ଓବମାଙ୍କୁ କ୍ଷମା ମାଗିବେନି ଟ୍ରମ୍ପ୍ ! କହିଲେ -'ସିମ୍ପାଜି ଭିଡିଓ କିଛି ଭୁଲ୍ ନୁହେଁ, ଏହା ଭଲ ଲାଗୁଛି'

NEWS7
14-month-baby-dropped-from-4th-floor

ନୂଆଦିଲ୍ଲୀ,|୦୨ : ଭୁଲ୍ କଲେ । ଭିଡିଓ ମଧ୍ୟ କାଟିଲେ । କିନ୍ତୁ କ୍ଷମା ମାଗିବାକୁ ମନା କଲେ । ବାରାକ ଓବାମା ଏବଂ ତାଙ୍କ ପତ୍ନୀଙ୍କ ଏକ କଦର୍ଥ ଭିଡିଓ ପୋଷ୍ଟ କରି ଅଡୁଆରେ ପଡିଥିବା ଡୋନାଲ୍ଡ ଟ୍ରମ୍ପ୍ କ୍ଷମା ମାଗିବାକୁ ମନା କରିଦେଇଛନ୍ତି ।

ସୂଚନାନୁସାରେ,ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ପତ୍ନୀ ମିସେଲ ଓବାମାଙ୍କୁ ଜଙ୍ଗଲରେ ସିମ୍ପାଞ୍ଜି ରୂପରେ ଦେଖାଯିବାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଏହାପରେ ସେ ବିବାଦ ଘେରକୁ ଆସିଯାଇଛନ୍ତି । ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ଏହାପରେ ଭିଡିଓକୁ ହଟାଇ ଦିଆଯାଇଛି ।

ତେବେ ଭିଡିଓକୁ ବର୍ଣ୍ଣବିଦ୍ୱେଷ ଓ ଅପମାନଜନକ ଦର୍ଶାଯାଇଥିଲା । ଉଭୟ ରିପବ୍ଲିକାନ୍ ଓ ଡେମୋକ୍ରାଟ୍ ସଦସ୍ୟମାନେ ଏହାର ତୀବ୍ର ବିରୋଧ କରିଥିଲେ । କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପ୍ ଏଥିପାଇଁ କ୍ଷମା ପ୍ରାର୍ଥନା କରିବାକୁ ସିଧାସଳଖ ମନା କରିଦେଇଛନ୍ତି । ସେ କହିଛନ୍ତି, ସେ କୌଣସି ଭୁଲ କରିନାହାଁନ୍ତି । ଭିଡିଓଟି ଜାଲ୍ ନିର୍ବାଚନ ବାବଦରେ ଥିଲା ଏବଂ ଏଥିରେ ଯାହା କିଛି ଦେଖିବାକୁ ମିଳିଲା, ବେଶ୍ ଭଲ ଲାଗିଥିଲା । ସେଥିପାଇଁ ଏହାକୁ ପୋଷ୍ଟ କରିଦେଇଥିଲି । ତେବେ ଏଥିପାଇଁ କ୍ଷମା ପ୍ରାର୍ଥନା କରିବାର ପ୍ରଶ୍ନ ଉଠୁନାହିଁ ।