ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବି, ଅଭିଜିତ ଦାସ କହିଲେ ଖୁବ୍‌ଶୀଘ୍ର ବିଜେପିରେ ମିଶିବି

NEWS7
2-village-of-satakosia-reserve-area-water-logged

ଭୁବନେଶ୍ୱର ୨୩/୦୨: ବିଜେପି ରେ ମିଶିବେ କି ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ଦିବଂଗତ ଟାଣୁଆ ନେତା ଅନନ୍ତ ଦାସଙ୍କ ପରିବାର? ଆଜି ଏମିତି ଇଶାରା ଦେଇଛନ୍ତି ତାଙ୍କ ପୁଅ ଅଭିଜିତ ଦାସ । ସେ କହିଛନ୍ତି ସେ ଓ ତାଙ୍କ ପରିବାର ଖୁବ୍ ଶୀଘ୍ର ପଦ୍ମଫୁଲ ଧରିବାକୁ ଯାଉଛନ୍ତି। ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ତାଙ୍କ ପରିବାର ଏଭଳି ନିଷ୍ପତି ନେବାକୁ ଯାଉଛନ୍ତି।

 

ରବିବାର ଅଭିଜିତ ବିଜେପି ରାଜ୍ୟ ସଭାପତିଙ୍କ ସମେତ ଦଳର କିଛି ଟାଣୁଆ ନେତାଙ୍କୁ ଭେଟିଥିଲେ ଅଭିଜିତ। ଖୁବ୍ ଶୀଘ୍ର ସେ ଦଳରେ ସାମିଲ ହେବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ଦିବଂଗତ ନେତା ଅନନ୍ତ ଦାସଙ୍କ ପରିବାର ବିଜେପିରେ ମିଶିବେ ବୋଲି ପୁଅ ଅଭିଜିତ ଦାସ ସ୍ପଷ୍ଟ କରିଛନ୍ତି ।

ବିଜେପିରେ ସାମିଲ ହେବା ନେଇ  ନିର୍ବାଚନ ସମୟରେ ନିଷ୍ପତ୍ତି ନେଇପାରିନଥିଲେ, କିନ୍ତୁ ଏବେ ବିଜେପିରେ ମିଶିବାକୁ ପୁରା ପରିବାର ନିଷ୍ପତ୍ତି ନେଇଥିବା ଅଭିଜିତ କହିଛନ୍ତି । ପ୍ରାୟ ଦୁଇ ବର୍ଷ ହେଲା  ସେ ବିଜେପି ସହ ସକ୍ରିୟ ଭାବେ କାମ କରୁଥିବା କହିଛନ୍ତି । ଭୋଗରାଇର ଉନ୍ନତି ତାଙ୍କର ପ୍ରଥମ ଲକ୍ଷ୍ୟ । ତେବେ ଏହି ଘୋଷଣା ପରେ ଭୋଗରାଇ ଓ ବାଲେଶ୍ୱର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । 

also read...
​​​​​​​ରାଜ୍ୟରେ ଆକ୍ଟିଭ ଅଛନ୍ତି ୪୦ ମାଓବାଦୀ, ଛୋଟ ଛୋଟ ଦଳ ହୋଇ କାମ କରୁଛନ୍ତି- ମୁଖ୍ୟମନ୍ତ୍ରୀ