LIVE TV

ସେଖ ହସିନାଙ୍କୁ ଦିଆଯିବ ଫାସୀ ! ଦୋଷୀ ସାବ୍ୟସ୍ତ ପରେ ମୃତ୍ୟୁଦଣ୍ଡ ଶୁଣାଇଲେ କୋର୍ଟ

NEWS7
3067-new-corona-cases-in-odisha

ଢାକା, ୧୭|୧୧: ଶେଖ ହସିନା ଦୋଷୀ । ତାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହସିନାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ଇଣ୍ଡରନ୍ୟାସନାଲ କ୍ରାଇମ୍ ଟ୍ରିବ୍ୟୁନାଲ୍ । ମାନବିକତା ବିରୋଧରେ ଦାଖଲ ହୋଇଥିବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଯାହାର ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ଜଷ୍ଟିସ ଗୁଲାମ ମୁର୍ତାଜାଙ୍କ ଖଣ୍ଡପୀଠ ଶେଷରେ ହସିନାଙ୍କ ବିରୋଧରେ ରାୟ ଦେଇଛନ୍ତି ।

ବାଂଲାଦେଶୀ ଗଣମାଧ୍ୟମ ଅନୁଯାୟୀ, ରାୟ ପ୍ରଦାନ କରିବା ସମୟରେ, କୋର୍ଟ ହସିନାଙ୍କ ଅଡିଓ ମଧ୍ୟ ଜାରି କରିଥିଲେ । ଯାହା ବାଂଲାଦେଶରେ ଭାଇରାଲ ହୋଇଥିଲା। ଏହି ଅଡିଓରେ, ହସିନା ପୋଲିସ ମୁଖ୍ୟଙ୍କୁ ଲୋକଙ୍କ ଉପରେ ଗୁଳି ଚଳାଇବାକୁ କହୁଥିବା ଶୁଣିବାକୁ ମିଳିଥିଲା ।କୋର୍ଟ ରାୟ ପ୍ରଦାନ କରିବା ସମୟରେ ମାନବାଧିକାର କମିଶନର ରିପୋର୍ଟକୁ ମଧ୍ୟ ଉଲ୍ଲେଖ କରିଛନ୍ତି ।

ରାୟର ଗୋଟିଏ ଦିନ ପୂର୍ବରୁ, ହସିନାଙ୍କ ଦଳ, ଆୱାମୀ ଲିଗ୍, ଦେଶବ୍ୟାପୀ "ସମ୍ପୂର୍ଣ୍ଣ ବନ୍ଦ" ଘୋଷଣା କରିଥିଲା । ଏହି ବନ୍ଦ ଡାକରା ଏପରି ସମୟରେ ଦିଆଯାଇଛି, ଯେତେବେଳେ ୟୁନୁସ୍ ସରକାର ପୂର୍ବରୁ ଆୱାମୀ ଲିଗର ସମସ୍ତ କାର୍ଯ୍ୟକଳାପକୁ ନିଷିଦ୍ଧ କରିସାରିଛି । ଦୁଇ ନେତାଙ୍କ ସମର୍ଥକ ମୁହାଁମୁହିଁ ହେବାର ସମ୍ଭାବନା ଥିବାରୁ ଏବେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ସୈୟଦା ରିଜୱାନା ହାସନଙ୍କ ଘର ବାହାରେ ଦୁଇଟି ବିସ୍ଫୋରଣ ହୋଇଥିବା ବେଳେ କରୱାନ୍ ବଜାର ଅଞ୍ଚଳରେ ଆଉ ଏକ ବିସ୍ଫୋରଣ ହୋଇଛି । ସୌଭାଗ୍ୟବଶତଃ, ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ଉତ୍ତେଜନା ରୋକିବା ପାଇଁ, ଢାକା ପୋଲିସ କମିସନର ଶେଖ ମହମ୍ମଦ ସଜ୍ଜାଦ ଅଲ୍ଲୀ ପୋଲିସ୍ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପୋଲିସ ଉପରେ ଆକ୍ରମଣ କରୁଥିବା କିମ୍ବା ହିଂସାକୁ ଉସୁକାଉଥିବା ଯେକୌଣସି ବ୍ୟକ୍ତିଙ୍କ ଉପରେ ଗୁଳି ଚାଳନା କରାଯିବ ।