ଦେଶବ୍ୟାପୀ ଓଲା, ଉବେର ଓ ରାପିଡୋ ଡ୍ରାଇଭରଙ୍କ ଧର୍ମଘଟ, ଠପ୍ ହୋଇଯିବ ସେବା

NEWS7
2lakhs-drawn-from-bank-accounts-by-fraud-people

ନୂଆଦିଲ୍ଲୀ ୦୭/୦୨: ଆଜି ଦେଶବ୍ୟାପୀ ଧର୍ମଘଟ କରିବେ ଓଲା, ଉବେର ଓ ରାପିଡୋ ଡ୍ରାଇଭର ।  ଅନଲାଇନ୍ ପ୍ଲାଟଫର୍ମରେ ଚାଲୁଥିବା ଏଗ୍ରିମେଣ୍ଟ ବା ମାଲିକ ମାନଙ୍କ ଶୋଷଣ ବିରୋଧରେ ୬ ଘଣ୍ଟିଆ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି । ଏହି ବିରୋଧ ପ୍ରଦର୍ଶନର ନାଁ ଦିଆଯାଇଛି ‘ଅଲ ଇଣ୍ଡିଆ ବ୍ରେକଡାଉନ୍’ । ଏହି ଆନ୍ଦୋଳନ ତେଲେଙ୍ଗାନା ଗିଗ୍ ଓ ପ୍ଲାଟଫର୍ମ କର୍ମଚାରୀ ସଂଘ ଦ୍ୱାରା ପରିଚାଳନା ହେବ । ଯାହାଦ୍ୱାରା ଅନେକ ସାଧାରଣ ଲୋକ, ଯେଉଁମାନେ ଓଲା, ଉବେରୋ ଓ ରାପିଡୋ ଉପରେ ନିର୍ଭର କରନ୍ତି ସେମାନେ ସମସ୍ୟା ଭୋଗିବେ।

କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ, ସଂଘ ମୋଟର ଯାନବାହନ ଏଗ୍ରିଗେଟର ନିର୍ଦ୍ଦେଶାବଳୀ, ୨୦୨୫କୁ ଉଲ୍ଲେଖ କରିଛି। ଯେଉଁଥିରେ କୁହାଯାଇଛି, ଅନେକ ରାଜ୍ୟରେ ଓଲା, ଉବେର ଓ ରାପିଡୋ ଭଳି ଏଗ୍ରିଗେଟର ମାନେ ୨୦୨୫ରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ମେଟ୍ରୋ ଭେଇକିଲ୍ ଏଗ୍ରିଗେଟର ଗାଇଡଲାଇନ୍ ମାନୁନାହାନ୍ତି ।  

ରାଜ୍ୟମାନେ ଏ ନେଇ କଠୋର ହେଉନାହାନ୍ତି । ଆପ୍ଲିକେସନରେ ଦିଆଯାଉଥିବା ଆଲଗୋରିଦମ୍ ଓ ଅନ୍ୟ କିଛି କାରଣ ବାହାନାରେ ସେମାନଙ୍କର ଆୟ ବା ପ୍ରାପ୍ୟ କମିଯାଉଛି । ସେମାନଙ୍କୁ ଏଗ୍ରିଗେଟର ଗାଇଡଲାଇନ୍ ଅନୁସାରେ ମୂଳ ପ୍ରାପ୍ୟ ବି ମିଳୁନାହିଁ । ଅନ୍ୟପଟରେ ବ୍ୟବସାୟିକ କ୍ଷେତ୍ରରେ ଘରୋଇ ଗାଡ଼ି ଲଗାଇବାକୁ  ବିରୋଧ କରିଛନ୍ତି ।