ପୀତବାସ ପଣ୍ଡା ହତ୍ୟା ମାମଲା, କୋର୍ଟରେ ହାଜର ହେଲେ ଅନ୍ୟତମ ଅଭିଯୁକ୍ତ ମଦନ ଦଳେଇ

NEWS7
144-imposed-in-bbsr-from-today

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ମଦନ ଦଳାଇକୁ ସୋମବାର କୋର୍ଟରେ ହାଜର କରାଯାଇଛି। ପୂର୍ବରୁ ଏହି ମାମଲାରେ ପୂର୍ବରୁ ୧୫ ଜଣ ଅଭିଯୁକ୍ତ ହାଜର କରାଯାଇଥିବାବେଳେ, ଧାର୍ଯ୍ୟ ତାରିଖ ଅନୁସାରେ ସୋମବାର ମଦନ ଦଳାଇକୁ ହାଜର କରାଯାଇଛି। ସୋମବାର ପୁଲିସ ସୁରକ୍ଷା ବଳୟ ଭିତରେ ମଦନ ଦଳାଇକୁ କୋର୍ଟରେ ହଜାର କରିଥିଲା। ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ମଦନ ଦଳାଇକୁ ହ୍ବିଲ ଚେୟାରର ସାହାଯ୍ୟରେ କୋର୍ଟରେ ହାଜର କରାଯାଇଥିଲା।

ଜିଲ୍ଲା ଜଜ୍ ଏହି ମାମଲାଟିକୁ ADJ-3 କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ଆସନ୍ତା ୧୭ ତାରିଖରେ ଏହି ମାମଲାର ଚାର୍ଜଫ୍ରେମ ହେବ ବୋଲି ଜଣାପଡ଼ିଛି। ଗତକାଲି ବିକ୍ରମ ପଣ୍ଡା ସ୍ବାସ୍ଥ୍ୟ ଖରାପ ଥିବାରୁ ପୋଲିସର କଡ଼ା ସୁରକ୍ଷା ଭିତରେ ବ୍ରହ୍ମପୁର MKCG ମେଡିକାଲକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ I ପ୍ରଥମେ ଇସିଜି ଚେକଅପ୍ ହୋଇଥିଲା, ପରେ ସର୍ଜରୀ ବିଭାଗ ଡାକ୍ତର ଓ ଦନ୍ତ ଏବଂ ଓପିଡି ବିଭାଗରେ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ l ଶେଷରେ ଅଲଟ୍ରା ସାଉଣ୍ଡ ପରେ ପୁଲିସର କଡା ସୁରକ୍ଷା ଭିତରେ ପୁଣି ଜେଲକୁ ଫେରିଥିଲେ । ତେବେ ବିକ୍ରମ ପଣ୍ଡା, ମଳୟ ବିଷୋୟୀ ଓ ମଦନ ଦଳାଇଙ୍କ ମେଡିକାଲ ରିପୋର୍ଟ ଜିଲ୍ଲା ଜଜ୍ ମାଗିଥିବା ଆଇନଜୀବୀ କହିଛନ୍ତି।