ଶୀଘ୍ର ମିଲର ସମସ୍ୟାର ସମାଧାନ ନ ହେଲେ ବଡ଼ ଚାଷୀ ଆନ୍ଦୋଳନ ହେବ

NEWS7
144-imposed-in-eight-place-at-sambalpur

ଭୁବନେଶ୍ବର ୭।୧: ମଣ୍ଡିରୁ ଧାନ ନ ଉଠିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବୟାନକୁ କାଉଣ୍ଟର କଲେ ବରିଷ୍ଠ ବିଜେଡ଼ି ନେତା ଭୂପିନ୍ଦର ସିଂହ । କ୍ୟାମେରା ଆଗରେ ମିଲର୍ସ ସଂଘ ରାଜ୍ୟ ସଭାପତି ମହେଶ୍ ବଂଶଲଙ୍କ ସହ ଟେଲିଫୋନ ଯୋଗେ ଲାଉଡ ସ୍ପିକରରେ କଥା ହେଲେ ଭୂପିନ୍ଦର । ମିଲର୍ସ ସଂଘକୁ ଲିଖିତ ଆକାରରେ କିଛି ମିଳିନଥିବା କହିଲେ ମିଲର୍ସ ସଂଘ ସଭାପତି ।

ମଣ୍ଡିରୁ ଧାନ ନ ଉଠିବା ନେଇ ସରକାରଙ୍କୁ ହାତଯୋଡି ଅନୁରୋଧ କଲେ ଭୂପିନ୍ଦର ସିଂ । ଚାଷୀଙ୍କୁ ଖୁସି ରଖିବା ସରକାରଙ୍କ ଦାୟିତ୍ୱ । ଚାଷୀଙ୍କୁ କାହିଁକି ଶୀତ କାକରରେ ଠିଆ କରିଛନ୍ତି । ଚାଷୀ କାନ୍ଦିଲେ ସରକାର କାନ୍ଦିବେ । ୮ଶହ ଟଙ୍କା ଅଧିକ ଦେବା ପାଇଁ ସରକାରଙ୍କ ପାଖରେ ପଇସା ନାହିଁ ବୋଲି ଲୋକଙ୍କ ପାଖକୁ ମେସେଜ ଗଲାଣି । ବସ୍ତାରେ ୭ କେଜି ଧାନ କଟନୀ ଛଟନୀ ହେଉଛି । ୩ ଦିନ ହେଲା ଧାନ ଉଠୁନି । ସରକାର ଚାଷୀଙ୍କୁ ୬୯ଟଙ୍କା କମ୍ ଦିଆଯାଉଛି । ଚାଷୀ ଆମକୁ ଏ କଥା ପଚାରୁଛନ୍ତି । ମନ୍ତ୍ରୀ କହୁଛନ୍ତି ମିଲରଙ୍କୁ କିଏ ଉସୁକାଉଛି । ମିଲର କ’ଣ ଛୋଟ ଛୁଆ ? ଶୀଘ୍ର ମିଲର ସମସ୍ୟାର ସମାଧାନ ନ ହେଲେ ବଡ଼ ଚାଷୀ ଆନ୍ଦୋଳନ ହେବ ।