ମାନିବାକୁ ପଡ଼ିବ ସରକାରୀ ବାବୁଙ୍କ ବୁଦ୍ଧି, ପିଅନ ହାତରେ ଧରାଇ ଦେଉଥିଲେ ଲାଞ୍ଚ ଟଙ୍କା

NEWS7
16-year-old-girl-ran-away-from-her-home-and-joined-isi-gang

ଛେଣ୍ଡିପଦା: ଛେଣ୍ଡିପଦା ତହସିଲରେ ଅନୁଗୋଳ ଭିଜିଲାନ୍ସ ପକ୍ଷରୁ ରେଡ। ମ୍ୟୁଟେସନ ପାଇଁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଟିମ। ମୁଟେସନ ପାଇଁ ଅତିରିକ୍ତ ତହସିଲଦାର ୯ ହଜାର ଟଙ୍କା ଲାଞ୍ଚ ନେଉଥିଲେl ଅନୁଗୋଳ ଅଞ୍ଚଳର ଓମ ପ୍ରକାଶ ଅଗ୍ରୱାଲଙ୍କର ଛେଣ୍ଡିପଦା ତହସିଲରେ ୩ଟି ମୁଟେସନ ରହିଥିଲାl ଏନେଇ ତାଙ୍କର ଓକିଲ ବାରମ୍ବାର ଦୌଡିଥିଲେl

ଏହି ମୁଟେସନ ପାଇଁ ଛେଣ୍ଡିପଦା ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ୯ହଜାର ଟଙ୍କା ଦାବି କରିଥିଲେ। ଏନେଇ ଓମ ପ୍ରକାଶଙ୍କ ଓକିଲ ଅନୁଗୋଳ ଭିଜିଲାନ୍ସ ବିଭାଗ ସହିତ କଥା ହୋଇଥିଲେl ଏହି ଟଙ୍କା ଦେବା ପାଇଁ ବୁଧବାର ଓମ ପ୍ରକାଶଙ୍କ ଓକିଲ ଛେଣ୍ଡିପଦା ଆଡିଶନାଲ ତହସିଲଦାରଙ୍କୁ ଦେଉଥିବା ବେଳେ ଅଫିସର ଜଣକ ପିଅନ କାହ୍ନା ସାହୁଙ୍କୁ ଦେବା ପାଇଁ କହିଥିଲେl

କାହ୍ନା ସାହୁ ଓକିଲଙ୍କ ଠାରୁ ୯ହଜାର ଟଙ୍କା ନେଉଥିବା ବେଳେ ଅନୁଗୋଳ ଭିଜିଲାନ୍ସର ଆଡିସନାଲ ଏସପି ସ୍ୱସ୍ତିକ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ତାଙ୍କ ଠାରୁ ୯ ହଜାର ଟଙ୍କା ଜବତ କରିଥିଲେl

ଏନେଇ ଭିଜିଲାନ୍ସ ଟିମ ପକ୍ଷରୁ ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ଓ କାହ୍ନା ସାହୁଙ୍କୁ ଅଟକ ରଖି ତାଙ୍କର ଅଫିସ ଚାମ୍ବର ସହିତ ସରକାରୀ ବାସଭବନକୁ ଯାଞ୍ଚ କରୁଛି ଟିମl ଏହି ଚଢ଼ଉରେ ଅନୁଗୋଳ ଭିଜିଲାନ୍ସ ଡ଼ିଏସପି, ଇନ୍ସପେକ୍ଟରଙ୍କ ସମେତ  ପ୍ରାୟ ୧୦ ଜଣ ସାମିଲ ରହିଛନ୍ତି l