ମାତ୍ର ୧୦ ମିନିଟ୍, ଘୂର୍ଣ୍ଣିଝଡ଼ରେ ସବୁ ଛାରଖାର : ଘର ଭାଙ୍ଗିଲା, ଲୋକଙ୍କୁ ମାରିଲା

NEWS7
3-days-nabrangpur-shut-down-2

କରଞ୍ଜିଆ ୧୫।୩: ମୟୁରଭଞ୍ଜରେ ତାଣ୍ଡବ ରଚିଲା କାଳବୈଶାଖୀ । ମାତ୍ର ୧୦ ମିନିଟ୍ରେ ନେଇଗଲା ଲୋକଙ୍କ ଜୀବନ । ଲୋକଙ୍କୁ ଗାଡ଼ି ସହ ରାସ୍ତାରୁ ଉଡ଼ାଇ ନେଇ ପୋଖରୀରେ କଚାଡ଼ିଲା । ହଠାତ୍ ମାଡ଼ି ଆସିଲା, କରାଳ ରୂପ ଧାରଣ କଲା ।

ଦେଖନ୍ତୁ ଘୂର୍ଣ୍ଣିଝଡ଼ର କରାଳ ରୂପ:

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ର ତିନୋଟି ଗାଁରେ କାଳବୈଶାଖୀ ତାଣ୍ଡବ ରଚିଲା । କିଆ, ପାଣପୋଷି, ମେଣ୍ଢାଶିଙ୍ଗା ଗାଁରେ କାଳବୈଶାଖୀ ପବନ ଓ କୁଆ ପଥର ମାଡ଼ରେ ଭାଙ୍ଗିଲା ଶହେରୁ ଅଧିକ ଘର । ପ୍ରବଳ ପବନରେ କଙ୍କଡା ଗାଁରେ ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହୀ ଅଟୋକୁ ଉଡାଇ ନେଇ ପୋଖରୀ ଭିତରେ ପକାଇ ଦେଇଥିବା ସୂଚନା ରହିଛି । ଏହା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।