LIVE TV

ସର୍ବକାଳୀନ ରେକର୍ଡ଼ ସ୍ତରରେ ପହଞ୍ଚିଲା ସୁନା ଦର, ତଥାପି ଶୋ ରୁମରେ ଗ୍ରାହକଙ୍କ ଭିଡ଼

NEWS7
15-year-old-bengaluru-girl-stabbed-father-with-boyfriend

ଭୁବନେଶ୍ଵର: ସର୍ବକାଳୀନ ରେକର୍ଡ଼ ସ୍ତରରେ ପହଞ୍ଚିଲା ସୁନା ଦର। ଆଜି ସୁନା ଦର କିଛି ଏମିତି ରହିଛି। ୧୮ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା  ୯୯୫୭୦୦ ଟଙ୍କା ରହିଛି। ୨୨ କ୍ୟାରେଟ୍ କୁ ୧୨୧୭୦୦ ଓ ୨୪ କ୍ୟାରେଟ୍ ୧୩୨୬୦୦ ଟଙ୍କାରେ ବିକ୍ରି ହେଉଛି ସୁନା। ଆଜି ଗୋଟିଏ ଦିନରେ ୩ ହଜାର ଟଙ୍କା ଯାଏ ବଢ଼ିଛି ସୁନା ଦର । ଆଜି ଗୋଟିଏ ରେଟ୍ ତ କାଲି ଆଉ ଗୋଟିଏ ରେଟ୍ ।

ସୁନା ଦର ଏମିତି ହୁ ହୁ ହୋଇ ବଢୁଥିବା ଦେଖି ସୁନା ଗହଣା ଶୋ ରୁମ୍ ରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ବଡ କଥା ହେଉଛି ଖାଲି ଧନତେରାସ ନୁହେଁ ଭବିଷ୍ୟତ କୁ ନଜର ରେ ରଖି ଗ୍ରାହକ ମାନେ ଆଜିଠୁ ସୁନା କିଣି ମହଜୁଦ ରଖିବା ପାଇଁ ସୁନା କିଣୁଛନ୍ତି। କିଛି ଗ୍ରାହକ ଟ୍ରମ୍ପ ଟାରିଫ, ଋଷିଆ- ୟୁକ୍ରେନ ଯୁଦ୍ଧ ଭଳି ବିଭିନ୍ନ ବିଶ୍ଵ ଘଟଣାବଳୀ କୁ ନେଇ ଚିନ୍ତିତ ଅଛନ୍ତି ତେଣୁ ଆଜିଠୁ ସୁନା କିଣିବା ଆରମ୍ଭ କରିଥିବା କହିଛନ୍ତି। ବଢୁଥିବା ସୁନା ଦର ଦେଢ଼ ଲକ୍ଷ ହୋଇପାରେ ବୋଲି ଅନୁମାନ କରୁଛନ୍ତି। ଜଣେ ଗ୍ରାହକଙ୍କ କହିବା କଥା ସୁନା ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସେ କିଛି ଦିନ ତଳେ ୧ ଲକ୍ଷ ୧୩ ହଜାର ଟଙ୍କାରେ ସୁନା ବୁକ୍ କରିଥିଲେ ଆଉ ଆଜି ସୁନା ରେଟ୍ ୧ ଲକ୍ଷ ୨୧୭୦୦ ଟଙ୍କା ରେ ସୁନା ଦର ହୋଇଥିଲେ ବି ବୁକ୍ କରିଥିବା ଯୋଗୁଁ ସେହି ପୁରୁଣା ରେଟ୍‌ରେ ନେଉଛନ୍ତି ବୋଲି କହିଛନ୍ତି।

ସେପଟେ ଆଜି ଗୋଟିଏ ଦିନରେ ସୁନା ୩ ହଜାର ଟଙ୍କା ବଢ଼ିଥିବା କହିଛନ୍ତି ଭୁବନେଶ୍ୱର ମାଲାବାର୍ ଷ୍ଟୋର ମ୍ୟାନେଜର ଚନ୍ଦନ କୁମାର ନାୟକ । ସପ୍ତାହେ ଭିତରେ ୧୦ ହଜାର ଟଙ୍କା ସୁନା ବୃଦ୍ଧି ହୋଇସାରିଛି। ସୁନା ରେଟ୍ ଏତେ ସ୍ପିଡ ରେ ବଢୁଛି ଯେ ଫୋନ୍ କରି ସୁନା ଦର ପଚାରୁଥିବା ଗ୍ରାହକଙ୍କୁ ଉତ୍ତର ଦେବା ମଧ୍ୟ ମୁସ୍କିଲ ହେଉଛି ବୋଲି କହିଛନ୍ତି। ତେଣୁ ବଢୁଥିବା ସୁନା ଗହଣା ଦର୍ କୁ ନେଇ ବୁକିଂ ସ୍କିମ ରଖିଛି ମାଲାବାର୍ । ଯେଉଁ ରେଟ୍‌ରେ ସୁନା ବୁକ୍ କରିଥିବେ ଯେବେ ଆସି କିନିଲେ ବି ଗ୍ରାହକଙ୍କ ସୁବିଧା କୁ ପ୍ରାଥମିକତା ଦେବାକୁ କୁହାଯାଉଛି। ବୁକ୍ କରିଥିବା ସୁନା ଦର ଠୁ ଯଦି ସୁନା ବହୁ ଦର ବଢିଲା ତେବେବି ବୁକିଂ ରେଟରେ ସୁନା କିଣିବେ ଗ୍ରାହକ।

ଅନ୍ୟପଟେ ଯଦି ବୁକ୍ କରିଥିବା ସୁନା ଦରଠୁ ଯଦି ସୁନା ଦର କମିଲା ତେବେ କମିବା ରେଟ୍‌ରେ ସୁନା କିଣିବେ ଗ୍ରାହକ ବୋଲି କୁହାଯାଇଛି। ତେଣୁ ଏବେ ସୁନା ଅଧିକ ମାତ୍ରାରେ ବୁକ୍ କରୁଥିବା କହିଛନ୍ତି। ତେବେ ବର୍ତ୍ତମାନ ଧନତେରସ ମାହୋଲ କୁ ଦେଖିଲେ ରେଟ୍ ଆହୁରି ବଢିବା ସମ୍ଭାବନା ଥିବା କହିଛନ୍ତି। ଖାଲି ସୁନା ନୁହେଁ ପ୍ଲାଟିନମ ୧ ଗ୍ରାମ ପିଛା ୫୮୧୦ ଟଙ୍କା ରହିଥିବା ବେଳେ ରୂପା ୧ ଗ୍ରାମ ୨୦୩ ଟଙ୍କା ରହିଛି।