ଯୁଦ୍ଧ ସ୍ଥିତି ଭିତରେ ଇରାନ୍ ସେନା ହେଲିକପ୍ଟର କ୍ରାଶ୍ : ପାଇଲଟଙ୍କ ସମେତ ୪ ମୃତ

NEWS7
2-dead-in-truck-aacident

ତେହରାନ, ୨୪/୦୨: ଇରାନ ଏବଂ ଆମେରିକା ମଧ୍ୟରେ କେତେବେଳେ ବି ଲାଗିପାରେ ଯୁଦ୍ଧ । ଆମେରିକା ଚାରି ଆଡୁ ଘେରି ସାରିଲାଣି । ସାଧାରଣ ଜନତାଙ୍କ ଫୋନକୁ ମେସେଜ୍ ବି ଗଲାଣି । ଏହାରି ଭିତରେ ଏକ ବଡ ଘଟଣା ସାମ୍ନାକୁ ଆସିଛି । ଇରାନର ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୪ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ତେବେ ଏହି ଦୁର୍ଘଟଣା ପରେ ପାଖରେ ଥିବା ନ୍ୟୁକ୍ଲିଅର ପ୍ଲାଣ୍ଟର ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଛି ।

ରିପୋର୍ଟ ଅନୁସାରେ, ମଙ୍ଗଳବାର ଇରାନ ସେନାର ଆଭିଏସନ ୟୁନିଟର ଏକ ହେଲିକପ୍ଟର ଇସଫହାନ ପ୍ରାନ୍ତରେ ଉଡୁଥିଲା । ହେଲେ ହଠାତ ଏହା ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣାଗ୍ରସ୍ତ ହୋଇ ଏହା ଏକ ଫଳ ବଜାରରେ ଖସି ପଡିଛି । ତେବେ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏଥିରେ ପାଇଲଟ୍ ଏବଂ କୋ ପାଇଲଟଙ୍କ ସମେତ ଫଳ ବଜାରରେ ଥିବା ଦୁଇ ଜଣ ବ୍ୟବସାୟୀ ପ୍ରାଣ ହରାଇଛନ୍ତି ।

ଏହି ଖବରଟି ପଢନ୍ତୁ... ସେୟାର ମାର୍କେଟ୍ କ୍ରାଶ୍ : ହଠାତ ଭୁଶୁଡି ପଡିଲା ବଜାର, ଏତେ ପଏଣ୍ଟ୍ ଖସିଗଲା ସେନସେକ୍ସ

ରୟଟର୍ସର ରିପୋର୍ଟ ଅନୁସାରେ, ଇରାନର ଏୟାର ସେଫ୍ଟି ରେକର୍ଡ ଭଲ ନାହିଁ । ଅତୀତରେ ଅନେକ ବିମାନ ଏବଂ ହେଲିକପ୍ଟର ଦୁର୍ଘଟାର ଶିକାର ହୋଇଛି । ଏସବୁ ହେଲିକପ୍ଟରକୁ ୧୯୭୯ରେ କ୍ରୟ କରାଯାଇଥିଲା । ତେବେ ଏହାର ମେଣ୍ଟେନାନ୍ସ ପାଇଁ ପାର୍ଟର ଅଭାବ ଦେଖିବାକୁ ମିଳୁଛି । ଗତ ସପ୍ତାହରେ ଇରାନ ବାୟୁ ସେନାର ଏଫ-୪ ବିମାନ ହମାଦାନରେ କ୍ରାଶ୍ ହୋଇଯାଇଥିଲା । ଯେଉଁଥିରେ ଜଣେ ପାଇଲଟ୍ ପ୍ରାଣ ହରାଇଥିଲେ ।

ଏହି ଖବରଟି ପଢନ୍ତୁ... ବିଶ୍ୱର ସବୁଠାରୁ ବିଷାକ୍ତ ସାପ, ଯାହାର ବିଷ ସବୁଠାରୁ ମହଙ୍ଗା