LIVE TV

ନ୍ୟୁୟର୍କ ମେୟର ନିର୍ବାଚନ : ଜୋହରାନଙ୍କ ଐତିହାସକ ବିଜୟ, କାମ ଦେଲାନି ଟ୍ରମ୍ପଙ୍କ ଧମକ

NEWS7
25th-inter-district-table-tennis-championship-closing

ନ୍ୟୁୟର୍କ, ୫ |୧୧  :  ଆମେରିକାର ନ୍ୟୁୟର୍କରେ ଅନୁଷ୍ଠିତ ମେୟର ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କ ବାଜିମାତ୍ । ମେୟର ପଦ ପାଇଁ ଲଢୁଥିବା ଜୋହରାନ ମମଦାନୀ ନିର୍ବାଚନରେ ବିଜୟ ହୋଇଛନ୍ତି । ଏହାସହ ଡେମୋକ୍ରାଟିକ୍ ସୋସିଆଲିଷ୍ଟ୍ ପାର୍ଟିର ମୁଖ୍ୟ ପ୍ରାର୍ଥୀ ଭାବେ ସେ ନିର୍ବାଚନରେ ନିଜର ପତିଆରା ବୃଦ୍ଧି କରିଛନ୍ତି । ସେ ତାଙ୍କ ପ୍ରତିପକ୍ଷ ତଥା ସ୍ବାଧୀନ ପ୍ରାର୍ଥୀ ଆଣ୍ଡ୍ରିୟୁ କୁଓମୋ ଏବଂ ରିପବ୍ଲିକାନ୍ ପ୍ରାର୍ଥୀ କର୍ଟିସ୍ ସ୍ଲିଓ୍ୱାଙ୍କୁ ମାତ୍ ଦେଇଛନ୍ତି ।

ଏହି ତ୍ରିମୁଖି ନିର୍ବାଚନରେ ଜୋହରାନଙ୍କୁ କଡା ଟକ୍କର ଦେଉଥିଲେ ଆଣ୍ଡ୍ରିୟୁ । ଏହି ନିର୍ବାଚନ ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ସବୁଠାରୁ ଅଧିକ ଗୁରୁତ୍ୱ ବହନ କରୁଥିଲା । କାରଣ ଜୋହରାନଙ୍କୁ ଟ୍ରମ୍ପ୍ ବିରୋଧ କରୁଥିଲେ । ଏପରିକି ଧମକ ମଧ୍ୟ ଦେଇଥିଲେ । ଏହା ସତ୍ୱେ ଜୋହରାନ ଐତିହାସିକ ବିଜୟ ହାସଲ କରିଛନ୍ତି ।

ନ୍ୟୁୟର୍କ ନିର୍ବାଚନ ବୋର୍ଡଙ୍କ କହିବାନୁସାରେ, ପ୍ରାୟ ୨୦ ଲକ୍ଷ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ । ୧୯୬୯ ପରେ ମେୟର ପଦ ପାଇଁ କେବେ ହେଲେ ଏତେ ସଂଖ୍ୟକ ମତଦାନ ହୋଇନଥିଲା । ସହରର ଜନସଂଖ୍ୟା ୮୫ ଲକ୍ଷ ଥିବା ବେଳେ ୨୦ ଲକ୍ଷ ଭୋଟର ନିର୍ବାଚନରେ ଭାଗ ନେଇଥିଲେ । ତେବେ ଜୋହରାନ ପ୍ରାର୍ଥୀ ହେଲା ପରେ ନ୍ୟୁୟର୍କର ସମ୍ଭ୍ରାନ୍ତ ବର୍ଗ ଚକିତ ହୋଇଯାଇଥିଲେ ।

ସମାନତାକୁ ସମର୍ଥନ

ନ୍ୟୁୟର୍କରେ ଗତ କିଛି ବର୍ଷ ହେବ ଆର୍ଥିକ ଅସମାନତା ବୃଦ୍ଧି ପାଇଥିଲା । ଯାହାକୁ ପ୍ରସଙ୍ଗ କରୁଥିଲେ ଜୋହରାନ । ଏହି ଅସମାନତାକୁ ବଦଳାଇବା ପାଇଁ ସେ ପ୍ରୟାସ କରିବେ ବୋଲି ପ୍ରଚାର ବେଳେ କହିଥିଲେ । ଯାହା ଅପେକ୍ଷାକୃତ କମ୍ ଆୟ କରୁଥିବା ଲୋକଙ୍କୁ ପସନ୍ଦ ଆସିଥିଲା ।