ତମନ୍ନା ଭୋଇଙ୍କୁ ବେଷ୍ଟ ଅଲରାଉଣ୍ଡର ଛାତ୍ରୀ ଭାବେ ଖଣ୍ଡପଡ଼ା ଟ୍ରଫି ପ୍ରଦାନ

NEWS7
22-new-corona-case-detected-in-bhubaneswar

ଭୁବନେଶ୍ୱର ୦୭।୦୨: ବିଜେବି କଲେଜ ଛାତ୍ରୀ ତମନ୍ନା ଭୋଇଙ୍କୁ ବେଷ୍ଟ ଅଲରାଉଣ୍ଡର ଛାତ୍ରୀ ଭାବେ ଖଣ୍ଡପଡ଼ା ଟ୍ରଫି ପ୍ରଦାନ। କଲେଜ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ତମନ୍ନାଙ୍କୁ ବିଜେବି କଲେଜ ଅଧ୍ୟକ୍ଷା ପ୍ରଫେସର ଝୁମକି ରଥ ଏହି ଟ୍ରଫି ପ୍ରଦାନ କରିଛନ୍ତି। ଶିକ୍ଷାଗତ ଦକ୍ଷତା, ନେତୃତ୍ୱ ଏବଂ ସାମଗ୍ରିକ ଉତ୍କର୍ଷତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଏହି ବେଷ୍ଟ ଅଲରାଉଣ୍ଡର ଟ୍ରଫି ପ୍ରଦାନ କରାଯାଇଥାଏ। ଏହି ଟ୍ରଫିକୁ ଓଡ଼ିଶାର ବିଧାନସଭାର ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ରାଜା ବିଭୁତି ଭୁଷଣ ସିଂହ ମର୍ଦ୍ଦରାଜ ଓ ରାଣୀ ଦେବକୀ ଦେବୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ତାଙ୍କ ତାଙ୍କ ପୁଅ ବା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ମର୍ଦ୍ଦରାଜ ଉପସ୍ଥିତ ରହି ଛାତ୍ରୀ ତମନ୍ନାଙ୍କୁ ଉତ୍ସାହିତ କରିଥିଲେ। ସେହିପରି ବିଜେବି କଲେଜର ପୁରାତନ ଛାତ୍ରସଂଘ ବିଜେବି ଫ୍ରେଣ୍ଡସ ପକ୍ଷରୁ ମଧ୍ୟ ତମନ୍ନାଙ୍କୁ ଏହି ଅବସରରେ ଏକ ସ୍ୱତନ୍ତ୍ର ଟ୍ରଫି ପ୍ରଦାନ କରାଯାଇଥିଲା।