ସ୍କୁଲ୍‌ରେ ଝିଅମାନଙ୍କ ପାଇଁ ଅଲଗା ସୌଚାଳୟ ଓ ମାଗଣା ସାନିଟାରି ପ୍ୟାଡ୍ ବ୍ୟବସ୍ଥା କରାଯାଉ: ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

NEWS7
19-youths-rescued-regarding-human-trafficking-in-assam

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ସୌଚାଳୟ ତିଆରି କରିବାକୁ କେନ୍ଦ୍ର ଶାସିତ ଅଞ୍ଚଳ ଓ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ତିନି ମାସ ମଧ୍ୟରେ ଏହା ପାଳନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସ୍କୁଲରେ ମାସିକ ଋତୁସ୍ରାବ ସମୟରେ ଝିଅମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲା। ଏହି ମାମଲାରେ ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ।

ରାୟ ଶୁଣାଇଲା ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ସମ୍ବିଧାନର ଧାରା ୨୧ ଅନୁଯାୟୀ ଯାହା ଜୀବନର ଅଧିକାର ବର୍ଗରେ ରହିଛି, ସେଥିରେ ଋତୁସ୍ରାବ ସହ ଜଡ଼ିତ ସ୍ୱାସ୍ଥ୍ୟର ଅଧିକାର ବି ସାମିଲ ରହିଛି। ତେଣୁ ଝିଅଟିର ଏହି ଅଧିକାର ସୁବ୍ୟବସ୍ଥିତ ହେବା ଦରକାର ବୋଲି ସୁପ୍ରିମକୋର୍ଟ କହିବାକୁ ଚାହିଁଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ନିଷ୍ପତ୍ତି କେବଳ ଏହି ବ୍ୟବସ୍ଥାରେ ଜଡିତ ଲୋକଙ୍କ ପାଇଁ ନୁହେଁ, ବରଂ ସେହି ଶ୍ରେଣୀଗୃହ ପାଇଁ ବି, ଯେଉଁଠାରେ ଝିଅମାନେ ସାହାଯ୍ୟ ମାଗିବାକୁ ସଂକୋଚ କରନ୍ତି। ଏହା ସେହି ଶିକ୍ଷକମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ଯେଉଁମାନେ ସାହାଯ୍ୟ କରିବାକୁ ଚାହାଁନ୍ତି କିନ୍ତୁ ସମ୍ବଳ ଅଭାବରୁ ତାହା କରିପାରନ୍ତି ନାହିଁ।