ବାଂଲାଦେଶ ସେନାରେ ବଡ଼ ଧରଣର ଅଦଳବଦଳ, ଭାରତରୁ ଫେରାଇ ନେଲା ଡିଫେନ୍ସ ଆଡଭାଇଜର

NEWS7
137-corona-affected-in-india-says-report

ଢାକା ୨୩।୨: ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ତାରିକ ରହମାନ ଫେବୃଆରୀ ୧୭ ତାରିଖରେ ତାଙ୍କ ସରକାରଙ୍କ କାର୍ଯ୍ୟକାଳ ଆରମ୍ଭ କରିବା ପରେ ମିଲେଟ୍ରି ନେତୃତ୍ୱ ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛନ୍ତି। ଏହି ପରିବର୍ତ୍ତନର ପ୍ରଭାବ ବାଂଲାଦେଶ ଆର୍ମିର ଅନେକ ବଡ଼ ପଦପଦବୀ ଉପରେ ପଡିବ ବୋଲି ଅନୁମାନ କରାଯାଉଛି, ଯେଉଁଥିରେ ଖାସ ଅପରେସନାଲ କମାଣ୍ଡ ଓ ଦେଶର ଶୀର୍ଷ ମିଲେଟ୍ରି ଇଣ୍ଟେଲିଜେନ୍ସ ଏଜେନ୍ସୀ ମଧ୍ୟ ସାମିଲ।

ଢାକା ଟ୍ରିବ୍ୟୁନର ଏକ ରିପୋର୍ଟ ଅନୁସାରେ ନୂଆ ଆଡମିନେଷ୍ଟ୍ରେସନ ଦାୟିତ୍ୱ ସମ୍ଭାଳିବାର ତୁରନ୍ତ ପରେ ଆର୍ମି ମୁଖ୍ୟାଳୟ ଏହି ପରିବର୍ତ୍ତନ ଜାରି କରିଛନ୍ତି। ଏହି ପଦକ୍ଷେପକୁ ଆର୍ମଡ ଫୋର୍ସେସଙ୍କ ଉପରେ ନୂଆ ନେତୃତ୍ୱର ନିୟନ୍ତ୍ରଣ ଉଦ୍ୟମ ଭାବେ ଦେଖା ଯାଉଛି। ଏହି ପରିବର୍ତ୍ତନରେ ମହମଦ ୟୁନୁସଙ୍କ ଅନ୍ତରୀଣ ସରକାର କାଳରେ ନିଯୁକ୍ତ ବରିଷ୍ଠ ଅଧିକାରୀଙ୍କୁ ବଦଳା ଯାଇଛି। ଏଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲେଫ୍ଟନାଣ୍ଟ ଜେନେରାଲ ଏମ.ମୈନୁର ରହମାନଙ୍କ ନିଯୁକ୍ତି, ଯାହାଙ୍କୁ ନୂଆ ଚିଫ ଅଫ ଜେନେରାଲ ଷ୍ଟାଫସ୍ (ସିଜିଏସ୍) ନିଯୁକ୍ତ କରାଯାଇଛି।

ଏହା ପୂର୍ବରୁ ସେ ଆର୍ମି ଟ୍ରେନିଂ ଆଣ୍ଡ ଡକ୍ଟ୍ରିନ କମାଣ୍ଡ (ଏଆରଟିଡିଓସି)ରେ ଜେନେରାଲ ଅଫିସର କମାଣ୍ଡିଂ ରୂପେ କାର୍ଯ୍ୟ କରୁଥିଲେ। ସେ ଲେଫ୍ଟନାଣ୍ଟ ଜେନେରାଲ ମିଜାନୁର ରହମାନ ଶମିମଙ୍କ ସ୍ଥାନ ନେବେ। ସେହିପରି ମେଜର ଜେନେରାଲ କୈଶର ରାସିଦ ଚୌଧୁରୀଙ୍କୁ ଡାଇରେକ୍ଟରେଟ ଜେନେରାଲ ଅଫ ଫୋର୍ସେସ ଇଣ୍ଟେଲିଜେନ୍ସୀ (ଡିଜିଏଫଆଇ) ଡାଇରେକ୍ଟର ଜେନେରାଲ ନିଯୁକ୍ତ କରାଯାଇଛି। ସେ ଏବେ ଆର୍ମି ହେଡକ୍ୱାର୍ଟରରେ ବ୍ରିଗେଡିୟର ଜେନେରାଲ ରୂପେ କାମ କରୁଛନ୍ତି। ଏଥିରେ ପ୍ରିନ୍ସପାଲ ଷ୍ଟାଫ ଅଫିସ୍ (ପିଏସଓ) ପଦବୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ଏହି ପଦବୀରେ ଥିବା ଲେଫ୍ଟନାଣ୍ଟ ଜେନେରାଲ ଏସ.ଏମ, କମରୁଲ ହସନଙ୍କୁ ହଟାଇ ବିଦେଶ ମନ୍ତ୍ରାଳୟରେ ଆଟାଚ୍ କରାଯାଇଛି। ତାଙ୍କ ସ୍ଥାନରେ ନୂଆ ପଦୋନ୍ନତୀ ପାଇଥିବା ଲେଫ୍ଟନାଣ୍ଟ ଜେନେରାଲ ମୀର ମୁସଫିକୁର ରହମାନଙ୍କୁ ନିଯୁକ୍ତ କରାଯାଇଛି। ବାଂଲାଦେଶ ନୂଆ ସରକାର ବ୍ରିଗେଡିୟର ଜେନେରାଲ ମହମଦ ହଫିଜୁର ରହମାନଙ୍କୁ ଭାରତରୁ ଡକାଇ ନେଇଛନ୍ତି। ସେ ଭାରତସ୍ଥିତ ବାଂଲାଦେଶ ହାଇକମିଶନରେ ଡିଫେନ୍ସ ପରାମର୍ଶଦାତା ରୂପେ କାର୍ଯ୍ୟ କରୁଥିଲେ। ତାଙ୍କୁ ମେଜର ଜେନେରାଲ ପଦବୀକୁ ପଦୋନ୍ନତୀ ଦିଆଯାଇଛି ଓ ୫୫ତମ ଇନଫେଣ୍ଟ୍ରି ଡିଭିଜନର ଜେନେରାଲ ଅଫିସର କମାଣ୍ଡିଂ ନିଯୁକ୍ତ କରାଯଇଛି।

ଆହୁରି ପଢନ୍ତୁ:-