ପୀୟୂଷ ସାଇଲେଣ୍ଟ କିଲର୍, ରାଣୀ ପଣ୍ଡା ପାଗେଳି.. କଥା କଟାକଟି ହେଲେ ଦୁଇ ଯାତ୍ରା ରଥି

NEWS7
306-more-corona-in-bbsr

ଯାଜପୁର ୨୨।୦୧ : ଆଜିକାଲି ଯିଏ ଯେତେ କଣ୍ଟ୍ରୋଭର୍ସିକୁ ଯାଉଛି, ତାର କ୍ରେଜ୍ ସେତେ ବଢ଼ୁଛି। ପୀୟୁଷ ହେଉଛି ସାଇଲେଣ୍ଟ ଆକ୍ଟର। କଥା କମ୍ କହୁଛି। ମୁରୁକି ମୁରୁକି ହସୁଛି। ଦର୍ଶକଙ୍କୁ ଫସାଉଛି। ଏବେ ଦର୍ଶକଙ୍କ ପାଖରେ ପୀୟୁଷର କ୍ରେଜ ବଢ଼ିଛି। ଯାତ୍ରା ଅଭିନେତା ପୀୟୁଷ ତ୍ରିପାଠୀଙ୍କ କ୍ରେଜ୍କୁ ନେଇ ଏମିତି କିଛି କହିଛନ୍ତି ରାନୀ ପଣ୍ଡା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିନ ଥିଲା ରାନୀ ପଣ୍ଡାର ସବୁଠୁ ଅଧିକ କ୍ରେଜ ଥିଲା। ଆଗକୁ ଖେଳ ହେବ, ରାନୀ ପଣ୍ଡାର ପୁଣି କ୍ରେଜ ବଢିବ। ଓଡ଼ିଶା ଲୋକ ଜାଣିଛନ୍ତି ପୀୟୁଷ କଣ ଆଉ ମୁଁ କଣ ? ସିଏ କେବଳ ତା ନିଜ କଥା ଆଉ ନିଜ ପରିବାର କଥା ଜାଣିଛି। ରାନୀ ପଣ୍ଡା ହାତକୁ ୧୫୦ ପରିବାର ଚାହିଁ ବସିଛନ୍ତି। ଅନେକ ଅସହାୟ ପରିବାରଙ୍କ ମୁହଁରେ ହସ ଫିଟାଉଛି। ଏମିତିକି ଯାତ୍ରା ପାର୍ଟି ମାଲିକଙ୍କୁ ମଧ୍ୟ ସମାଲୋଚନା କରିବାକୁ ଭୁଲି ନାହାନ୍ତି ରାନୀ ପଣ୍ଡା।

ସେପଟେ ରାନୀ ପଣ୍ଡାଙ୍କ ବୟାନକୁ ନେଇ ଜବାବ୍ ଦେଇଛନ୍ତି ପୀୟୁଷ। ଚୁମ୍ବକରେ ହେଲେ ବି କଥାରେ କଥାରେ ବାଣ ମାରିଛନ୍ତି ପୀୟୁଷ। ପୀୟୁଷ କହିଲେ ସେ ପାଗେଳି ଟା। ସିଏ କଣ କହୁଛି ମୋର ସେଥିରେ କିଛି ଯାଅ ଆସ ନାହିଁ। ଏଠି ଭଗବାନଙ୍କ ଇଚ୍ଛାରେ ସବୁ ଚାଲିଛି। ଭଗବାନ ଯାହା ଚାହିଁବେ ସେଇଆ ହେବ। ଯାଜପୁର ଜିଲ୍ଲା ବିଂଝାରପୁରର ବରୁଣେଶ୍ୱର ମେଳାରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏକାଧିକ ଯାତ୍ରା ପାର୍ଟି ନାଟକ ପରିବେଷଣ କରୁଛନ୍ତି। ଯେଉଁ ଯାତ୍ରା କୁଞ୍ଜରେ ଗୋଟିଏ ପଟେ ସିଂହବାହିନୀରେ ପୀୟୁଷଙ୍କ ଅଭିନୟ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିବା ବେଳେ ଅନ୍ୟପଟେ ରାନୀ ପଣ୍ଡାଙ୍କ ପାର୍ଟି ମଧ୍ୟ ଯାତ୍ରା ପରିବେଷଣ କରୁଛି।