ପ୍ରଥମ ପର୍ଯ୍ୟାୟରେ ପାଓ୍ବାରଫୁଲ୍ ଲଢ଼େଇ; ଗଡକରୀ, ସୋନୱାଲ, ଜିତନରାମ ମାନଝିଙ୍କ ସହ ବହୁ ନେତାଙ୍କ ଭାଗ୍ୟ ପରୀକ୍ଷା

Published By : Prameya-News7 Bureau | April 19, 2024 IST

ନୂଆଦିଲ୍ଲୀ: ୨୦୨୪ ଲୋକସଭା ମହାସଂଗ୍ରାମ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ଜାରି  । ତେବେ ଏହି ପ୍ରଥମ ଚରଣ ନିର୍ବାଚନରେ ବହୁ ହେଭିଓ୍ବେଟ୍ ନେତା ଓ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି। କିଛି ଲୋକସଭା ଆସନରେ ହାଇ-ଭୋଲଟେଜ୍ ଟକ୍କର ଦେଖିବାକୁ ମିଳିବ ।

କେଉଁ ଆସନରେ କିଏ ଲଢ଼ୁଛନ୍ତି; 

ଆସାମ ଦିବ୍ରୁଗଡ ଲୋକସଭା ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଭାଗ୍ୟ ପରୀକ୍ଷା ହେବ । ତାଙ୍କୁ ଟକ୍କର ଦେଉଛନ୍ତି, ଆସାମ ଜାତୀୟ ପରିଷଦର ଲୁରିନଜ୍ୟୋତି ଗୋଗୋଇ। ବିହାରର ଗୟା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାନଝି ହାମ-ଏସରୁ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିରୋଧରେ ଲଢ଼ୁଛନ୍ତି ଆରଜେଡିର କୁମାର ସରବଜିତ । ନୱାଦ ଆସନରେ ବିଜେପି ପ୍ରାର୍ଥୀ ବିବେକ ଠାକୁରଙ୍କୁ ଟକ୍କର ଦେଉଛନ୍ତି ଆରଜେଡିର ଶ୍ରବଣ କୁସୱାହା।

ମହାରାଷ୍ଟ୍ର ନାଗପୁରରେ ହାଇଭୋଲଟେଜ୍ ଟକ୍କର । ବିଜେପି ପ୍ରାର୍ଥୀ ନୀତୀନ ଗଡ଼କରୀଙ୍କ ବିରୋଧରେ ଲଢୁଛନ୍ତି କଂଗ୍ରେସର ବିକାଶ ଠାକରେ ରହିଛନ୍ତି। ମେଘାଳୟ ଟୁରାରେ କଂଗ୍ରେସର ସାଲେଙ୍ଗ ଏ ସାଙ୍ଗମାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଆଗାଥା କେ ସାଂଗମା। ରାଜସ୍ଥାନ ବିକାନେରର ବିଜେପିର ଅର୍ଜୁନ ରାମ ମେଘୱାଲଙ୍କୁ ସାମ୍ନା କରୁଛନ୍ତି କଂଗ୍ରେସର ଗୋବିନ୍ଦ ସିଂ ମେଘୱାଲ। ଅଲୱରରେ ବିଜେପିର ଭୂପେନ୍ଦ୍ର ଯାଦବକୁ ପ୍ରତିଦ୍ବନ୍ଦିତା କରୁଛନ୍ତି କଂଗ୍ରେସ ଲଳିତ ଯାଦବ।

ସେହିପରି ବିହାର ଜାମ୍ମୁଇରେ ଏଲଜେପି ପ୍ରାର୍ଥୀ ଅରୁଣ ଭାରତୀଙ୍କୁ ଟକ୍କର ଦେଉଛନ୍ତି ଆରଜେଡିର ଅର୍ଚ୍ଚନା ରବିଦାସ। ବସ୍ତରରେ ବିଜେପିର ମହେଶ କାଶ୍ୟପଙ୍କ ବିରୋଧରେ ଲଢୁଛନ୍ତି କଂଗ୍ରେସ କାୱାସି ଲକ୍ଷ୍ମୀ। ମଧ୍ୟପ୍ରଦେଶ ମାଣ୍ଡଲାରେ କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି କଂଗ୍ରେସର ଓଁକାର ସିଂ ମାର୍କମ। ଛିନ୍ଦାୱାରା ଲୋକସଭା ଆସନରୁ କଂଗ୍ରେସର ସବୁଠୁ ଧନୀ ପ୍ରାର୍ଥୀ ନକୁଲନାଥଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେପିର ବିବେକ ବଣ୍ଟି ସାହୁ।

ଚେନ୍ନାଇ ସାଉଥରୁ ବିଜେପିର ତାମିଲସାଇ ସୁନ୍ଦରରାଜନ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଡିଏମକେର ଏ. ଥାଙ୍ଗପାନ୍ଦିଆନ। ଚେନ୍ନାଇ ସେଣ୍ଟ୍ରାଲରେ ବିଜେପିର ଭିନୋଜ ପି. ସୋଲଭାମଙ୍କ ବିରୋଧରେ ଲଢୁଛନ୍ତି ଡିଏମକେର ଦୟାନିଧି ମରାନ। ଶ୍ରୀପେରୁଦୁମ୍ବୁରରେ ଡିଏମକେର ଟିଆର ବାଲୁଙ୍କୁ ବିରୋଧରେ ଲଠୁଛନ୍ତି ଏଆଆଇଏଡିଏମକେର ଡି. ପ୍ରେମକୁମାର।

ଶିବଗଙ୍ଗାରେ ବିଜେପିର ଡି. ଦେବନାଥନ ଯାଦବଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ। ଥୁଥୁକୁଡି ଆସନରେ ପ୍ରତିଦ୍ବନ୍ଦିତା କରୁଛନ୍ତ କାନିମୋଝୀ କରୁଣାନିଧି। ତ୍ରିପୁରା ୱେଷ୍ଟରେ ପ୍ରାର୍ଥୀ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ। ଉତ୍ତର ପ୍ରଦେଶ ପିଲଭିଟରୁ ବରୁଣ ଗାନ୍ଧୀଙ୍କ ବଦଳରେ ଲଢୁଛନ୍ତି ବିଜେପିର ଜିତିନ ପ୍ରସାଦ। ଉତ୍ତରାଖଣ୍ଡ ହରିଦ୍ବାରରେ ଭାଗ୍ୟ ପରୀକ୍ଷା କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ପୁଅ ବୀରେନ୍ଦ୍ର ରାଓ୍ବତ । 

 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.