LIVE TV

ବଳଦ କିଣିବାକୁ ଟଙ୍କା ନଥିଲା, ଚାଷ କାମରେ ନିଜେ ହଳ ଧରି ବାପାକୁ ସାହା ହେଲେ ୨ ଝିଅ

NEWS7

ହାଇଦ୍ରାବାଦ, ୨୫|୦୭:  କରୋନା ଭାଙ୍ଗି ଦେଇଛି ଆର୍ଥିକ ମେରୁଦଣ୍ଡ । ଚାଷ କାମ କରିବାକୁ ଟଙ୍କାର ରହିଛି ଅଭାବ । ନା କିଣି ହେଉଛି ସାର ନା ଅନ୍ୟ କୌଣସି ଖତ । ଏପରିକି ବଳଦ କିଣିବା ପାଇଁ ମଧ୍ୟ ପାଖରେ ଟଙ୍କାଟିଏ ନାହିଁ । କମରରେ ମଧ୍ୟ ଆଉ ଜୁଆନ୍ ଅବସ୍ଥା ଭଳି ଦମ୍ ନାହିଁ । ଏପରି ଦୁସ୍ଥିତିରେ ସେ କରିଥାନ୍ତେ ବା କଣ ?  ବାଧ୍ୟ ହୋଇ ନିଜ ଝିଅଙ୍କ ହାତରେ ଲଙ୍ଗଳ ଲଗାଇ ଆରମ୍ଭ କଲେ ଚାଷ କାମ । ବଳଦର କାମ କଲେ ଦୁଇ ଝିଅ ।  ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପଡୋଶୀ ଆନ୍ଧ୍ର ପ୍ରଦେଶରେ ।

wp:html /wp:html

ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲାରେ ଜଣେ ବ୍ୟକ୍ତି ଚା ଦୋକାନ ଦେଇ ରୋଜଗାର କରନ୍ତି । ରୋଜଗାର ହେଲେ ଘରର ଚୁଲି ଜଳେ । ରୋଜଗାର ନହେଲେ ଉପାସ ରହନ୍ତି ୪ ପ୍ରାଣୀ କୁଟୁମ୍ବ । ପରିବାର କହିଲେ ସ୍ତ୍ରୀ ଓ ଦୁଇ ଝିଅ । ଲକଡାଉନ୍ ପାଇଁ ବେଉସା ବୁଡିଗଲା । ହଜିଗଲା ରୋଜଗାର । ଦେଖାଦେଲା ଅର୍ଥାଭାବ । ଗତ ୩ ମାସ ହେଲା ବନ୍ଦ ହୋଇ ରହିଛି ଚା ଦୋକାନ । ଅର୍ଥାଭାବ ଦୂର କରିବା ପାଇଁ ବ୍ୟକ୍ତିଜଣଙ୍କ ଚାଷ କରିବେ ବୋଲି ମନସ୍ଥ କଲେ । କିନ୍ତୁ ନା ଅଛି ସାର ନା ଚାଷ ହଳ ପାଇଁ ବଳଦ । ନୂଆ ବଳଦ କିଣିବା ପାଇଁ ଟଙ୍କା ଦରକାର । ଯାହା ବି ଆୟ କରିଥିଲେ ତାହା ସରିଗଲାଣି । କେତେ ବା ସେ ହାତ ପତେଇ ମାଗିଥାନ୍ତେ । କେତେ ଧାର୍ କରିଥାନ୍ତେ । ଶେଷରେ ବାଧ୍ୟ ହେଲେ ଯେମିତି ବି ହେଉ ଚାଷ କରିବାକୁ ନିଷ୍ପତ୍ତି ନେଲେ । କିନ୍ତୁ ବୟସ ସାଜିଲା ବାଧକ । କମରରେ ମଧ୍ୟ ଆଉ ଆଗ ଭଳି ଦମ୍ ନାହିଁ ।

ବାପାର କଷ୍ଟ ସହିପାରିଲେନି ଦୁଇ ଝିଅ । ନିଜେ ଧରିଲେ ଲଙ୍ଗଳ । ବଳଦ ବଦଳରେ ନିଜେ ଲଙ୍ଗଳ ଧରି ଆରମ୍ଭ କଲେ ଚାଷ କାମ । ଏପରି ବ୍ୟକ୍ତିଙ୍କ ସ୍ତ୍ରୀ ମଧ୍ୟ ଚାଷ କାମରେ ୨ ଝିଅଙ୍କୁ ସାହାଯ୍ୟ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ବାପାର କାନ୍ଧରେ ବୋଝ ନହୋଇ ଝିଅଙ୍କ ଏଭଳି କାମକୁ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି ।