LIVE TV

ଖାଦ୍ୟ ଓ ପାନୀୟ ଜଳ ପାଇଁ ଗାଁମୁହାଁ ଚାରି ଟିକିଆ ହାତୀ ପଲ, ଚାଷୀଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ଅଭିଯୋଗ

NEWS7
2989-new-corona-case-in-odisha

ଦିଗପହଣ୍ଡି ୧୦: ଜନବସତି ମୁହାଁ ଜଙ୍ଗଲୀ ହାତୀ ପଲ ଖାଦ୍ୟ ଓ ପାନୀୟ ଜଳ ପାଇଁ ଗାଁ ମୁହାଁ ହେଉଛନ୍ତି ହାତୀ ପଲ ଚାଷୀଙ୍କ ଜମିରେ ପଶି ନଷ୍ଟ କରୁଛନ୍ତି ଫସଲ । ଚାଷୀଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ବୋଲି ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେଞ୍ଜ ପାଟପୁର ସେକ୍ସନ ହରିଣା, ସୁନାଖଣ୍ଡି, ଆଦିଗନ୍ଦପୁର ଗାଁ ଚାଷ ଜମିରେ ହାତୀ ପଲ ଉପଦ୍ରବ କରିଛନ୍ତି ଚାରି ଟିକିଆ ହାତୀ ପଲ ଉପଦ୍ରବ କରୁଥିବା ଦେଖିବାକୁ ମିଳିଛି ଏହାକୁ ନେଇ ଚାଷୀକୂଳ ଚିନ୍ତାରେ ଥିବାବେଳେ ଏକର ଏକର ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି

ସେପଟେ ବନ ବିଭାଗ ଚାଷୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି । ଏହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ଏହି ଚାରି ଟିକିଆ ହାତୀ ପଲରେ ଗୋଟିଏ ଦନ୍ତା ଏବଂ ତିନୋଟି ମାଈ ହାତୀ ରହିଥିବା ଦେଖିବାକୁ ମିଳିଛି ।