LIVE TV

ହ୍ୟୁମାନ ସାଗରଙ୍କ ୨ ମ୍ୟାନେଜରଙ୍କ ନାଁରେ ଏତଲା, ଶେଫାଳି ସୁନାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ମାମଲା

NEWS7
2-months-old-child-mruta-after-vaccination-allegation-in-dhenkanal

ବଲାଙ୍ଗୀର ୨୧/୧୧: ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା । ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଟାଉନ୍ ଥାନାରେ ଏତଲା । ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା । ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଥିବା ଅଭିଯୋଗ । ବିଭିନ୍ନ ସଂଗଠନ ପକ୍ଷରୁ ଉଭୟଙ୍କ ନାଁରେ ଥାନାରେ ଏତଲା । ହ୍ୟୁମାନଙ୍କ ମା’ଙ୍କୁ ଦୁର୍ବ୍ୟବହାର ଘଟଣାକୁ ବି ବିରୋଧ ।

ଅଭିଯୋଗ ଅନୁଯାୟୀ ହ୍ୟୁମାନ ସାଗର ଅସୁସ୍ଥ ଥିବା ସତ୍ତ୍ୱେ ତାଙ୍କୁ ଜୋର ଜବରଦସ୍ତ କାମ କରାଇଥିଲେ । ଏହାସହ ତାଙ୍କୁ ହତ୍ୟା କରାଯାଇଥିବା ସହ ମାଆଙ୍କୁ ଦୁର୍ବ୍ୟବହାର କରି ଅପଶବ୍ଦ ବ୍ୟବହାର ଅଭିଯୋଗରେ ହୋଇଛି ଏତଲା। କାରଣ ହ୍ୟୁମାନଙ୍କ ମୃତ୍ୟୁ ପରେ ମାଆ ଓ ତାଙ୍କ ମ୍ୟାନେଜରଙ୍କ ମଧ୍ୟରେ ହୋଇଥିଲା ଜୋରଦାର କଥା କଟାକଟି ।