LIVE TV

ବ୍ୟାଘ୍ର ଗଣନାରେ ସାମିଲ ହେବେ ବିଦ୍ୟାର୍ଥୀ, ସାମିଲ ହେବେ ୫୦ ଶିକ୍ଷାନୁଷ୍ଠାନର ୪୬ ଛାତ୍ରଛାତ୍ରୀ

NEWS7
2-dead-and-8-injured-in-explosion-in-kushi-nagar-firecracker-godown

ସମ୍ବଲପୁର ୩୦/୧୦: ହୀରାକୁଦ ଜଳଭଣ୍ଡାର କଡ଼ରେ ରହିଥିବା ହୀରାକୁଦ ବନ୍ୟପ୍ରାଣୀ ଡ଼ିଭିଜନ ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟରେ ବ୍ୟାଘ୍ର ଗଣନା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ଛାତ୍ରଛାତ୍ରୀ ଓ ଯୁବକ ମାନଙ୍କୁ ସାମିଲ କରାଯାଇଛି । ଆସନ୍ତାକାଲିର ବନ୍ୟପ୍ରାଣୀ ପାଇଁ ଆଜିର ସଂରକ୍ଷଣ ବାର୍ତ୍ତା ନେଇ ଡିଭିଜନ ପକ୍ଷରୁ ମହାବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଅଂଶଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରାଯାଉଥିବା ସମ୍ବଲପୁର ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି ।

ଅଭୟାରଣ୍ୟ ପାଶ୍ବବର୍ତ୍ତୀ ଅଞ୍ଚଳରେ ଥିବା କଲେଜ ଓ ହାଇସ୍କୁଲର ୪୬ଜଣ ଛାତ୍ରଛାତ୍ରୀଙ୍କୁ ଏହି ଗଣନାରେ ସାମିଲ କରାଯାଇଛି । ଏମାନଙ୍କୁ ‘ଆମ୍ବାସେଡର ଅଫ୍ ଡେବ୍ରିଗଡ଼’ ଆଖ୍ୟା ମଧ୍ୟ ଦିଆଯାଇଛି । ଉକ୍ତ ୪୬ଜଣ ଛାତ୍ରଛାତ୍ରୀ ଗଣନା ସମୟରେ ପ୍ରୋଟୋକଲ ସର୍ଭେକ୍ଷଣ, ତଥ୍ୟ ସଂଗ୍ରହ ଓ ବନ୍ୟପ୍ରାଣୀ ଗଣନା କରିବେ। ଏହା ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ବନ୍ୟପ୍ରାଣୀଙ୍କ ସଙ୍କେତ, ପାଦଚିହ୍ନ ଓ ପାପୁଲି ଚିହ୍ନ ପ୍ରଭୃତି ତଥ୍ୟ ବାବଦରେ ସେମାନଙ୍କ ଦକ୍ଷତା ବୃଦ୍ଧି ଗଣନା ଗୋଷ୍ଠୀ କରାଯିବ।

ସମୁଦାୟ ୨୬ଟି ଗଣନା ପାଈଁ ଗୋଷ୍ଠୀ କରାଯାଇଛି। ଏଥିରେ ବନବିଭାଗର ୮୦ଜଣ କର୍ମଚାରୀ ଓ ଅଧିକାରୀ ସାମିଲ ରହିବେ। ଏଥିସହ ୧୦୭ଟି ଟ୍ରାଫ୍ କ୍ୟାମେରା ୨ବର୍ଗକିଲୋମିଟରକୁ ନିରୀକ୍ଷଣ କରିବ। ଗତ ୨୦୨୨ରେ ଡେବ୍ରିଗଡ଼ରେ ସର୍ବଭାରତୀୟ ବ୍ୟାଘ୍ର ଗଣନା କରାଯାଇଥିଲା। ବର୍ଗ କିଲୋମିଟର ପିଛା ୩୦ଟି ସମ୍ବର, ୪୫ଟି ଗୟଳ, ୬୫ଟି ବାରହା ଚିହ୍ନଟ କରାଯାଇଥିଲା।

୨୦୨୩ରେ ପ୍ରାକ୍ ମୌସୁମୀ ଗଣନା ବେଳେ ଏହି ଅଭୟାରଣ୍ୟରେ ୮୨ଟି କଲରାପତରିଆ ବାଘ ଥୂବା ଜଣାପଡ଼ିଥିଲା। ଗତ ମେ ୧୧ରୁ ୧୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଗଣନାରେ ୨୧୫ ଶାବକଙ୍କ ସମେତ ୭୮୮ଟି ଗଛ ଗୟଳ ଥୂବା ଣାପଡ଼ିଥିଲା। ସୂଚନାଯୋଗ୍ୟ, ଡେବ୍ରିଗଡ଼ ଅଭୟାରଣ୍ୟରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବା ସକାଶେ ରାଜ୍ୟ ସରକାର କିଛି ମାସ ଆଗରୁ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି।