ଜେଇଇ ମେନ୍‌ରେ ୧୨ ଛାତ୍ରଙ୍କ କମାଲ୍, ଷଷ୍ଠ ସ୍ଥାନରେ ଓଡ଼ିଆ ପୁଅ

NEWS7
2-years-of-manikarnika-kangana-ranaut

ଭୁବନେଶ୍ବର: ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ। ସୋମବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଜେଇ ମେନ୍ ୨୦୨୬ର ସେସନ୍-୧ ଫଳାଫଳ ପ୍ରକାଶ କରିଛି। ଏଥର ପ୍ରାୟ ୧୩.୦୪ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ୧୨ ଜଣ ଛାତ୍ର ୧୦୦ ପ୍ରତିଶତ ମାର୍କ ରଖିଛନ୍ତି। ଆଉ ସେହି ୧୨ ଜଣଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ଅଛନ୍ତି ଓଡ଼ିଶାର ଭବେଶ ପାତ୍ର।

ସୂଚନାଥାଉକି, JEE Main 2026 ସେଶନ ୧ରେ ୧୩.୫୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ ଏବଂ ୧୩.୦୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥିରୁ ୮,୫୫,୦୮୫ ପୁରୁଷ ଏବଂ ୪,୪୯,୫୬୮ ମହିଳା ଥିଲେ । ସାଧାରଣ ବର୍ଗରେ ୨,୯୫,୦୭୮ ପୁରୁଷ ପରୀକ୍ଷା ଦେଇଥିଲେ, ମହିଳା ୧,୫୭,୭୪୭ ମହିଳା ଅଂଶଗ୍ରହଣ କରିଥିଲେ । ରାଜସ୍ଥାନରେ ସର୍ବାଧିକ ଟପର୍ ଅଛନ୍ତି । ତେବେ ବଡ଼ କଥା ହେଉଛି ଚଳିତ ଥର ତାଲିକାରେ କୌଣସି ଝିଅ ନାହାନ୍ତି । ମହିଳା ଟପ୍ପରମାନଙ୍କ ମଧ୍ୟରେ ହରିୟାଣାର ଆଶି ଗ୍ରେୱାଲ ୯୯.୯୯୬୯୭୬୬ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନରେ ରହିଛନ୍ତି ।