LIVE TV

ଧକ୍କା ଦେଲା ବାଇକ୍, ଚାଲିଗଲା ଦୁଇ ଜୀବନ

NEWS7
19-year-old-girl-married-with-61-year-old-man-after-family-called-police-on-him

କବିସୂର୍ଯ୍ୟନଗର ୦୯।୧୧ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଖଜାପଲ୍ଲୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌ ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମୃତକ ରଣିପଡ଼ା ଗାଁରେ ମିଟୁ ପରିଡ଼ା ଓ ଶାଳବଣ ଗାଁର କାଶୀନାଥ ସେଠୀ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ରବିବାର ଭୋର ସମୟ । ସ୍ଥାନ ଖଜାପଲ୍ଲୀ । ଏହି ସମୟରେ ବାଇକ୍‌ ଆରୋହୀ ମିଟୁ ପରିଡ଼ା ନାମକ ଯୁବକ କୌଣସି କାମରେ ଯାଉଥିଲେ । ଏହି ସମୟରେ ଖଜାପଲ୍ଲୀ ନିକଟରେ ଚାଲି ଚାଲି ଯାଉଥିବା ଶାଳବଣ ଗାଁର କାଶୀନାଥ ସେଠୀଙ୍କୁ ଧକ୍କା ଦେଇଥିଲା । ଯାହାପରେ ଦୁଇ ଜଣ ଗୁରୁତର ହୋଇପଡିଥିଲେ । ଏହାପରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବାଇକ ଆରୋହୀ ମିଟୁ ପରିଡ଼ାଙ୍କୁ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଶାଳବଣ ଗାଁର କାଶୀନାଥ ସେଠୀ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଉଭୟଙ୍କର ଉଭୟ ମେଡିକାଲରେ ମୃତ୍ୟୁ ହୋଇଯାଇଛି ।