ଆମେରିକାର ଯୁଦ୍ଧ ଜାହାଜ ଧ୍ୱଂସ ! ଇରାନର ମିସାଇଲ୍ ଆକ୍ରମଣରେ ବୁଡିଗଲା କି USS FORD ?

NEWS7
26-old-year-mehreen-kaur-pirzada-will-romance-with-62-years-old-nagarjuna-on-screen

ତେହରାନ, ୨୬/୦୨: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ସ୍ଥିତି । ପରସ୍ପରକୁ ଦେଉଛନ୍ତି ଧମକ । ଡୋନାଲ୍ଡ ଟ୍ରମ୍ପଙ୍କ କଥା ମାନୁନି ତେହରାନ । କେତେବେଳେ ବି ହୋଇପାରେ ଯୁଦ୍ଧ । ଆମେରିକା ବି ଦେଉନି ପଛଘୁଞ୍ଚା । ବଢି ଚାଲିଛି ଦୁଇ ଦେଶ ମଧ୍ୟରେ ତିକ୍ତତା । ଆମେରିକୀୟ ନାଗରିକଙ୍କୁ ଫେରି ଆସିବାକୁ କୁହାଗଲାଣି । ବିଭିନ୍ନ ଦେଶ ନିଜ ନିଜର ନାଗରିକଙ୍କ ଇରାନକୁ ଆସିବାକୁ ପରାମର୍ଶ ଦେଉଛନ୍ତି । ତେହରାନଙ୍କୁ ଚାରିଦିଗରୁ ୟୁଏସ ଘେରି ସାରିଛି । ଏସବୁ ଭିତରେ ଇରାନ ପକ୍ଷରୁ ଏକ AI ଭିଡିଓ ପୋଷ୍ଟ୍ କରାଯାଇଛି ।

ଭିଡିଓକୁ ଇରାନ ସରକାର ଏଆଇ ଦ୍ୱାରା ପ୍ରସ୍ତୁତ କରିଛନ୍ତି । ଏଥିରେ ଦେଖିବାକୁ ମିଳିଛି ଯେ, ଇରାନର ଆକ୍ରମଣରେ ଆମେରିକାର ଶକ୍ତିଶାଳୀ ଯୁଦ୍ଧ ଜାହାଜ ୟୁଏସଏସ ଗେରାଲ୍ଡ୍ ଆର୍ ଫୋର୍ଡ୍ ଧ୍ୱଂସ ହୋଇଯାଇଛି । ଏହା ଦୁଇ ଖଣ୍ଡ ହୋଇ ଭାଙ୍ଗି ଯାଇଛି । ଏଥିରେ ଖାମେନି କହୁଛନ୍ତି ଯେ, ଆମେରିକାର ଯୁଦ୍ଧ ଜାହାଜଠୁ ଏହାକୁ ଧ୍ୱଂସ କରିପାରୁଥିବା ଅସ୍ତ୍ର ଅଧିକ ଶକ୍ତିଶାଳୀ । ଏହି ଭିଡିଓ ଦୁଇ ଦେଶ ମଧ୍ୟରେ ଶୁକ୍ରବାର ଜେନେଭାରେ ହେବାକୁ ଥିବା ବୈଠକର ଗୋଟିଏ ଦିନ ପୂର୍ବରୁ ରିଲିଜ୍ କରାଯାଇଛି ।

ସୂଚନାଯୋଗ୍ୟ, ଇରାନ ନିକଟବର୍ତ୍ତୀ ସମୁଦ୍ରରେ ନିଜର ସବୁଠୁ ଶକ୍ତିଶାଳୀ ଯୁଦ୍ଧଜାହାଜକୁ ମୁତୟନ କରିଛନ୍ତି ଟ୍ରମ୍ପ୍ । ୨୦୦୩ ପରେ ପ୍ରଥମ ଥର ପାଇଁ ଏହାକୁ ମୁତୟନ କରାଯାଇଛି । ୧୩ ବର୍ଷ ତଳେ ଇରାକ ଦଖଲ ବେଳେ ଜାହାଜକୁ ଆମେରିକା ପଠାଇଥିଲା । ଏବେ ପୁଣି ଏହା ସମୁଦ୍ରରେ ପଇଁତରା ମାରୁଛି । ଅନ୍ୟ ଦିଗରେ ପରମାଣୁ ଚୁକ୍ତି ନେଇ ଆମେରିକା ଅଧିକାରୀ ଷ୍ଟିଭ୍ ଓ୍ୱିଟକଫ୍ ଏବଂ ଜେୟାରଡ୍ କୁସନେର୍ ଲଗାତାର ଇରାନ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । ଶୁକ୍ରବାର ସୁଦ୍ଧା ଦୁଇ ଦେଶର ପ୍ରତିନିଧି ମୁହାଁମୁହିଁ ଆଲୋଚନା କରିବେ ବୋଲି ଅନୁମାନ କରାଯାଉଛି ।

ଟ୍ରମ୍ପ୍ ଦେଇଥିଲେ ଅଲଟିମେଟମ୍

ବୁଧବାର ଯୁଏସ ରାଷ୍ଟ୍ରପତି ଟ୍ରମ୍ପ୍ କହିଥିଲେ ଯେ, ଇରାନ ଆମେରିକାର ପରମାଣୁ ଚୁକ୍ତିରେ ରାଜି ହେବା ଦରକାର । ଯାହାଦ୍ୱାରା ତେହରାନ ଭବିଷ୍ୟତରେ କୌଣସି ପରମାଣୁ ଅସ୍ତ୍ର କ୍ରୟ ବିକ୍ରୟ କରିପାରିବ ନାହିଁ କିମ୍ବା ତିଆରି କରିପାରିବ ନାହିଁ । ଏହା ମଧ୍ୟପ୍ରାଚ୍ୟର ସୁରକ୍ଷା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ଗତବର୍ଷ ଇରାନର ଆଣବିକ କେନ୍ଦ୍ରରେ ୟୁଏସ ଷ୍ଟ୍ରାଇକ୍ କରିଥିଲା । ଏବେ ଇରାନ ସହ ଆଲୋଚନା ଚାଲିଛି । ସେମାନେ ଏକ ଡିଲ୍ କରିବାକୁ ଚାହୁଁଛନ୍ତି । କିନ୍ତୁ ଟ୍ରମ୍ପ୍ ସେହି ସିକ୍ରେଟ୍ ଓ୍ୱାର୍ଡ୍ ବା ଗୁପ୍ତ ଶବ୍ଦ ଶୁଣିବାକୁ ପାଇ ନାହାଁନ୍ତି । ଯାହା ହେଉଛି ଇରାନ୍ ଭବିଷ୍ୟତରେ ଆଣବିକ ଅସ୍ତ୍ର ନିଜ ପାଖରେ ରଖିବନି ।

ଆମେରିକା ରାଷ୍ଟ୍ରପତି ଆହୁରି କହିଥିଲେ ଯେ, ସେ କୁଟନୈତିକ ସ୍ତରରେ ସବୁ କିଛି ସମସ୍ୟାର ସମାଧାନ ରାସ୍ତା ଖୋଜୁଛନ୍ତି । କିନ୍ତୁ ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବା ପ୍ରଥମ ଦେଶକୁ ଆଣବିକ ଶକ୍ତିରୁ ଦୂରେଇ ରଖିବାକୁ ହେବ । ଇରାନକୁ ଅଧିକରୁ ଅଧିକ ଆଣବିକ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ ।