ବଙ୍ଗୋପସାଗରର ୨୫୨୦ କିଲୋମିଟର ଅଞ୍ଚଳକୁ ସିଲ୍ କଲା ଭାରତ, ୪ ଦିନ ପର୍ଯ୍ୟନ୍ତ ପକ୍ଷୀ ବି ଉଡିପାରିବେନି

NEWS7
2lakhs-drawn-from-bank-accounts-by-fraud-people

ନୂଆଦିଲ୍ଲୀ ୧୪।୧୨: ରଣନୈତିକ ରୂପେ ଗୁରୁତ୍ୱପୂର୍ଣ୍ଣ ବଙ୍ଗୋପସାଗରରେ ଭାରତ ଏକ ବ୍ୟାପକ କ୍ଷେତ୍ରରେ ନୋ ଫ୍ଲାଏ ଓ ନୋ-ସିପ୍ ଜୋନ ଘୋଷଣା କରିଛି। ଏ ନେଇ ପାଖାପାଖି ୨୫୨୦ କିଲୋମିଟର କ୍ଷେତ୍ର ଉପରେ ନୋଟିସ୍ ଟୁ ଏୟାରମେନ (ଏନଓଟିଏମ) ଜାରି ହୋଇଛି। ଏହାର ଅର୍ଥ ହେଉଛି ଧାର୍ଯ୍ୟ ତାରିଖ ଓ ସମୟ କାଳରେ ଏହି ଅଞ୍ଚଳରେ ନା ତ କୌଣସି ସିଭିଲ ଅଥବା ବ୍ୟବସାୟୀକ ବିମାନ ଉଡାଣ କରିବ ନା କୌଣସି ପାଣି ଜାହାଜ ଯିବା ଆସିବେ କରିବେ।

ଏହି ପଦକ୍ଷେପର ଉଦ୍ଦେଶ୍ୟ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ଓ କୌଣସି ପ୍ରକାରର ସମ୍ଭାବିତ ବିପଦକୁ ଏଡାଇବା। ସୁରକ୍ଷା ଏଜେନ୍ସୀଙ୍କ ଅନୁସାରେ ଏହି ନୋଟିସ୍ ୧୭ରୁ ୨୦ ଡିସେମ୍ବର ପ୍ରଭାବୀ ରହିବ ଓ ପ୍ରତିଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଘୋଷଣା ଏକ ଏପରି ସମୟରେ କରାଯାଇଛି ଯେତେବେଳେ ପଡୋଶୀ ପାକିସ୍ତାନ ଓ ବାଂଲାଦେଶ ପରିସ୍ଥିତି ସମ୍ବେଦନଶୀଳ ରହିଛି। ନିକଟରେ ବାଂଲାଦେଶରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଥିବାର ସୂଚନା ମିଳିଛି। ଅନ୍ୟ ପଟେ ପାକିସ୍ତାନରେ ଗୁଇନ୍ଦା ଏଜେନ୍ସୀ ଆଇଏସଆଇର ପୂର୍ବତନ ମୁଖ୍ୟଙ୍କୁ କୋର୍ଟ ମାର୍ଶଲ କରାଯାଇଛି।

ସୂତ୍ର ଅନୁସାରେ ଏହି ନୋ ଫ୍ଲାଇ ଓ ନୋ ସିପ୍ ଜୋନ ଘୋଷଣାର ମୁଖ୍ୟ କାରଣ ହେଉଛି ଡିଆରଡିଓ ଦ୍ୱାରା ପ୍ରସ୍ତାବିତ ମିଜାଇଲ ପରୀକ୍ଷଣ। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଏହି ପରୀକ୍ଷଣ କେ-୪ବୁଡାଜାହାଜରୁ ଏକ ବାଲିଷ୍ଟିକ୍ ମିଜାଇଲର ହୋଇପାରେ। କେ-୪ ଏକ ଆଧୁନିକ କଠିନ ଇନ୍ଧନ ଆଧାରିତ କ୍ଷେପଣାସ୍ତ୍ର। ଏହାକୁ ଅଗ୍ନି-୩ଟେକନିକରେ ବିକଶିତ କରାଯାଇଛି। ଏହାର ଉଦ୍ଦେଶ୍ୟ ଭାରତକୁ ପରମାଣୁ ତ୍ରିକୋଣ ଜଳ,ସ୍ଥଳ ଓ ବାୟୁ କୁ ଅଧିକ ମଜଭୁତ କରିବା।

ଆଇଏନଏସ ଏରିହନ୍ତ ଓ ଆଇଏନଏସ ଅରିଘାତ ଭଳି ପରମାଣୁ ବୁଡାଜାହଜରେ ପ୍ରତ୍ୟେକ ୪ଟି ଲେଖାଏଁ କେ-୪ ମିଜାଇଲ ମୁତୟନ ରହିଛି। ଆଗାମୀ ସମୟରେ ଏସ-୪ ଶ୍ରେଣୀର ଏହାର ସଂଖ୍ୟା ବଢାଇ ୮ କରିବାକୁ ଯୋଜନା ରହିଛି। କେ-୪ ମିଜାଇଲର ମାରକ କ୍ଷମତା କେ-୧୫ର ୭୫୦ କିଲୋମିଟର ରେଞ୍ଜଠାରୁ ଅନେକ ଗୁଣା ଅଧିକ। ଏଣୁ ଭାରତର ରଣନୈତିକ ଓ ପରମାଣୁ ପ୍ରତିରୋଧକ କ୍ଷମତାକୁ ଦୃଢତା ମିଳୁଛି। ଆଗାମୀ ପରୀକ୍ଷଣ ସଫଳ ହେଲେ ଡିଆରଡିଓ ଦ୍ୱାରା କେ-୪ ମିଜାଇଲକୁ ୟୁଜର ଟ୍ରାୟଲ ଓ ଏହାର ଅପରେସନାଲ କ୍ଷମତାକୁ ଚୂଡ଼ାନ୍ତ ପ୍ରମାଣିତ କରାଯିବ।