ଟ୍ରକ ପଛରେ ପିଟି ହେଲା କାର୍, ଚାଲିଗଲା ୨ ଜୀବନ

NEWS7
3-institutes-of-india-in-top-200-of-world-university-rankings

ଅନୁଗୋଳ ୨୧।୦୨ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅନୁଗୋଳ NH- 55 ମରାମତିରା ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ପଛରେ ପିଟି ହେଲା କାର। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏ ଖବର ବି ପଢନ୍ତୁ:- ଝାରସୁଗୁଡ଼ାରେ ଚାଞ୍ଚଲ୍ୟ, ପତ୍ନୀଙ୍କ ମୃତଦେହ ସହ ୪ ଦିନ ରହିଲେ ସ୍ୱାମୀ !

ଖବର ଅନୁଯାୟୀ, ଏକାଧିକ ବ୍ୟକ୍ତି ଏକ କାର୍ ଯୋଗେ ସମ୍ବଲପୁର ଅଭିମୁଖେ ଯାଉଥିଲେ । ହେଲେ ଅନୁଗୋଳ ଜାତୀୟ ରାଜପଥ ମରାମତିରା ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ରାସ୍ତାରେ ଥିବା ଏକ ଟ୍ରକ ପଛରେ ଭାରସାମ୍ୟ ହରାଇ ପିଟି ହୋଇଥିଲା କାର୍। ଯାହାଫଳରେ ଏହି ଭୟଙ୍କର ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଦୁଇ ଜଣ ହେଲେ ଅମିତ କୁମାର ସାହୁ ଓ ଭୀଷ୍ମ ସାହୁ ବୋଲି ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଆହତଙ୍କ ପରିଚୟ ମିଳିପାରିନାହିଁ ।

ଏ ଖବର ବି ପଢନ୍ତୁ:- ହୋଲି ଯାଏଁ ଏହି ୪ଟି ରାଶି ଉପରେ ହେବ ଧନ ବର୍ଷା, ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଆଣିବେ ଶୁକ୍ର