ଭୁବନେଶ୍ଵରରେ ସୁପରଷ୍ଟାର ଅକ୍ଷୟ କୁମାର, ଓଡ଼ିଆଙ୍କୁ ନେଇ କହିଲେ ଏମିତି

NEWS7
3-died-in-suffocation-in-berhampur-on-a-latin-tank

ଭୁବନେଶ୍ଵର: ଭୁବନେଶ୍ଵରରେ ସୁପରଷ୍ଟାର ଅକ୍ଷୟ କୁମାର୍। କଲ୍ୟାଣ ସୋ ରୁମ୍ ଉଦଘାଟନ ଅବସରରେ ଭୁବନେଶ୍ବରରେ ପହଞ୍ଚିଥିଲେ ଅକ୍ଷୟ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅକ୍ଷୟ କୁମାର ନିଜ ଫ୍ୟାନ ମାନଙ୍କ ସହ କଥା ହୋଇଛନ୍ତି । ନିଜ ବାପା ମାଆଙ୍କୁ ସମ୍ମାନ ଦିଅନ୍ତୁ ଏବଂ ନିଶା ଠାରୁ ଦୂରେଇ ରୁହନ୍ତୁ ବୋଲି ସେ ଉପସ୍ଥିତ ଦର୍ଶକଙ୍କୁ ଉପଦେଶ ଦେଇଛନ୍ତି ।

ସେ କହିଛନ୍ତି ଯେ ଓଡ଼ିଶାବାସୀ ସମ୍ପର୍କକୁ ଅଧିକ ଗୁରୁତ୍ଵ ଦିଅନ୍ତି ଆଉ ଏହାକୁ ଧ୍ୟାନ ଦେଇ ନିଜର ଅଳଙ୍କାର ଡିଜାଇନ୍ କରିଛି କଲ୍ୟାଣ ଜୁଏଲର୍ସ। ଅକ୍ଷୟ କୁମାର ଙ୍କୁ ଦେଖିବା ପାଇଁ ଷ୍ଟୋର ଆଗରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସେପଟେ ପ୍ରଶସକ କହିଛନ୍ତି ନିକଟରୁ ଅକ୍ଷୟକୁ ଦେଖି ହାତ ମିଳାଇବା ସ୍ବପ୍ନ ସାକାର ହୋଇଛି ।