ସୁସ୍ବାଦୁ ଖାଦ୍ୟ ଖାଇଲେ ଆମେରିକୀୟ ସୈନିକ, ଇରାନ ଉପରେ ଆକ୍ରମଣ ନିଶ୍ଚିତ !

NEWS7
20-year-old-woman-gives-birth-in-2-months-no-symptoms-of-pregnancy-baby-bump-normal-period

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଆମେରିକୀୟ ସୈନିକଙ୍କ ସ୍ବସାଦୁ ଭୋଜନ ଚର୍ଚ୍ଚା ବଢ଼ାଇଛି । ଆମେରିକୀୟ ସୈନିକମାନେ ଯେବେ ରାଜକୀୟ ଭୋଜନ କରିଛନ୍ତି, ସେବେ ହୋଇଛି ଆକ୍ରମଣ । ଏନେଇ ସୋସିଆଲ ମିଡିଆରେ ଦାବି ହୋଇଛି । ଏକ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ ହୋଇଥିବା ଫଟୋ ଚର୍ଚ୍ଚା ବଢ଼ାଇଛି । ଇରାନ୍ ଉପରେ ଆମେରିକା ଖୁବଶୀଘ୍ର ଆକ୍ରମଣ କରିପାରେ ବୋଲି ଦାବି ହୋଇଛି । ଆକ୍ରମଣ ପୂର୍ବରୁ ଆମେରିକୀୟ ସୈନିକଙ୍କୁ ପରଷା ଯାଇଛି ସ୍ବସ୍ବାଦୁ ଭୋଜନ । ସୈନିକଙ୍କ ପ୍ଲେଟ୍ରେ ଷ୍ଟିକ୍, ଲବଷ୍ଟର, କଙ୍କଡ଼ା ଏବଂ କେକ୍ ଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ଗତବର୍ଷ ଜୁନ୍ ମାସରେ ଆକ୍ରମଣ ପୂର୍ବରୁ ଆମେରିକୀୟ ସୈନିକଙ୍କୁ ଠିକ୍ ଏହିଭଳି ଖାଦ୍ୟ ପରଷା ଯାଇଥିଲା ।

ଏକ୍ସ ପୋଷ୍ଟକୁ ନେଇ ଆଶଙ୍କା ବଢ଼ିଛି । ଯୁଦ୍ଧ କ୍ଷେତ୍ରରେ ମୁତୟନ ପୂର୍ବରୁ ଆମେରିକା ନିଜର ସୈନିକଙ୍କୁ ‘ଶେଷ ଭୋଜନ’ ଦେଇଥିବା କୁହାଯାଉଛି । ତେବେ ଏହି ପୋଷ୍ଟକୁ ଆମେରିକାର ଜଣେ ଅବସରପ୍ରାପ୍ତ ସେନା ପାଇଲଟ୍ ରିସେୟାର ମଧ୍ୟ କରିଛନ୍ତି । ସେ କ୍ୟାପ୍ସନରେ ଲେଖିଛନ୍ତି, ‘IYKYK’। ଏହାର ଅର୍ଥ, If You Know, You Know (ଯଦି ଆପଣ ଜାଣିଛନ୍ତି, ତେବେ ଆପଣ ଜାଣିଛନ୍ତି ) । ପୂର୍ବତନ ସେନା ଅଧିକାରୀଙ୍କ ଏଭଳି ସନ୍ଦେଶ ଯୁଦ୍ଧ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି ।

 

ଇରାନ ଉପରେ ଆକ୍ରମଣ ସଂପର୍କରେ ଆମେରିକା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । କିନ୍ତୁ ବିଶ୍ବାସ କରାଯାଏ ଯେ, ଯୁଦ୍ଧ ମୈଦାନକୁ ଯିବା ପୂର୍ବରୁ ଆମେରିକାର ସୈନିକଙ୍କୁ ଷ୍ଟିକ, ଲବଷ୍ଟର, କଙ୍କଡ଼ା ଭଳି ସ୍ବସାଦୁ ବ୍ୟଞ୍ଜନ ପରଷା ଯାଏ । ଅତୀତରେ ମଧ୍ୟ ଏଭଳି ଅନେକ ଥର ଦେଖିବାକୁ ମିଳିଛି । ଏଭଳି ଥିଓରି ଅନେକ ସମୟରେ ସୋସିଆଲ ମିଡିଆରେ ପ୍ରଚାର କରାଯାଏ । ଭୂରାଜନୈତିକ ଅସ୍ଥିରତା ବୃଦ୍ଧି ପାଉଥିବା ବେଳେ ଏଭଳି ଦାବି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ସୂଚନାଯୋଗ୍ୟ, ଛୁଟି ଦିନ ଏବଂ କିଛି ବିଶେଷ ଉତ୍ସବ ପାଳନ ଅବସରରେ ଆମେରିକୀୟ ସୈନିକଙ୍କ ମେନ୍ୟୁରେ ଯୋଡ଼ି ହୁଏ ରାଜକୀୟ ଖାଦ୍ୟ ।

ଗତବର୍ଷ ଜୁନରେ ଠିକ୍ ଏହି ଭଳି ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଜୁନ୍ ୧୮ରେ ଆମେରିକୀୟ ସୈନ୍ୟ ଆଣ୍ଟୋନିଆ ଲୋପେଜ୍ ସ୍ବସାଦୁ ବ୍ୟଞ୍ଜନର ଭିଡିଓ ସେୟାର କରିଥିଲେ । ସେହିଦିନ ଆମେରିକା ସେନାର ପ୍ରତିଷ୍ଠା ଦିବସ ମଧ୍ୟ ଥିଲା । ଲୋପେଜଙ୍କ ପ୍ଲେଟରେ ଲବଷ୍ଟର, ଷ୍ଟିକ୍, ଚିଙ୍ଗୁଡ଼ି ଏବଂ ଅନ୍ୟ ବ୍ୟଞ୍ଚନ ଥିବାର ଦେଖିବାକୁ ମିଳିଥିଲା । ଭିଡିଓ ପୋଷ୍ଟ ହେବାର ୪ ଦିନ ପରେ ଜୁନ୍ ୨୨ରେ ଇରାନ୍ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ଆମେରିକା । ଏହାରି ମଧ୍ୟରେ ରିପୋର୍ଟ ପ୍ରକାଶ ପାଇଛି ଯେ, ଟ୍ରମ୍ପ କୂଟନୀତିଠାରୁ ବହୁ ଦୂରରେ ଥିବା ବିକଳ୍ପଗୁଡ଼ିକ ଉପରେ ବିଚାର କରୁଛନ୍ତି। ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଏବଂ ତାଙ୍କ ପୁଅ ମୋଜତାବାଙ୍କୁ ହତ୍ୟା କରିବା ଭଳି ପଦକ୍ଷେପ ଉପରେ ବିଚାର କରିପାରନ୍ତି ।