LIVE TV

ରୁଚି କମ୍ପାନୀର ପ୍ରତିଷ୍ଠାତା ଶରତ ଚନ୍ଦ୍ର ସାହୁଙ୍କ ପରଲୋକ, ୭୫ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି

NEWS7
2-science-result-to-declared-today-by-12pm

କଟକ: ଶିଳ୍ପପତି ଶରତ ଚନ୍ଦ୍ର ସାହୁଙ୍କ ପରଲୋକ । ୭୫ବର୍ଷ ବୟସରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ରୁଚି କମ୍ପାନୀର ପ୍ରତିଷ୍ଠାତା ଥିଲେ ଶରତ ଚନ୍ଦ୍ର ସାହୁ। 

ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି କରିଥିବା ‘ରୁଚି’ ଶିଳ୍ପୋଦ୍ୟୋଗ। ଏହାର ପ୍ରତିଷ୍ଠାତା ଶରତ କୁମାର ସାହୁ ଏକ ସୁପରିଚିତ ନାଁ । ଦୀର୍ଘ ବର୍ଷ ଧରି ଓଡ଼ିଶାର ଘରେ ଘରେ ‘ରୁଚି’ ମସଲାକୁ ପହଂଚାଇବା ଏବଂ ଗୁଣାତ୍ମକ ମାନର ମସଲା ଉତ୍ପାଦନ କରି ଶରତ କୁମାର ସାହୁ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୧୯୭୬ ମସିହା ବେଳକୁ ଏକ ସାଧାରଣ ମେସିନରେ ଗୁଣ୍ଡ ମସଲାକୁ ଓଡ଼ିଶା ବଜାରରେ ପ୍ରଥମେ ପ୍ରବେଶ କରାଇଥିଲେ । ଯେତେବେଳେ ଓଡ଼ିଶାର ଗୃହିଣୀମାନେ ବଟା ମସଲାର ଉପଯୋଗ କରୁଥିଲେ ସେତେବେଳେ ପ୍ରଥମ ଥର ପାଇଁ ଓଡ଼ିଶା ବଜାରରେ ଗୁଣ୍ଡ ମସଲାର ଦବଦବା ଜାହିର କରିବାରେ ସଫଳ ହୋଇଥିଲେ ସେ । ହଳଦୀ, ଲଙ୍କା, ଜୀରା, ଧନିଆ ଗୁଣ୍ଡ ସହିତ ଗୁଣମାନର ମସଲା ପ୍ରସ୍ତୁତି ଓ ତା’ର ମାର୍କେଟିଂ କ୍ଷେତ୍ରରେ ଓଡ଼ିଶାରେ ‘ରୁଚି’ ହିଁ ସର୍ବପ୍ରଥମ ପ୍ରୟାସ ଆରମ୍ଭ କରିଥିଲା । ସେହିଭଳି ସିମେଇ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ରୁଚି ଉଦ୍ୟୋଗର ପ୍ରୟାସ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଏକ ସଫଳ ମାଇଲଖୁଣ୍ଟ ।

୧୯୫୦ ମସିହା ଜୁଲାଇ ୨୩ ତାରିଖରେ କଟକର ରାଣୀହାଟଠାରେ ଜନ୍ମ ଗ୍ରହଣ କରିଥିଲେ ଶରତ । ସେ ସ୍ୱର୍ଗତ ବନମାଳି ସାହୁ ଓ ମଇନା ଦେବୀଙ୍କ ପୁଅ । ସେ କବାଡ଼ି ଖେଳିବା, ଫୁଟବଲ, ବ୍ୟାଡମିଂଟନ ଖେଳିବାକୁ ଭଲ ପାଆନ୍ତି। ୧୯୭୬ରେ ମାତ୍ର ୫ ହଜାର ଟଙ୍କାରେ ରୁଚି କମ୍ପାନୀ ଆରମ୍ଭ କରିଥିଲେ ଶରତ ସାହୁ। ବର୍ତ୍ତମାନ ୩୫୦ କୋଟିରୁ ଅଧିକ ଟଙ୍କାରେ ପହଞ୍ଚିଛି ରୁଚି କମ୍ପାନୀ। ଦେଶ ବିଦେଶରେ ରୁଚି ମସଲାର ଆଦର ରହିଛି।