LIVE TV

ମହାକାଶରେ ପ୍ରଥମ 'ତନ୍ଦୁରୀ' ଧମାକା ! ଜିରୋ ଗ୍ରାଭିଟିରେ ମହାକାଶଚାରୀ ରୋଷେଇ କଲେ ଚିକେ୍ ଓ୍ୱିଙ୍ଗ୍ସ

NEWS7
2-died-and-3-serious-due-to-lightning-in-nemala-area-of-cuttack-district

ନୂଆଦିଲ୍ଲୀ ୦୮/୧୧: ଚର୍ଚ୍ଚିତ ଦେଶ ଚୀନ । ଟେକ୍ନୋଲଜି ଯେମିତି, ରୋଗ ବୈଇରାଗ ବି ସେମିତି । ଏମିତି ଦେଶ, ସବୁପ୍ରକାରର ଘଟଣା ଦେଖିବାକୁ ମିଳେ ସେଠିି । ବିଶେଷ କରି ସାଇନ୍ସ, ଟେକ୍ନୋଫାଷ୍ଟରେ କେହି ବି ବିଟ୍ କରିବା ଅସମ୍ଭବ । ଏମିତି କିଛି କାର୍ଯ୍ୟ ଅଛି ଯାହାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାଏ ଡ୍ରାଗନ । ପୁଣିଥରେ ଚୀନ୍‌ ବିଶ୍ୱ ଦରବାରରେ ଚର୍ଚ୍ଚିତ । ମହାକାଶରେ ଏପରି କିଛି ହାସଲ କରିଛି ଯାହା କେହି ଭାବିନଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ବୟାନ କରୁଛି ବହୁତ କିଛି । ଭିଡିଓରେ ଚୀନ୍ ମହାକାଶଚାରୀମାନେ ଏମିତି କରିଛନ୍ତି, ଯାହାକୁ ନେଇ ପ୍ରବଳ ଚର୍ଚ୍ଚା । ଆସନ୍ତୁ ଜାଣିବା ପୁରା ଘଟଣା କଣ । 

ମହାକାଶରେ ଚିକେନ ରେସିପି । ଜିରୋ ଗ୍ରାଭିଟିରେ ରନ୍ଧାହେଲା ଚିକେନ ଓ୍ୱିଙ୍ଗ୍ସ । ମହାକାଶଚାରୀ ଟିଆଙ୍ଗୋଙ୍ଗ ସ୍ପେସ୍ ଷ୍ଟେସନରେ ଚିକେନ୍ ଓ୍ୱିଙ୍ଗ୍ସ ରାନ୍ଧୁଥିବାର ଦେଖିବାକୁ ମିଳିଛି। ତେବେ ଏହା ଶୂନ୍ୟ ମାଧ୍ୟାକର୍ଷଣରେ ପ୍ରଥମ ସଫଳ 'ସ୍ପେସ୍ ବାର୍ବିକ୍ୟୁ' । ଯାହାକୁ ନେଇ ସାରା ବିଶ୍ୱରେ ଆଲୋଚନା । ଏପରି ହେବାର ଅର୍ଥ ହେଉଛି ମହାକାଶଚାରୀଙ୍କୁ ଆଉ ପୁରୁଣା, ଫ୍ରାଏଡଯୁକ୍ତ, ଫ୍ରୋଜେନ୍ କିମ୍ବା ଶୁଖିଲା ଖାଦ୍ୟ ଖାଇବାକୁ ପଡ଼ିବ ନାହିଁ । ଶେଞ୍ଜୋ-୨୧ ମିଶନର ଅଂଶ ଭାବରେ, ସ୍ପେସ୍ ଷ୍ଟେସନ୍ ଏକ ସ୍ୱତନ୍ତ୍ର ଚୁଲି ପାଇଛି । ଯାହା ଦ୍ୱାରା ମହାକାଶଚାରୀ ସହଜରେ ଚିକେନ୍ ଓ୍ୱିଙ୍ଗ୍ସ, ଷ୍ଟେକ୍ ଏବଂ ସତେଜ ବେକ୍ ହୋଇଥିବା ଖାଦ୍ୟ ଉପଭୋଗ କରିଛନ୍ତି । 

 

ଭାଇରାଲ୍ ଭିଡିଓରେ, ମହାକାଶଚାରୀମାନେ ଓଭନରୁ ଗୋଲଡେନ୍ ରଙ୍ଗର ଚିକେନ୍ ଓ୍ୱିଙ୍ଗ୍ସ ବାହାର ତାକୁ ଖୁସି ଜାହିର କରୁଛନ୍ତି । ଯାହା ପ୍ରଦର୍ଶନ କରୁଛି ଯେ ମହାକାଶ ପ୍ରଯୁକ୍ତିବିଦ୍ୟା କେତେ ଦୂର ଆଗେଇ ଆସିଛି। ଏହା କୌଣସି ସାଧାରଣ ଓଭନ ନୁହେଁ; ଏହାକୁ ଶୂନ୍ୟ ମାଧ୍ୟାକର୍ଷଣର ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି । ଚୀନ୍ ମହାକାଶଚାରୀ ଗବେଷଣା ଓ ତାଲିମ କେନ୍ଦ୍ରର ଗବେଷକ ଝୁଆନ୍ ୟୋଙ୍ଗଙ୍କ ଅନୁଯାୟୀ, ଏହା ଏପରି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରେ ଯାହା ଧୂଆଁ ଉତ୍ପନ୍ନ କରେ ନାହିଁ। ଏହା ସମ୍ପୂର୍ଣ୍ଣ ସୁରକ୍ଷିତ। ଜଳିବା ରୋକିବା ପାଇଁ ମହାକାଶଚାରୀମାନେ ସ୍ପର୍ଶ କରୁଥିବା ପୃଷ୍ଠଗୁଡ଼ିକ ମଧ୍ୟ ଥଣ୍ଡା ରହିଥାଏ।