୍କା ନଦୀର ଧାରା ଏବଂ ଛାଇ ଦେଉଥିବା ଗଛଟିଏ ରହିଛି। ଏଭଳି ପରିବେଶରେ ଅଣ୍ଡିରା ଚିତାଟିଏ ସନ୍ତୋଷ ଭାବରେ ଚାହିଁରହିଥିବାବେଳେ​‌, ମାଈ ଚିତା ନିଜ ଛୁଆଙ୍କୁ କ୍ଷୀର ପିଆଉଛି ଓ ଗୋଟିଏ ଶାବକଙ୍କୁ ସଫା କରୁଛି। ଆଉ ଏହି ଅନନ୍ୟ ପେଣ୍ଟିଂ ଏହାର ଆନୁମାନିକ ମୂଲ୍ୟଠାରୁ ୧୪ ଗୁଣା ଅଧିକ ଦାମ୍‌ରେ ବିକ୍ରି ହୋଇଛି।

କ୍ରିଷ୍ଟିଜର ଏହି ନିଲାମୀରେ ପ୍ରାୟ ୯୫% ପେଣ୍ଟିଂସ ରହିଥିଲା। ଯେଉଁଥିରେ ଭାରତୀୟ, ଫରାସୀ ଏବଂ ଅଟୋମନ କଳାକାରଙ୍କ କଳାକୃତି ସାମିଲ ରହିଥିଲା। ଦୁସ୍ତ ମୋହମ୍ମଦ, ବସାବନ, ଗୁଲାମ ଅଲି ଖାନ, ବିଶନ ସିଂହ, ରେଜା ଅବ୍ବାସୀ ଏବଂ ଲେବନୀ ଭଳି ପ୍ରସିଦ୍ଧ କଳାକାରଙ୍କ କାଳକୃତି ରହିଥିଲା। କ୍ରିଷ୍ଟିଜର ଏହି ନିଲାମୀରେ ୧୦୦ ପ୍ରତିଶତ କଳାକୃତି ବିକ୍ରି ହୋଇଥିଲା ଏବଂ ସମୁଦାୟ ବିକ୍ରି ୪୫.୭୬ ମିଲିୟନ ପାଉଣ୍ଡ ବା ପ୍ରାୟ ୫୩୩.୭୯ କୋଟି ଟଙ୍କା ରହିଥିଲା। ଏଥିରେ ୨୦ ଦେଶର କ୍ରେତା ଭାଗ ନେଇଥିଲେ।