ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୫ ମାଓବାଦୀ ନିପାତ

NEWS7
2074-new-corona-case-in-odisha

ମାଲକାନଗିରି ୨୦।୦୨ : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ପାଞ୍ଚ ମାଓବାଦୀ ନିପାତ ହୋଇଛନ୍ତି । ବାକି ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଏ ଖବର ବି ପଢନ୍ତୁ:- ​​​​​​​ସସପେଣ୍ଡ୍ ହେଲେ ଚୌଦ୍ବାର ଜେଲ୍‌ ପୂର୍ବତନ ଜେଲର ସନ୍ତୋଷିନୀ ଦାଶ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ଜେଲ୍ ଡିଜି

ଖବର ଅନୁଯାୟୀ, ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର କେରେଗୁଟ୍ଟା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା । ଏହି ଗୁଇନ୍ଦା ସୂଚନା ପରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା କୁମ୍ବିଂ ଅପରେସନ । ଦୀର୍ଘ ସମୟ ଧରି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଶେଷରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନରେ ୫ ମାଓବାଦୀଙ୍କ ମୃତଦେହ ମିଳିଥିଲା । ତେଣୁ ପୋଲିସ ଗୁଳିରେ ୫ ମାଓବାଦୀ ନିହତ ହୋଇତିବା ଜଣାପଡିଛି ।

ସେପଟେ ଏନକାଉଣ୍ଟର ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୁରା ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଏବେବି ଜଙ୍ଗଲରେ ଗୁଳିବିନିମୟ ଜାରି ରହିଥିବା ଖବର ମିଳିଛି ।

ଏ ଖବର ବି ପଢନ୍ତୁ:- ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ : ବିକଶିତ ଓଡିଶା ଲକ୍ଷ୍ୟକୁ ମିଳିବ ନୂଆ ଦିଗ