LIVE TV

ଇଏ କି ସଙ୍କେତ ? ଶ୍ରୀମନ୍ଦିର ନୀଳଚକ୍ରରେ ପୁଣି ବସିଲା ଚିଲ

NEWS7
2-dead-in-truck-aacident

ପୁରୀ ୧୦: ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ । ରବିବାର ଅପରାହ୍ନରେ ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଚିଲ ବସିଥିବା ଦେଖିବାକୁ ମିଳିଥିଲା । ପତିତପାବନ ବାନା ପରିବର୍ତ୍ତନ ପୂର୍ବରୁ ନୀଳଚକ୍ର ଉପରେ ଚିଲ ବସିଥିବା ଦେଖି ଶ୍ରଦ୍ଧାଳୁଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବିଭିନ୍ନ ସମୟରେ ଶ୍ରୀମନ୍ଦିର ଉପରେ ଚିଲ ବସୁଥିବା ଦେଖିବାକୁ ମିଳିଛି । କେହି ଏହାକୁ ଶୁଭ ସଙ୍କେତ ବୋଲି କହିଥାନ୍ତି ତ କେହି ଏହା ଅଶୁଭ ସଙ୍କେତ ବୋଲି ମନେ କରିଥାନ୍ତି । ତେବେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିବା ନେଇ ମହାପ୍ରଭୁ କିଛି ସଙ୍କେତ ଦେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କିଛି ସମୟ ଧରି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିଥିବା ବେଳେ ପରବର୍ତ୍ତୀ ସମୟରେ ଚିଲଟି ଉଡ଼ି ଯାଇଥିବା ଦେଖିବାକୁ ମିଳିଛି